PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ୱ ଦିଆଯିବ: ନବୀନ

ଭୁବନେଶ୍ୱର ୧୨/୩: ଆଗାମୀ ନିର୍ବାଚନ ନେଇ ମୁଖ୍ଯମନ୍ତ୍ରୀଙ୍କ ପ୍ରତିକ୍ରିୟା । ନିର୍ବାଚନରେ ଏକାକୀ ଲଢିବୁ ବୋଲି କହିଲେ ନବୀନ । କାହା ସହ କିଛି ମେଣ୍ଟ ହେବନି ବୋଲି ସୂଚନା ଦେଇଛନ୍ତି । ପ୍ରାର୍ଥୀ ଚୟନ ସମ୍ପର୍କରେ ମଧ୍ଯ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସୁପ୍ରିମୋ । ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।

ଭୋଟ ବିଗୁଲ ବାଜିବା ପରେ ଧାଁ ଦୌଡ଼ ଜୋର୍ ଧରିଛି  । କଳେ ବଳେ କୌଶଳେ ଟିକଟ ପାଇବାକୁ ଆଶାୟୀମାନେ ଦିନରାତି ଏକ କରି ଦେଇଛନ୍ତି । କିଛି ଦିନ ହେବ ଲାଗି ରହିଥିବା ଭୋଟ ରାଜନୀତି ଏବେ ଅଧିକ ତତଲା ଧରିଛି । ଗତକାଲି(ସୋମବାର) ନବୀନ ନିବାସରେ ମିଶ୍ରଣ ପର୍ବ ସହ ବହୁ ସାଂସଦ ଓ ବିଧାୟକଙ୍କ ଭିଡ଼ ମଧ୍ୟ ଲାଗି ରହିଥିଲା । ସମସ୍ତଙ୍କ ଲକ୍ଷ୍ୟ ଏବେ ଦଳୀୟ ଟିକଟ ଉପରେ । ତେବେ ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଦଳର ସୁପ୍ରିମୋ କହିଛନ୍ତି ।


ଏପ୍ରିଲ ୧୧ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କରାଯିବ । ୪ ପର୍ଯ୍ୟାୟରେ ଭୋଟ୍‌ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରସ୍ତୁତି ସରିଛି । ଭୋଟ ପୂର୍ବରୁ ନବୀନ ଯେଉଁ ଚକମା ଦେଖାଇଛନ୍ତି ତାହା ବିରୋଧୀଙ୍କୁ ଯେତିକି ଚିନ୍ତାରେ ପକାଇଛି, ନିଜ ଦଳର ନେତାମାନଙ୍କ ହୃତକମ୍ପନ ମଧ୍ୟ ସେତିକି ବଢ଼ାଇଛି । ସୋମବାର ଖୋର୍ଦ୍ଧାରୁ ଟିକଟ ପାଇବା ଆଶାରେ ପୂର୍ବତନ ବିଧାୟକ ଜିତୁ ମିତ୍ର ବିଜେପି ଛାଡ଼ି ଶଙ୍ଖ ଫୁଙ୍କିଥିଲା ବେଳେ ସାଂସଦ ପ୍ରଭାସ ସିଂହ, ରୀତା ତରାଇ, ପ୍ରତ୍ୟୁଷା ସିଂହ, ଅର୍କକେଶରୀ ଦେଓ ମଧ୍ୟ ଭେଟିଛନ୍ତି । ଗତକାଲି  ଗଜପତି, ଗଞ୍ଜାମ, ଅନୁଗୁଳ, ଭଦ୍ରକ ଓ କନ୍ଧମାଳ ଜିଲ୍ଲାର କିଛି ବିଧାୟକ ଓ ଟିକଟ ଆଶାୟୀ ମଧ୍ୟ ନବୀନ ନିବାସରେ ଭିଡ଼ ଲଗାଇଥିଲେ । ତେବେ ଆଜି(ମଙ୍ଗଳବାର) ବିଡେଜିରେ ମିଶିଛନ୍ତି ପ୍ରଦୀପ ଦିସାରୀ । ଗତଥର ଲାଞ୍ଜିଗଡରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଥିଲେ ପ୍ରଦୀପ ଦିସାରୀ । ତେବେ ଠିକଣା ପ୍ରାର୍ଥୀଙ୍କୁ ହିଁ ଟିକଟ ଦେଇ ବିଜୟ ସୁନିଶ୍ଚିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ନବୀନ ।

ସମ୍ବନ୍ଧିତ ଖବର