ନୂଆଦିଲ୍ଲୀ,୦୧/୦୨; ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡକ୍ଟର ନବଜୋତ କୌର ସିଦ୍ଧୁ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଦେଶ ନେତୃତ୍ୱ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି ଯେଉଁଠି ଦକ୍ଷତାକୁ ଗୁରୁତ୍ୱ ଦିଆଯାଉ ନାହିଁ ସେଠି ରହିବା ବେକାର ବୋଲି କହିଛନ୍ତି । ଏହାକୁ ନେଇ ପଞ୍ଜାବ ରାଜନୀତିରେ ଏକପ୍ରକାର ହଲଚଲ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆ ଏକ୍ସରେ ସିଦ୍ଧୁ ଲେଖିଛନ୍ତି,"ମୁଁ ଏପରି ଏକ କଂଗ୍ରେସ ଦଳକୁ ବିଦାୟ ଦେଇଛି ଯେଉଁଠାରେ ପରିଶ୍ରମୀ ଏବଂ ଦକ୍ଷ ନେତାମାନଙ୍କୁ ଗୁରୁତ୍ୱ ଦିଆଯାଏନାହିଁ । ଯେଉଁଠାରେ ବ୍ୟକ୍ତିଗତ ସ୍ୱାର୍ଥ ଉପରେ ନିଷ୍ପତ୍ତି ନିଆଯାଏ। " ସେ ପ୍ରଶ୍ନ କରିଛନ୍ତି ଯେ, ତାଙ୍କ ବିରୁଦ୍ଧରେ ନିଲମ୍ବନ ନୋଟିସ୍ ପ୍ରସ୍ତୁତ ହୋଇଥିଲେ ମଧ୍ୟ, ଆଶୁ ଏବଂ ଚନ୍ନୀଙ୍କ ଭଳି ନେତାଙ୍କ ବିରୁଦ୍ଧରେ କାହିଁକି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ, ଯେଉଁମାନେ ଖୋଲାଖୋଲି ଭାବରେ ଦଳକୁ ଚ୍ୟାଲେଞ୍ଜ କରିଥିଲେ ।

​​​​​​​କଂଗ୍ରେସ ନେତା ନବଜୋତ କୌର ସିଦ୍ଧୁ ଶନିବାର ଦଳ ଛାଡିବାର ନିଷ୍ପତ୍ତି ଘୋଷଣା କରିଛନ୍ତି । ପଞ୍ଜାବ ଦଳର ସଭାପତି ଅମରିନ୍ଦର ସିଂହ ରାଜା ୱାରିଂ ସଂଗଠନକୁ କ୍ଷତି ପହଞ୍ଚାଉଥିବା ଅଭିଯୋଗ ଆଣିଛନ୍ତି ଏବଂ ତାଙ୍କୁ ସବୁଠାରୁ ଅଯୋଗ୍ୟ ଏବଂ ଦୁର୍ନୀତିଗ୍ରସ୍ତ ବୋଲି କହିଛନ୍ତି । ଅମରିନ୍ଦର ରାଜା ୱାରିଂକୁ ଦୁର୍ନୀତି ଫାଇଲ ଖାେଲିବାକୁ ଯଥେଷ୍ଟ ପ୍ରମାଣ ରଖିଥିବା କହିଛନ୍ତି ନବଜୋତ୍ । ମୁଖ୍ୟମନ୍ତ୍ରୀ ପଦ ପାଇଁ ୫୦୦ କୋଟି ମୂଲ୍ୟ ବିଷୟରେ ମନ୍ତବ୍ୟ ଦେଇ ରାଜନୈତିକ ବିବାଦ ସୃଷ୍ଟି କରିବା ପରେ କୌରଙ୍କୁ ଗତ ମାସରେ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ନିଲମ୍ବିତ କରାଯାଇଥିଲା ।