PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ନବୀନ ନେତା, ସରକାର ୨୯ରେ

ଭୁବନେଶ୍ୱର,୨୬ା୫(ବ୍ୟୁରୋ): “ସବୁବେଳେ ସରଳ ଜୀବନଯାପନ କର । ଆପଣମାନେ ଯେତେ ସରଳ ହେବେ, ଲୋକେ ଆପଣଙ୍କର ସେତେ ନିକଟତର ହୋଇପାରିବେ ।” ନୂଆ କରି ବିଜୟୀ ହୋଇ ଆସିଥିବା ବିଜେଡି ବିଧାୟକମାନଙ୍କୁ ଏହି ଗୁରୁମନ୍ତ୍ର ଦେଇଛନ୍ତି ନବନିର୍ବାଚିତ ବିଧାୟକ ଦଳ ନେତା ତଥା ଦଳର ସଭାପତି ନବୀନ ପଟ୍ଟନାୟକ ।

ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ହୋଇଥିଲା ବିଧାୟକ ଦଳ ବୈଠକ । ବାଜା ସାଙ୍ଗକୁ ଯୋଡ଼ି ଶଙ୍ଖରେ କମ୍ପୁଥିଲା ପରିବେଶ । ଦିନ ସାଢ଼େ ପ୍ରାୟ ୧୧ଟାରୁ ବିଧାୟକଙ୍କ ଆଗମନ ଆରମ୍ଭ ହୋଇଯାଇଥିଲା । ଭୋଟ୍‌ ପାଇଁ ଲମ୍ବା ଧାଁ ଧପଡ଼ ପରିଶ୍ରମ ପରେ ମିଳିଥିବା ବିଜୟର ଆଶ୍ୱସ୍ତି ଓ ଆନନ୍ଦ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା ବିଜେତାଙ୍କ ମୁହଁରୁ । କର୍ମକର୍ତ୍ତା ଓ ଛାମୁଆ ନେତା ବି ପହଞ୍ଚିଥିଲେ । କୋଳାକୋଳି, ହସ ଉଲ୍ଲାସର ପର୍ବ ଦେଖିବାକୁ ମିଳିଥିଲା ଦଳୀୟ କାର୍ଯ୍ୟାଳୟରେ । କ୍ୟାମେରା ଆଗରେ ଦୁଇ ଆଙ୍ଗୁଠିରେ ବିଜୟ ସଙ୍କେତ ଦେଖାଇ ସବୁ ମୁହାଁଇଥିଲେ ବୈଠକ ଗୃହକୁ । ଦିନ ୧ଟା ୩୪ରେ ପହଞ୍ଚିଲେ ନବୀନ । ଆରମ୍ଭ ହେଲା ବିଧାୟକ ଦଳ ବୈଠକ । ନବୀନଙ୍କୁ ବିଧାୟକ ଦଳ ନେତା କରିବା ପାଇଁ ପ୍ରସ୍ତାବ ଦେଲେ ବିକ୍ରମ କେଶରୀ ଆରୁଖ । ଦଳର ୭ଜଣ ମହିଳା ବିଧାୟିକା ଛିଡ଼ା ହୋଇ ପ୍ରସ୍ତାବକୁ ପ୍ରଥମେ ସମର୍ଥନ ଜଣାଇଥିଲେ । ପରେ ୧୧୨ ବିଧାୟକଙ୍କ ସର୍ବସମ୍ମତିରେ ନବୀନ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ପଞ୍ଚମ ଥର ପାଇଁ ବିଜେଡି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ । ଏହା ପରେ ନବୀନ ସଭିଙ୍କୁ ଧନ୍ୟବାଦ ଜଣାଇଥିଲେ

ଏହି ଅବସରରେ ନବୀନ କହିଲେ, ଲଗାତାର ପଞ୍ଚମ ଥର ପାଇଁ ବିଜେଡି ଉପରେ ଆସ୍ଥା ପ୍ରକଟ କରି ଓଡ଼ିଶାର ସେବା କରିବାର ସୁଯୋଗ ଦେଇଛନ୍ତି ରାଜ୍ୟବାସୀ । ଏଥିପାଇଁ ସାଢ଼େ ୪ କୋଟି ଜନତାଙ୍କ ନିକଟରେ କୃତଜ୍ଞତା ଜଣାଉଛି । ବିଧାୟକମାନଙ୍କୁ ପରାମର୍ଶ ଦେଇ ନବୀନ କହିଲେ, ଓଡ଼ିଶାବାସୀଙ୍କ ବିଶ୍ୱାସକୁ ସମ୍ମାନ ଜଣାଇ ଆମକୁ ନିଷ୍ଠାର ସହ କଠିନ ପରିଶ୍ରମ କରିବାକୁ ପଡ଼ିବ । ବିଜେଡିର ବାରମ୍ବାର ସଫଳତା ପଛରେ ଦୁଇଟି ମୂଳ ମନ୍ତ୍ର ରହିଛି । ତାହା ହେଲା- ଜନତାଙ୍କୁ ସର୍ବାଧିକ ଗୁରୁତ୍ୱ ଦେବା ଓ ଜନତାଙ୍କ ପାଇଁ କାମ କରିବା । ଆମେ ଯଦି ଲୋକଙ୍କ ବିକାଶକୁ ପ୍ରାଥମିକତା ଦେବା, ତେବେ ରାଜନୀତି କେବେ ବି କଠିନ କାର୍ଯ୍ୟ ହେବନି ।
ନବୀନ ଆହୁରି କହିଲେ, ଚଳିତ ନିର୍ବାଚନରେ ଅନେକ ଜନପ୍ରତିନିଧି ପ୍ରଥମ କରି ବିଧାନସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ସମସ୍ତଙ୍କୁ ସ୍ୱାଗତ ଜଣାଉଛି ।

ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ନବୀନ କହିଲେ, ଆମେ ସମସ୍ତେ କଠିନ ପରିଶ୍ରମ କରିବା । ଓଡ଼ିଶାକୁ ବିକାଶ ପଥରେ ଆହୁରି ଆଗେଇ ନେବା ପାଇଁ ସଂକଳ୍ପବଦ୍ଧ ହେବା । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଅପରାହ୍ନରେ ନବୀନ ପହଞ୍ଚିଥିଲେ ରାଜଭବନରେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଭେଟି ରାଜ୍ୟରେ ସରକାର ଗଠନ ପାଇଁ ଦାବି ରଖିଲେ । ପରେ ରାଜ୍ୟପାଳ ନବୀନ ପଟ୍ଟନାୟକଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି । ଏଥି ସହ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ମଧ୍ୟ ଦେଇଛନ୍ତି । ଏହା ପୂର୍ବରୁ ରାଜ୍ୟ ନିର୍ବାଚନ ଅଧିକାରୀ ରାଜ୍ୟପାଳଙ୍କୁ ଭେଟି ଭୋଟ୍‌ ଫଳାଫଳ ରିପୋର୍ଟ ପ୍ରଦାନ କରିଥିଲେ ।

ଆସନ୍ତା ୨୯ ତାରିଖ (ବୁଧବାର) ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ପ୍ରଥମ ଥର ପାଇଁ ରାଜଭବନ ବାହାରେ ହେବ ଶପଥ ଗ୍ରହଣ ଉତ୍ସବ । ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେଉଛି ଏହି ମେଗା ଶପଥ ଗ୍ରହଣ ଉତ୍ସବ । ଏମିତି ଶପଥ ଉତ୍ସବ ହେବ ଓଡ଼ିଶା ରାଜନୀତି ଇତିହାସରେ କେବେ ହୋଇନଥିଲା । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ସମ୍ବନ୍ଧିତ ଖବର