PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

ନୁଆଦିଲ୍ଲୀ ୧୪/୭: ନବଜୋତ୍ ସିଂ ସିଦ୍ଧୁ ପଞ୍ଜାବ ସରକାରଙ୍କ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହିତ ତାଙ୍କର ଗତ କିଛି ଦିନରୁ ମତଭେଦ ଲାଗିରହିଥିଲା  । କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ଯକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । କହିରଖୁଛୁ ଶନିବାର କ୍ୟାବିନେଟ୍ ମନ୍ତ୍ରୀ ବ୍ରହ୍ମା ମୋହିନ୍ଦ୍ରା ନିଜ ମନ୍ତ୍ରିମଣ୍ଡଳ ସହଯୋଗୀ ସିଦ୍ଧୁଙ୍କୁ ଅନୁରୋଧ କରିଥିଲେ ଯେ ସେ ଶକ୍ତି ମନ୍ତ୍ରାଳୟ ଦାୟିତ୍ୱ ଗ୍ରହଣ କରନ୍ତୁ । କିନ୍ତୁ ମୁଖ୍ୟମନ୍ତ୍ରୀ କ୍ଯାପ୍ଟେନ୍ ଅମରିନ୍ଦର ସିଂହଙ୍କ ଉପରେ ଖପ୍ପା  ସିଦ୍ଧୁ ପଦ ସମ୍ଭାଳିବା ବଦଳରେ ଇସ୍ତଫା ଦେବାପାଇଁ ଉଚିତ୍ ମନେକଲେ ।

ସିଦ୍ଧୁ ଟ୍ୱିଟରରେ ନିଜ ଇସ୍ତଫା ପତ୍ର ସାର୍ବଜନିକ କରି ସୂଚନା ଦେଇଛନ୍ତି ଯେ ସେ ୧୦ ଜୁଲାଇରେ ନିଜ ଇସ୍ତଫା ଦେଇଥିଲେ । କିନ୍ତୁ ଏହାର ଖୁଲାସା ଆଜି ହେଲା । କହିରଖୁଛୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏବଂ ସିଦ୍ଧୁଙ୍କ ମଧ୍ଯରେ ମନାନ୍ତର ଚାଲିଛି । ଲୋକସଭା ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ କଂଗ୍ରେସକୁ ଅଧିକ ସିଟ୍ ନମିଳିବାର ଦୋଷ ସିଦ୍ଧୁଙ୍କ ଉପରେ ଲଦିଦେଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆହୁରି ବିଗିଡି ଯାଇଥିଲା । ସିଦ୍ଧୁ ଅନ୍ଯ ଏକ ଟ୍ୱିଟରରେ ଜଣାଇଛନ୍ତି ଯେ ସେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ନିଜ ଇସ୍ତଫା ପତ୍ର ପଠାଇନାହାଁନ୍ତି । ସେ ଖୁବ୍ ଶୀଘ୍ର ମୁଖ୍ଯମନ୍ତ୍ରୀଙ୍କୁ ଇସ୍ତଫା ପତ୍ର ପଠାଇପାରନ୍ତି ।

ସମ୍ବନ୍ଧିତ ଖବର