PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ପୁରୀ ଯାଇ ରଥଯାତ୍ରା ଦେଖିଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ, ନନ୍ଦିଘୋଷ ଟାଣିଲେ ନବୀନ

ଭୁବନେଶ୍ଵର, ୦୧/୦୭ : ଆଜି ପବିତ୍ର ଘୋଷଯାତ୍ରା ଉପଲକ୍ଷେ ପୁରୀ ଯାଇ ରଥଯାତ୍ରା ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସମୟରେ ମୁଖ୍ୟମନ୍ତ୍ରୀ ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ଟାଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ବିକ୍ରମ କେଶରୀ ଆରୁଖ, ୫-ଟି ସଚିବ ଭି.କେ ପାଣ୍ଡିୟାନ ପ୍ରମୁଖ ଉପସ୍ଥିତ ଥିଲେ । ଏହା ସହ ଦକ୍ଷିଣ ଦ୍ୱାର ନିକଟରେ ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ।

ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଦୀର୍ଘ ଦୁଇ ବର୍ଷ ପରେ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ। ଘଣ୍ଟ, ଘଣ୍ଟା, ଶଙ୍ଖ, ମୃଦଙ୍ଗ ତାଳରେ ପ୍ରକମ୍ପିତ ହେଉଛି ଗଗନପବନ। ଲୀଳାମୟ ପୁରୁଷ ଶ୍ରୀଜଗନ୍ନାଥଙ୍କ ଏହି ଗୁଣ୍ଡିଚା ଯାତ୍ରା ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଛି ବଡ଼ଦାଣ୍ଡ । ରଥଯାତ୍ରା ପାଇଁ ଜନସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର ପୁରୀ ।