PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

ଚଣ୍ଡିଗଡ଼,୧୪ା୭(ଏଜେନ୍ସି): ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ପରିଣାମ ସ୍ୱରୂପ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଏକ ଟୁଇଟ ଜରିଆରେ ସେ ଏନେଇ ସୂଚିତ କରିଛନ୍ତି । ଟୁଇଟରରେ ସେ ନିଜ ଇସ୍ତଫା ପତ୍ରର ଫଟୋ ମଧ୍ୟ ସେୟାର କରିଛନ୍ତି । ଗତ ଜୁନ୍‌ ୧୦ ତାରିଖରୁ ସେ ରାହୁଲ ଗାନ୍ଧିଙ୍କୁ ଏହି ଇସ୍ତଫା ପତ୍ର ଦେଇଥିବା ମଧ୍ୟ ଟୁଇଟ୍‌ରେ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ସେ ଖୁବ୍‌ଶୀଘ୍ର ନିଜ ଇସ୍ତଫା ପତ୍ର ଦେବେ ବୋଲି ମଧ୍ୟ ଅନ୍ୟ ଏକ ଟୁଇଟ୍‌ ଯୋଗେ ସେ ସୂଚିତ କରିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ସିଦ୍ଧୁ ବର୍ତ୍ତମାନ ସୁଦ୍ଧା ମନ୍ତ୍ରିମଣ୍ଡଳରୁ ନିଜ ଇସ୍ତଫା ଦେବା ନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ କୌଣସି ସୂଚନା ଦେଇ ନାହାନ୍ତି । ଉଲ୍ଲେଖଯୋଗ୍ୟ ଯେ, ସିଦ୍ଧୁ ଏବଂ ଅମରିନ୍ଦରଙ୍କ ମଧ୍ୟରେ ଗତ କିଛି ଦିନ ହେବ ବିବାଦ ଜୋର ଧରିଛି । ଲୋକସଭା ନିର୍ବାଚନ ପର ଠାରୁ ହିଁ ଉଭୟ ନେତାଙ୍କ ମଧ୍ୟରେ ମତାନ୍ତର ଚାଲିଛି । ଲୋକସଭା ନିର୍ବାଚନରେ ଲଢ଼ିବା ପାଇଁ ଟିକେଟ ନ ମିଳିବାରୁ ସିଦ୍ଧୁଙ୍କ ପତ୍ନୀ ନବଜୋତ କୈର ଖୋଲାଖୋଲି ଭାବେ ଅମରିନ୍ଦରଙ୍କୁ ଦାୟୀ କରିଥିଲେ ।

ସିଦ୍ଧୁ ମଧ୍ୟ ପତ୍ନୀଙ୍କ ବୟାନକୁ ସମର୍ଥନ କରିଥିଲେ । ପରେ ଲୋକସଭା ନିର୍ବାଚନରେ ରାଜ୍ୟରେ କେତେକ ଆସନରେ କଂଗ୍ରେସର ବିପର୍ଯ୍ୟୟର କାରଣ ସିଦ୍ଧୁ ବୋଲି ଅମରିନ୍ଦର କହିବା ପରଠାରୁ ହିଁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପରେ ଅମରିନ୍ଦର ସିଦ୍ଧୁଙ୍କ ଠାରୁ ସ୍ଥାନୀୟ ପ୍ରଶାସନ ଏବଂ ପର୍ଯ୍ୟଟନ ଓ ସଂସ୍କୃତି ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ କାଢ଼ିନେଇ ତାଙ୍କୁ ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱ ଦେଇଥିଲେ । ମାତ୍ର ସିଦ୍ଧୁ ନୂଆ ଦାୟିତ୍ୱ ଗ୍ରହଣ କରିନଥିଲେ ।