PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ନବୀନ ଫିଟ୍‌ ଭିଡିଓ ଭାଇରାଲ୍‌, ଗେଟିଂ ରେଡି ଟୁ ଫାଇଟ୍‌

ଭୁବନେଶ୍ୱର,୫ା୪(ବ୍ୟୁରୋ): ମୁଁ ପୂରା ଫିଟ୍‌ । ‘ଗେଟିଂ ରେଡି ଟୁ ଫାଇଟ୍‌ ଫର୍‌ ପିପୁଲ୍‌ ଅଫ୍‌ ଓଡ଼ିଶା’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏମିତି ଏକ ଫିଟ୍‌ନେସ୍‌ ଭିଡିଓ ସୋସିଆଲ୍‌ ମିଡିଆରେ ଆଜି ଭାଇରାଲ୍‌ ହୋଇଛି । ୨ ମିନିଟ୍‌ ୮ ସେକେଣ୍ଡ୍‌ର ଏହି ଭିଡିଓରେ ନବୀନ ତାଙ୍କ ଘର ଅଗଣାରେ ଦୌଡ଼ୁଛନ୍ତି । ଘର ଜିମ୍‌ରେ ଢେର୍‌ ବ୍ୟାୟାମ କରୁଛନ୍ତି । ଗୋଟେ ପଟେ ଟିଭି ଚାଲିଛି ଆରପଟେ ନବୀନ ସାଇକ୍ଲିଂ ମେସିନ୍‌ ଚଲାଉଛନ୍ତି । ଟିଭିରେ ‘ପ୍ରମେୟ ନ୍ୟୁଜ୍‌-୭’ର ୨ ତାରିଖ ସକାଳେ ବ୍ରାଉନ୍‌ସୁଗାର ଜବତ ହେବା ଖବର ପ୍ରସାରିତ ହେଉଛି । ଭିଡିଓ ଆରମ୍ଭରେ ନବୀନ ଦୁଆରବନ୍ଧ ଧରି ଓହଳୁଥିବାର ଦୃଶ୍ୟ ଦେଖାଯାଉଛି । ୬ ସେକେଣ୍ଡ୍‌ ପରେ ନବୀନ ଦୌଡ଼ୁଛନ୍ତି । ଘରୁ ଭିତରୁ ବାରଣ୍ଡା ଦେଇ ଅଗଣାକୁ ଦୌଡ଼ୁଛନ୍ତି । ପାହାଚରୁ ପାହଚ ଖପା ଖପ୍‌ ଓହ୍ଲାଉଛନ୍ତି । ଘାସ ଲନ୍‌ରେ କିଛି ସମୟ ଦୌଡି ପୁଣି ହୋମ୍‌ ଜିମ୍‌କୁ ଫେରୁଛନ୍ତି । ସେଠାରେ ସାଇକ୍ଲିଂ କରିବା ସହିତ ୱେଟ୍‌ ଲିଫ୍ଟିଂ କରୁଛନ୍ତି ।

ଶେଷରେ ନବୀନ ଭିଡିଓ କ୍ୟାମେରା ସାମ୍ନାରେ କହୁଛନ୍ତି, ‘ଗେଟିଂ ରେଡି ଟୁ ଫାଇଟ୍‌ ଫର୍‌ ପିପୁଲ୍‌ ଅଫ୍‌ ଓଡ଼ିଶା’ । କିଛିଦିନ ଧରି ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ନାନା କଥା ଆଲୋଚନା ହେଉଥିଲା । ଏ କଥାରେ ପୂର୍ଣ୍ଣଛେଦ ପକାଇବାକୁ ନବୀନ ମଧ୍ଯ ମଝିରେ ମୁଁ ପୁରା ଫିଟ୍ ବୋଲି କହିଥିଲେ । ଆଜି ଭିଡିଓ ମାଧ୍ୟମରେ ଆଉଥରେ ଏସବୁ ଆଲୋଚନାର ସିଧା ଜବାବ ରଖିଛନ୍ତି । ଇସାରା ଦେଇଛନ୍ତି, ମୁଁ ଫିଟ୍, ଫିଟ୍ ଟୁ ଫାଇଟ୍ ।