PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

କେଭିଙ୍କୁ ନବୀନଙ୍କ ଜବାବ, ଆବ୍‌ସଲ୍ୟୁଟ୍‌ଲି ନନ୍‌ସେନ୍ସ

ଭୁବନେଶ୍ୱର,୫ ।୨(ବ୍ୟୁରୋ): ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ନବୀନଙ୍କୁ ଜେରା କରିଛି । ବିଜେପି ବିଧାୟକ ଦଳନେତା କେଭି ସିଂହଦେଓଙ୍କ ଏ ଅଭିଯୋଗକୁ ମାତ୍ର ଦୁଇଟି ଶବ୍ଦରେ ହସି ଉଡ଼ାଇ ଦେଇଛନ୍ତି । ଗଣମାଧ୍ୟମ କେଭିଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ଲୋଡ଼ିବାରୁ ନବୀନ କହିଲେ, ଆବ୍‌ସଲ୍ୟୁଟ୍‌ଲି ନନ୍‌ସେନ୍ସ । ଏମିତି କହି ନବୀନ କେଭିଙ୍କ ଅଭିଯୋଗକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ।
ଚିଟଫଣ୍ଡ ସ୍କାମକୁ ନେଇ କୋଲକତାରେ ସିବିଆଇ-ମମତା ବାନାର୍ଜୀ ମୁହାଁମୁହିଁ ହେବା ପରେ ଏହାର କମ୍ପନ ଭୁବନେଶ୍ୱରରେ ମଧ୍ୟ ଅନୁଭୂତ ହୋଇଛି । ସୋମବାର ସଂସଦରେ ବିଜେଡି ନିଜ ପକ୍ଷ ରଖି କେନ୍ଦ୍ର ଓ ସିବିଆଇ ଉପରେ ବର୍ଷିଥିଲା । ଏପରିକି ମଙ୍ଗଳବାର ଧାରଣାରୁ ହଟିବା ପୂର୍ବରୁ ମମତା ଘୋଷଣା କଲେ ଯେ, ଏ ନେଇ ସେ ନବୀନଙ୍କ ସହ ଆଲୋଚନା କରିବେ । ନବୀନ ମଧ୍ୟ ତାଙ୍କୁ ସମର୍ଥନ ଦେବେ । ଏହାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଧାନସଭା ଭିତରେ ଓ ବାହାରେ ଟାର୍ଗେଟ୍‌ କରିଥିଲା ବେଳେ ନବୀନ ପାଲଟା ଜବାବ ରଖିଛନ୍ତି ।
ସିବିଆଇ ପ୍ରସଙ୍ଗରେ ଆପଣ ମମତାଙ୍କୁ ସମର୍ଥନ ଦେବେ କି? ଏ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, ଏ ପ୍ରସଙ୍ଗରେ ଗତ ବର୍ଷେ ହେବ ଆମ ସହ ଟିଏମ୍‌ସିର କେହି କଥା ହୋଇ ନାହାନ୍ତି । ଏ ପ୍ରସଙ୍ଗରେ ଦଳ ପକ୍ଷରୁ ସୋମବାର ଆମେ ଆମ ପକ୍ଷ ରଖିଛୁ । ଆମ ଦଳର ମତାମତ କେବଳ ଓଡ଼ିଶା ସଂପର୍କିତ । ତେବେ ସିବିଆଇ ପେସାଦାର ସଂସ୍ଥା ଭଳି ରାଜନୀତିରୁ ଉଧ୍ୱର୍ରେ ରହି କାମ କରିବା ଦରକାର ବୋଲି ନବୀନ ମତ ରଖିଛନ୍ତି । ଏହାଛଡ଼ା ସୁପ୍ରିମକୋର୍ଟ ଏ ନେଇ ଦେଇଥିବା ରାୟକୁ ସମସ୍ତେ ମାନିନେବା ଉଚିତ ବୋଲି ନବୀନ କହିଛନ୍ତି ।

ସମ୍ବନ୍ଧିତ ଖବର