PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ପତାକା ଅବତରଣ ଉତ୍ସବ: ଅଭିବାଦନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅବସରରେ ଓଏସ୍‌ଏପି ସପ୍ତମ ବାଟାଲିୟନ ପଡି଼ଆରେ ପତାକା ଅବତରଣ ଉତ୍ସବ-୨୦୧୯ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇଥିଲେ । ଏ ଅବସରରେ ମୁଖ୍ୟମନ୍ତ୍ରୀ ଆୟୋଜିତ ପରେଡ୍‌ର ଅଭିବାଦନ ଗ୍ରହଣ କରିଥିଲେ । ପୁଲିସ ବାହିନୀର ମନ୍ତ୍ରମୁଗ୍ଧ କରୁଥିବା ବାଦ୍ୟଯନ୍ତ୍ର, କଳାକାରଙ୍କ ଦ୍ୱାରା ପରିବେଷିତ ବିଭିନ୍ନ ନୃତ୍ୟକଳା ଓ ଆଖି ଝଲସିଲା ଭଳି ଆତସବାଜୀ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିଥିଲା । ରାଜ୍ୟ ଆରକ୍ଷୀ ବାହିନୀ ବ୍ୟାଣ୍ଡ ଦ୍ୱାରା ପରିବେଷିତ ଜାତୀୟ ସଙ୍ଗୀତର ଧୂନ ପ୍ରଥମେ ଦର୍ଶକଙ୍କ ମନରେ ଦେଶାତ୍ମବୋଧକର ଜୋଶ ଭରିଥିଲା । ପରେ ବିଭିନ୍ନ ଆରକ୍ଷୀ ବାହିନୀର
ବ୍ରାସ୍‌ ବ୍ୟାଣ୍ଡ, ପାଇପ୍‌ ବ୍ୟାଣ୍ଡ, ସାକସୋଫୋନ ଓ ମାସବ୍ୟାଣ୍ଡ ପ୍ରଦର୍ଶିତ ହୋଇଥିଲା । ଯବାନଙ୍କ
ଉଦ୍ଦେଶ୍ୟରେ ବୀରବାଦ୍ୟ, ଦେଶାତ୍ମବୋଧକ ଗୀତର ତାଳେ ତାଳେ ତୁରୀବ୍ୟାଣ୍ଡ ଓ ବାଗପପିର
ବାଦନ କରାଯାଇଥିଲା । ବାଦ୍ୟର ତାଳେ ତାଳେ ଆରକ୍ଷୀମାନେ ମାର୍ଚ୍ଚଫାଷ୍ଟ କରିଥିଲେ । ଫ୍ୟାନଫାୟାର, ଜାତୀୟ ସଂଗୀତ, ରାଜସ୍ଥାନ, ଜଓବାର, ସାରା ଜାହାଁସେ ଆଚ୍ଛା, କଦମ କଦମ ଓ ଡ୍ରମ୍‌ ବ୍ୟାଣ୍ଡ ମଧ୍ୟ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଥିଲା । ଡ୍ରମସ୍‌ କଲର ଏକକ ବାଦ୍ୟରେ ପଡ଼ିଆ କମ୍ପି ଉଠିଥିଲା । ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କୋଣରୁ ଆସଥିବିା କଳାକାରମାନେ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ । ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ଅଭ୍ୟର୍ଥନା ଜଣାଇଥିଲେ । ପୁଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ସମେତ ବହୁବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ ।