୨୯ରେ ନବୀନଙ୍କ ପଞ୍ଚମ ପାଳି ଶପଥ

ଭୁବନେଶ୍ୱର,୨୪ା୫(ବ୍ୟୁରୋ): ମେ’ ୨୯ରେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ । ଏଥପିାଇଁ ସବୁ ରକମ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଜି ନବୀନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତ । ରାଜ୍ୟପାଳ ମଧ୍ୟ ଇସ୍ତଫା ଗ୍ରହଣ କରି ନୂଆ ସରକାର ଗଠନ ପାଇଁ ପଥ ପରିଷ୍କାର କରିଛନ୍ତି । ଯଦିଓ ଦଳୀୟ ଭାବେ ଏ ନେଇ ବିଧିବଦ୍ଧ ଘୋଷଣା ହୋଇନାହିଁ, ତଥାପି ବିଶ୍ୱସ୍ତ ସୂତ୍ରରୁ ଏମିତି ଖବର ପହଞ୍ଚିଛି । ଦଳୀୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ,
୨୬ ତାରିଖ ଅପରାହ୍ଣରେ ବିଜେଡିର ବିଧାୟକ ଦଳ ବୈଠକ ଦଳୀୟ ଅଫସିରେ ବସବି । ଯେଉଁଠି ଆନୁଷ୍ଠାନିକ ଭାବେ ନବୀନଙ୍କୁ ନେତା ନିର୍ବାଚିତ କରାଯିବ । ଏଥିପୂର୍ବରୁ ପୂର୍ବାହ୍ନରେ ନବୀନ ନବନିର୍ବାଚିତ ସାଂସଦମାନଙ୍କୁ ନବୀନ ନିବାସରେ
ଭେଟିବେ ଏବଂ ଦିଲ୍ଲୀ ସରକାରରେ ସେମାନଙ୍କ ଭୂମିକା ନିର୍ଦ୍ଧାରଣ କରିବେ । ସୂଚନା ମୁତାବକ, ନବୀନ ନିବାସରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସଂସଦୀୟ ଦଳ ନେତା ମଧ୍ୟ ମନୋନୀତ କରିବେ । କିନ୍ତୁ ବାତ୍ୟା ‘ଫୋନି’କୁ ଦୃଷ୍ଟିରେ ରଖି ଶପଥ ଗ୍ରହଣ ଉତ୍ସବକୁ ନିରାଡ଼ମ୍ବର ଭାବେ କରିବାକୁ ଦଳ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଚଳତି ନର୍ବିାଚନରେ ବେିଜଡକିୁ ରାଜ୍ୟବାସୀ ପୁଣି ଭରସା କରିଛନ୍ତି । ଦଳ ୧୪୬ ବିଧାନସଭା ଆସନରୁ ୧୧୨ ଆସନ ଅକ୍ତଅିାର କରଛି । କ୍ରମାଗତ ୫ମ ପାଳିରେ ରାଜ୍ୟର ଶାସନ ଡୋରି ଧରିବାକୁ ଯାଉଛନ୍ତି ନବୀନ । ପୂର୍ବରୁ ବିଧାନସଭା ଭଙ୍ଗ ପାଇଁ ସୁପାରିସ କରିଥିବା ନବୀନ ଆଜି ରାଜଭବନ ଯାଇ ନିଜ ମନ୍ତ୍ରୀ ପରିଷଦର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଦଳ ପକ୍ଷରୁ ଶୁଭ ମୁହୂର୍ତ୍ତ ଖୋଜା ଚାଲିଛି ।
ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଦଳଗୁଡ଼ିକ ମାଟି କାମୁଡ଼ିଥିଲା ବେଳେ ଓଡ଼ିଶାରେ ବିଜେଡି କିନ୍ତୁ ଦମଦାର ପ୍ରଦର୍ଶନ କରି ପୁଣି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଛି । ବାତ୍ୟା ‘ଫୋନି’ ଦ୍ୱାରା ଉପକୂଳ ଓଡ଼ିଶା ଉଜୁଡ଼ି ଯାଇଥିବାରୁ ବିଜେଡିର ବିଜେତାଙ୍କ ଶୋଭାଯାତ୍ରା ଉପରେ ସୁପ୍ରିମୋ କଟକଣା ଲଗାଇଛନ୍ତି ।
ନିର୍ବାଚନମଣ୍ଡଳୀରେ ତେଣୁ ଜାକ ଜକମରେ ବିଜୟ ଉତ୍ସବ ପାଳନ କରାଯାଉନାହିଁ । ଆଜି କିନ୍ତୁ ନିଜ ବିଜୟର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଦେବା ସହ ଆଶୀର୍ବାଦ ନେବାକୁ ନବୀନ ନିବାସରେ ବିଜୟୀ ସାଂସଦ ଓ ବିଧାୟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ବହୁ ନେତା ନବୀନ ନିବାସ ଆସି କ୍ରମାଗତ ୫ମ ବିଜୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଛା ଜଣାଇବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଦଳର ବହୁ କାର୍ଯ୍ୟକର୍ତ୍ତା ମଧ୍ୟ ଆଜି ନବୀନ ନିବାସ ନିକଟରେ ଚକ୍କର କାଟୁଥିଲେ । ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଜୟୀ ବିଧାୟକ ଓ ସାଂସଦମାନେ ଶନିବାର ନବୀନ ନିବାସ ଆସିବାକୁ ଯୋଜନା କରୁଥିବା ସୂଚନା ମିଳିଛି ।