PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ଜୁଲାଇ ୫ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !
  • ||
  • ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌, ଗର୍ଭଗୃହ ଓ ନାଟମଣ୍ଡପ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିବ ଟିମ୍‌
  • ||
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ଶ୍ରୀବଳଦେବଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା,୧୭ା୬(ଆପ୍ର): ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ଣରେ କେନ୍ଦ୍ରାପଡ଼ା ଗସ୍ତରେ ଆସି ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀବଳଦେବଜିଉଙ୍କୁ ଦର୍ଶନ କରିଛନ୍ତି । ମାଉସୀ ମା’ ମନ୍ଦିର ସମ୍ମୁଖସ୍ଥ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ମୁଖ୍ୟମନ୍ତ୍ରୀ ସେଠାରୁ ଗାଡ଼ି ଯୋଗେ ମନ୍ଦିର ଯାଏ ଆସି ସ୍ନାନମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ

ଏହି ଅବସରରେ ଶ୍ରୀବଳଦେବଜିଉ ମନ୍ଦିରର ବିକାଶ ଲାଗି ୨ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ମନ୍ଦିର ଓ ଏହାର ପାରିପାଶ୍ୱିର୍କ କ୍ଷେତ୍ରର ବିକାଶ ଲାଗି ଏହି ଅର୍ଥ ଖର୍ଚ୍ଚ ହେବ । ଠାକୁରଙ୍କ ଝୁଲଣ ମଣ୍ଡପର ପୁନରୁଦ୍ଧାର, ସାଆନ୍ତସାହିଠାରେ ଶ୍ରୀବଳଦେବଜିଉ କଲ୍ୟାଣ ମଣ୍ଡପ ନିର୍ମାଣ, ମନ୍ଦିରର ଉତ୍ତର ପାଶ୍ୱର୍ରେ ପ୍ରାଚୀର ନିର୍ମାଣ, ବିବାହ ମଣ୍ଡପ ନିକଟରେ ଶୌଚାଳୟ ନିର୍ମାଣ ଓ ଓଭରହେଡ୍‍ ଟ୍ୟାଙ୍କ ଜରିଆରେ ୨୪ ଘଣ୍ଟିଆ ଜଳଯୋଗାଣ କାର୍ଯ୍ୟ ଏହି ଅର୍ଥରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
 

ଆଜିର ଏହି ଗସ୍ତକ୍ରମ ସହ ପାଟକୁରା ଉପନିର୍ବାଚନ ଲାଗି ନବୀନ ପରୋକ୍ଷରେ ବିଗୁଲ୍‌ ମଧ୍ୟ ଫୁଙ୍କିଥିବା ରାଜନୈତିକ ବିଶାରଦମାନେ ଆଲୋଚନା କରୁଛନ୍ତି । ଉପନିର୍ବାଚନ ସମ୍ୱନ୍ଧରେ ମୁଖ୍ୟମନ୍ତ୍ରୀ କିଛି ଇସାରା ଦେଇନଥିଲେ ବି କେନ୍ଦ୍ରାପଡ଼ାକୁ ତାଙ୍କ ଲଗାତାର ଗସ୍ତ ଓ ପ୍ୟାକେଜ୍‌ ଘୋଷଣା ପଛରେ ପାଟକୁରା ହାତେଇବାର ରଣନୀତି ରହିଥିବା ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ ବର୍ଷ ଧରି କ୍ଷମତାସୀନ ଥିଲେ ବି ୨୦ ବର୍ଷ ପରେ ଅର୍ଥାତ ପ୍ରଥମ ଥର ଲାଗି ଗଲା ମାସ ଏପ୍ରିଲରେ ଶ୍ରୀବଳଦେବଜିଉଙ୍କ ଦର୍ଶନ କରିଥିଲେ । କେନ୍ଦ୍ରାପଡ଼ାକୁ ରୋଡ୍‌ ସୋ ଜରିଆରେ ଦୁଇଦିନିଆ ନିର୍ବାଚନ ପ୍ରଚାର କରିବାକୁ ଆସିଥିବା ବେଳେ ସେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ତା’ ପରେ ମେ’ରେ କେନ୍ଦ୍ରାପଡ଼ାକୁ ଆସିଥିଲେ ଫୋନି ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବାକୁ । ତା’ ପୂର୍ବରୁ ରାଜନଗର ଓ କେନ୍ଦ୍ରାପଡ଼ା ଉପକଣ୍ଠରେ ସାଧାରଣ ସଭାରେ ଯୋଗ ଦେଇଥିଲେ ନବୀନ । ଦୁଇ ମାସ ମଧ୍ୟରେ ଆଜି ଥିଲା କେନ୍ଦ୍ରାପଡ଼ାକୁ ତାଙ୍କ ଚତୁର୍ଥ ଗସ୍ତ । ପଞ୍ଚମ ଥର ଲାଗି ସେ ମୁଖ୍ୟମନ୍ତ୍ରୀ ପଦାସୀନ ହେବା ସହ କେନ୍ଦ୍ରାପଡ଼ାର ୪ଟି ଆସନ ବିଜେଡି ପୋଛି ଆଣିବା ପରେ ମହାପ୍ରଭୁ ଶ୍ରୀବଳଦେବଜିଉଙ୍କୁ ଦର୍ଶନ କରିବାକୁ ମୁଖ୍ୟମନ୍ତ୍ରୀ ମନସ୍ଥ କରିଥିବା କୁହାଯାଉଛି । ସେଥିପାଇଁ ଆଜି ଦେବସ୍ନାନ ପୂର୍ଣ୍ଣିମା ଭଳି ପବିତ୍ର ଦିନରେ ସେ ଦର୍ଶନ ପାଇଁ ଆସିଥିଲେ ।