PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା ସାଲେଭଟା ଛକରେ ରକ୍ତାକ୍ତ ଅବସ୍ଥାରେ ଯୁବକ-ଯୁବତୀ ଉଦ୍ଧାର
  • ||
  • ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷାରେ ଗୁରୁତର ତ୍ରୁଟି, ହେଲିକପ୍ଟର ଉଡାଣ ଭରିବା କ୍ଷଣି ମଝି ଆକାଶରେ ଦେଖାଗଲା କଳା ବେଲୁନ୍, ୪ କଂଗ୍ରେସ କର୍ମୀ ଗିରଫ
  • ||
  • ବିଧାନସଭା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ-ଛାତ୍ର କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି
  • ||
  • ନୂଆପଡା ଉଦ୍ୟାନବନ୍ଧ କ୍ରିଷ୍ଣା ଛକରେ ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ରେଞ୍ଜ୍ ଅନ୍ତର୍ଗତ ରତାଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଫାଶରେ ପଡ଼ି ଏକ ଭାଲୁର ମୃତ୍ୟୁ
  • ||
  • କୋଲକାତା : ମାତ୍ର ୭୫ ଟଙ୍କା ପାଉଣା ଫେରସ୍ତ ଦାବିରେ ଦେଖାଦେଇଥିଲା ଅଶାନ୍ତି, ନମାଜ ପଢ଼ି ଫେରିବା ବାଟରେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା
  • ||
  • ଭୁବନେଶ୍ବର : ୨୦୧୯ ରୁ ୨୦୨୨ ମଧ୍ୟରେ ରାଜ୍ୟରେ ପଞ୍ଜିକୃତ ହୋଇଛି ୧୦ ହଜାର ୧୨୯ ଦୁଷ୍କର୍ମ ମାମଲା : ଗୃହରାଷ୍ଟ୍ର ମନ୍ତ୍ରୀ
  • ||
  • ଭୁବନେଶ୍ବର : ଜୁଲାଇ ୬ରେ ମାଟ୍ରିକ ପରୀକ୍ଷା ଫଳ ଘୋଷଣା । ଦିନ ୧ଟାରେ ପ୍ରକାଶ ପାଇପ ରେଜଲ୍ଟ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ।
  • ||
  • ଗୋଚ୍ଛାପଡ଼ା/ଫୁଲବାଣୀ : ବହୁଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗାର ଖପୁରି ୩ ବର୍ଷ ମଧ୍ୟରେ ପ୍ରତିରୋପଣ କରାଯିବ । ଦିଲ୍ଲୀ ଏମସ୍‌ ନ୍ୟୁରୋ ସର୍ଜରୀ ଡାକ୍ତର ଦୀପକ ଗୁପ୍ତାଙ୍କ ସୂଚନା ।
  • ||
  • ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅଲ୍ଲୁରୀ ସୀତାରାମ ରାଜୁଙ୍କ ପ୍ରତିମୂର୍ତ୍ତି କରିବେ ଉନ୍ମୋଚନ
  • ||
  • କୋଟପାଡ଼ : କୋଟପାଡ଼ ମୀନାବଜାରରେ ଦୋଳି ଖେଳୁଥିବା ବେଳେ ଜଣେ ନାବଳିକାଙ୍କ ହୃଦ୍‌ଘାତରେ ମୃତ୍ୟୁ
  • ||
  • ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ଏକନାଥଙ୍କ ବାଜିମାତ୍। ଫ୍ଳୋର ଟେଷ୍ଟରେ ବହୁମତ ହାସଲ କରିଛନ୍ତି ସିନ୍ଦେ। ସିନ୍ଦେଙ୍କୁ ୧୬୪ ସଦସ୍ୟ ସମର୍ଥନ କରିଥିବା ସୂଚନା।
  • ||
  • ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚଞ୍ଚରମୁଣ୍ଡା ଛକ ବିଜୁ ଏକ୍ସପ୍ରେସ୍ ରାସ୍ତା କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର କୁଲ୍ଲୁରେ ବସ୍ ଦୁର୍ଘଟଣା, ସ୍କୁଲ ପିଲାଙ୍କ ସମେତ ୧୬ଜଣଙ୍କର ମୃତ୍ୟୁ ଆଶଙ୍କା
  • ||
  • ନୂଆଦିଲ୍ଲୀ : ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ : ବିଜୟ ମୁକୁଟ ପିନ୍ଧିଲେ ସିନି ଶେଟ୍ଟୀ
  • ||
  • ନୂଆଦିଲ୍ଲୀ : ଭାଙ୍ଗିଗଲା ଆଲପାଇନ୍ ଗ୍ଲାସିୟରର ବିଶାଳ ଖଣ୍ଡ, ୫ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ରେଜଲ୍ଟ ପ୍ରକାଶ ନେଇ ବୋର୍ଡର ସମସ୍ତ ପ୍ରସ୍ତୁତି ଶେଷ, ସଚିବାଳୟରେ ଆଜି ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ବାଲିପାଟଣା : ବାଲିଘାଟକୁ କେନ୍ଦ୍ର କରି ଯୁବକଙ୍କୁ ଖଣ୍ଡାମାଡ଼, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଆଇସିୟୁରେ ଭର୍ତ୍ତି ହେଲେ ଲାଲୁ ଯାଦବ, ପଡ଼ିଯିବା କାରଣରୁ ହୋଇଥିଲେ ଆହତ
  • ||
  • ଡେନମାର୍କ : ଡେନମାର୍କର ସପିଂ ମଲରେ ଫୁଟିଲା ଗୁଳି, ୩ଜଣଙ୍କର ମୃତ୍ୟୁ
  • ||

ନବଜୋତ ସିଂହ ସିଦ୍ଧୁ କ୍ଲିନ୍‌ ବୋଲଡ୍, ରୋଡ୍‌ ରେଜ୍‌ ମାମଲାରେ ସିଦ୍ଧୁଙ୍କୁ ଜେଲ ଦଣ୍ଡ

ନୂଆଦିଲ୍ଲୀ ୧୯/ ୦୫ : କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ବଡ ଝଟକା । ରୋଡ୍‌ ରେଜ୍‌ ମାମଲାରେ ସିଦ୍ଧୁଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ୧୯୮୮ ମସିହାରେ ଘଟିଥିବା ଏହି ମାମଲାର ଦୀର୍ଘଦିନ ପରେ ରାୟ ଆସିଛି । ସିଦ୍ଧୁଙ୍କୁ ୧ ବର୍ଷ କାରାଦଣ୍ଡା ଦେଶ ଶୁଣାଇଛନ୍ତି କୋର୍ଟ ।

ପୂର୍ବରୁ ଏହି ଘଟଣାରେ ସିଦ୍ଧୁଙ୍କୁ ଆଶ୍ବସ୍ତି ମିଳିଥିଲା । କିନ୍ତୁ ରୋଡ୍‌ ରେଜ୍‌ ଘଟଣାରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ତାଙ୍କ ପରିବାର ପୁଣି ଥରେ ରିଭ୍ୟୁ ପିଟିସନ୍‌ ଦାଖଲ କରିଥିଲେ । ଯାହାକୁ ନେଇ ପୁଣି ଥରେ ମାମଲାର ଶୁଣାଣି ଆରମ୍ଭ ହୋଇଥିଲା । ଏହାର ଶୁଣାଣି କରି ସିଦ୍ଧୁଙ୍କୁ ୧ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

କଣ ଥିଲା ଘଟଣାକ୍ରମ:

୧୯୮୮ ମସିହା ଡିସେମ୍ବର ୨୭ ତାରିଖରେ ସିଦ୍ଧୁ ଏବଂ ତାଙ୍କର ବନ୍ଧୁ ରୁପିନ୍ଦର ସିଂହ ସାନ୍ଧୁ ପଟିୟାଲାର ସେରାବାଲେ ବଜାରକୁ ଯାଇଥିଲେ । ଯାହାକି ଘରଠାରୁ ମାତ୍ର ଦେଢ କିଲୋମିଟର । ସେତେବେଳେ ସିଦ୍ଧୁ କ୍ରିକେଟ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ।

କାର ପାର୍କିଂ କରିବାକୁ ନେଇ ୬୫ ବର୍ଷୀୟ ଗୁରମାନ ସିଂହଙ୍କ ସହ ସିଦ୍ଧୁଙ୍କ ଝଗଡା ହୋଇଥିଲା । ପରେ ହାତାହାତୀ ପର୍ଯ୍ୟନ୍ତ କଥା ଯାଇଥିଲା । ସିଦ୍ଧୁଙ୍କ ମାଡରେ ସେ ଗୁରୁତର ହୋଇଥିଲେ । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରନାମଙ୍କ ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ରିପୋର୍ଟ ଆସିଥିଲା ।

ସେହିଦିନ ସିଦ୍ଧୁ ଏବଂ ତାଙ୍କ ବନ୍ଧୁଙ୍କ ବିରୁଦ୍ଧରେ କୋତଓ୍ବାଲୀ ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ୧୯୯୯ ମସିହାରେ ମାମଲାକୁ ଖାରଜ କରିଦେଇଥିଲେ କୋର୍ଟ ।

ପରେ ୨୦୦୨ ମସିହାରେ ସିଦ୍ଧୁଙ୍କ ବିରୁଦ୍ଧରେ ହାଇକୋର୍ଟରେ ଅପିଲ କରିଥିଲେ ପଞ୍ଜାବ ସରକାର । ସେତେବେଳକୁ ସେ ରାଜନୀତିକୁ ଆସିଯାଇଥିଲେ । ୨୦୦୪ରେ ବିଜେପି ଟିକେଟରୁ ଲୋକସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ ନବଜୋତ ।


୨୦୦୬ ମସିହାରେ ହାଇକୋର୍ଟ ରୋଡ୍‌ ରେଜ୍‌ ମାମଲାର ରାୟ ପ୍ରକାଶ କରିଥିଲେ । କୋର୍ଟ ଉଭୟ ସିଦ୍ଧୁ ଏବଂ ତାଙ୍କ ବନ୍ଧୁଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଥିଲେ । ଏହା ସହିତ ଏକ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ସିଦ୍ଧୁ ଲୋକସଭାରୁ ଇସ୍ତଫା ଦେଇଥିଲେ ।

ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ନବଜୋତ ସିଂହ ସିଦ୍ଧୁ । ସେତେବେଳେ ତାଙ୍କ ସପକ୍ଷରେ କୋର୍ଟରେ ଲଢିଥିଲେ ବିଜେପି ନେତା ଅରୁଣ ଜେଟଲୀ । ସୁପ୍ରିମକୋର୍ଟ ମାମଲାର ପୁନଃ ଶୁଣାଣି କରିବା ସହିତ ହାଇକୋର୍ଟଙ୍କ ରାୟ ଉପରେ ରୋକ୍‌ ଲଗାଇଥିଲେ । ପରେ ୨୦୦୭ରେ ପୁଣି ନିର୍ବାଚନ ଲଢି ବିଜୟୀ ହୋଇଥିଲେ ସିଦ୍ଧୁ ।

୨୦୧୮ ମେ ୧୫ ତାରିଖରେ ସେକ୍ସନ୍‌ ୩୨୩ ଆଧାରରେ ସିଦ୍ଧୁଙ୍କ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । କିନ୍ତୁ ଜାଣିଶୁଣି ହତ୍ୟା କରିନଥିବାରୁ ଧାରା ୩୦୪ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇନଥିଲେ । ସେଥିରେ ସିଦ୍ଧୁଙ୍କ ଠାରୁ ଜରିମାନା ଆଦାୟ କରି ଖଲାସ କରିଥିଲେ କୋର୍ଟ ।

୨୦୧୮ ସେପ୍ଟେମ୍ବର ୧୨ ତାରିଖରେ ରିଭ୍ୟୁ ପିଟିସନ୍‌ ଉପରେ ଶୁଣାଣି କରିବାକୁ ରାଜି ହୋଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ୨୦୨୨ ମାର୍ଚ୍ଚ ୨୫ ତାରିଖରେ ରିଭ୍ୟୁ ପିଟିସନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।

ଶେଷରେ ୨୦୨୨ ମେ ୧୯ ତାରିଖରେ ସିଦ୍ଧୁଙ୍କୁ ୧ ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ ।

ସମ୍ବନ୍ଧିତ ଖବର