ଭୁବନେଶ୍ୱର ୩୦/୦୯: ଶାରଦୀୟ ଦୁର୍ଗାପୂଜା ଅବସରରେ ସାଢ଼େ ଚାରିକୋଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମା’ଙ୍କ ନିକଟରେ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । ଏନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି।
ନବୀନ କହିଛନ୍ତି ଯେ, 'ପବିତ୍ର ଦୁର୍ଗା ପୂଜା ଏବଂ ଦଶହରା ଅବସରରେ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ଅସତ୍ୟ ଉପରେ ସତ୍ୟ ବିଜୟ ହେଉଛି ଦଶହରାର ବାର୍ତ୍ତା। ଏହି ପବିତ୍ର ଅବସର ଅନ୍ୟାୟ, ଅନୀତି ଓ ଅତ୍ୟାଚାର ବିରୋଧରେ ଲଢ଼େଇକୁ ଆହୁରି ଜୋରଦାର କରିବା ପାଇଁ ମା'ଙ୍କ ଆର୍ଶୀବାଦ କାମନା କରିଛନ୍ତି ।
https://youtu.be/VsOBPnkKXuk?si=YvjouD6-WixefJrn
ସୂଚନାଯୋଗ୍ୟ, ଆଜି ମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା ଚାଲିଥିବା ବେଳେ ପୀଠରେ ନବମୀ ପୂଜା କରାଯାଉଛି । ଦୁର୍ଗାପୂଜାକୁ ନେଇ ସାରା ରାଜ୍ୟରେ ଏକ ପ୍ରକାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଗାଁଠୁ ସହର ସବୁଠି ପୂଜାକୁ ନେଇ ଉତ୍ସାହର ମାହୋଲ । ସୁଉଚ୍ଚ ତୋରଣ, ରଙ୍ଗବେରଙ୍ଗର ଆଲୋକମାଳାରେ ରାସ୍ତାଘାଟ, ସହର, ବଜାର ଝଲସୁଛି । ଏହାସହ ମୀନାବଜାର, ବିଭିନ୍ନ ପ୍ରକାର ଦୋଳି ଓ ଖେଳର ମଜା ଉଠାଉଛନ୍ତି ଲୋକେ ।