ମୋଦିଙ୍କ ଶପଥ ପାଠ ଉତ୍ସବରେ ଯୋଗ ଦେବେନି ନବୀନ

ଭୁବନେଶ୍ୱର ୨୯/୫: ମୋଦିଙ୍କ ଶପଥ ଗ୍ରହଣ ଉତ୍ସବକୁ ଯାଇ ପାରିବେ ନାହିଁ ନବୀନ । ମୋଦିଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ଦେଶ ବିଦେଶରେ ଅନେକ ବିଶିଷ୍ଟ ବ୍ଯକ୍ତି ସାମିଲ ହେବେ । ତେବେ ମୋଦିଙ୍କ ଶପଥ ପାଠ ସମାରୋହରେ ନବୀନ ସାମିଲ ହେବେନି । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ନବୀନ ଦିଲ୍ଲୀ ଯାଇପାରିବେ ନାହିଁ । ଆସନ୍ତାକାଲି ଷୋଡ଼ଶ ବିଧାନସଭାରେ ସଦସ୍ୟମାନେ ଶପଥ ନେବେ। ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବରେ ନବୀନ ଉପସ୍ଥିତ ରହିବେ।
ଆସନ୍ତାକାଲି ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ସେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ। ମୋଦିଙ୍କ ଶପଥ ପାଠ କାର୍ଯ୍ୟକ୍ରମରେ ଦେଶ ବିଦେଶରେ ଅନେକ ବିଶିଷ୍ଟ ବ୍ଯକ୍ତି ସାମିଲ ହେବେ । ତେବେ ମୋଦିଙ୍କ ଶପଥ ପାଠ ସମାରୋହରେ ନବୀନ ସାମିଲ ହୋଇପାରିବେନି । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ନବୀନ ଦିଲ୍ଲୀ ଯାଇପାରିବେ ନାହିଁ । କହିରଖୁଛୁ ଆସନ୍ତାକାଲିଠୁ ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେଉଛି । ଆସନ୍ତା କାଲି ଷୋଡ଼ଶ ବିଧାନସଭାରେ ସଦସ୍ୟମାନେ ଶପଥ ନେବେ। ନବ ନିର୍ବାଚିତ ବିଧାୟକଙ୍କ ଶପଥ ଗ୍ରହଣ ଉତ୍ସବରେ ନବୀନ ଉପସ୍ଥିତ ରହିବେ। ବିଧାୟକଙ୍କ ଶପଥ ଉତ୍ସବ ପାଇଁ ନବୀନ ଦିଲ୍ଲୀ ଯାଇପାରିବେ ନାହିଁ। ସେଣୁ ସେ ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେଇପାରିବେ ନାହିଁ। ନବୀନଙ୍କୁ ନିମନ୍ତ୍ରଣ କରିଥିଲେ ମୋଦି । କହିରଖୁଛୁ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ମଧ୍ଯ ମୋଦିଙ୍କ ଶପଠ ପାଠ କାର୍ଯ୍ଯକ୍ରମରେ ଭାଗନେବେନି । ଏନେଇ ସେ ଟ୍ୱିଟରରେ ସୂଚନା ଦେଇଛନ୍ତି ।