ବ୍ରହ୍ମପୁରରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ, କେନ୍ଦ୍ର ଉପରେ ବର୍ଷିଲେ

ବ୍ରହ୍ମପୁର ୩/୪: ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜେଡି ଷ୍ଟାର କ୍ଯାମ୍ପେନର ତଥା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ଯାୟ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାରୁ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।
କନିଷିରେ ଅନୁଷ୍ଠିତ ସଭାରେ ଯୋଗଦେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । କେନ୍ଦ୍ର ଓ ବିଜେପି ସରକାରଙ୍କୁ ସମାଲୋଚନା କଲେ । ପ୍ରାକୃତିକ ବିପର୍ଯ୍ଯୟବେଳେ ଆସିଲେନି କିନ୍ତୁ ଭୋଟ୍ ସମୟ ଆସିବାରୁ ଆସିଗଲେ ବୋଲି କହିଛନ୍ତି । ତିତଲି କି ମରୁଡି ବେଳେ ଦେଖା ନଥିଲା ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ନବୀନ କହିଛନ୍ତି । ଭର୍ଷକୁ ୨ କୋଟି, ୫ ବର୍ଷରେ ୧୦ କୋଟି ଚାକିରି ଦେବେ ବୋଲି କହିଥିଲେ । ସେ ତ ଦୂରର କଥା, ପ୍ରାକୃତିକ ବିପର୍ଯ୍ଯୟ ବେଳେ ସହାୟତା ବି ଦେଉନାହାନ୍ତି । ପ୍ରତିଘରୁ ଜଣଙ୍କୁ ଚାକିରି ମିଳିବା କଥା କହିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ମିଳିନି । ଏବେ ଆସୁଛନ୍ତି, ନିର୍ବାଚନ ପରେ ଆଉ ଦେଖାମିଳିବନି । ସାଢେ ୪ କୋଟି ଓଡିଆ ମୋ ପରିବାର, ରହିଥିଲି ଏବଂ ରହିବି ବୋଲି କହିଛନ୍ତି ନବୀନ । କାଳିଆ ଯୋଜନା କଥା ମଧ୍ଯ କହିଛନ୍ତି ନବୀନ । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ।