ସିଦ୍ଧୁଙ୍କ ନୂଆ ଟ୍ବିଟ୍: ଯେଉଁ ଯୁଦ୍ଧରେ ରାଜାଙ୍କ ଜୀବନକୁ ବିପଦ ନାହିଁ, ତାକୁ ଯୁଦ୍ଧ ନୁହେଁ ରାଜନୀତି କୁହାଯାଏ

ନୂଆଦିଲ୍ଲୀ,୧।୩: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ବିବାଦୀୟ ସ୍ଥିତି ମଧ୍ୟରେ କଂଗ୍ରେସ ପାର୍ଟି ନେତା ଓ ପଞ୍ଜାବ ସରକାର ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ ଆଉ ଏକ ନୂଆ ଟ୍ବିଟ୍ କରିଛନ୍ତି। ସିଦ୍ଧୁ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦୀୟ ସ୍ଥିତିକୁ ଯୁଦ୍ଧ ବୋଲି କହିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀଙ୍କୁ ପୁଣିଥରେ ଟାର୍ଗେଟ କରିଛନ୍ତି। ସେ ରାଜନୈତିକ ଫାଇଦା ଉଠାଇବାର ମଧ୍ୟ ଅଭିଯୋଗ କରିଛନ୍ତି। ସିଦ୍ଧୁ କହିଛନ୍ତି ଯେଉଁ ଯୁଦ୍ଧରେ ରାଜାଙ୍କ ଜୀବନକୁ ବିପଦ ନାହିଁ, ତାକୁ ଯୁଦ୍ଧ ନୁହେଁ ରାଜନୀତି କୁହାଯାଏ(ଚାଣକ୍ୟ)।
ଏହାପରେ ଇଂରାଜୀରେ ଆଉଏକ ଟ୍ବିଟ କରିଥିଲେ ସିଦ୍ଧୁ। ଯାହାର ଅର୍ଥ ଯୁଦ୍ଧ ଏକ ବିଫଳ ସରକାରଙ୍କ ଆଶ୍ରୟ, ଆପଣ ନିଜର ଫମ୍ପା ରାଜନୈତିକ ଉଦେଶ୍ୟ ପାଇଁ କେତେ ଅଧିକ ନିର୍ଦୋଷ ଜୀବନ ଓ ଯବାନଙ୍କର ବଳିଦାନ କରିବେ। ଏଠାରେ ଉଲ୍ଲେଖନୀୟ ଯେ ସିଦ୍ଧୁ ବହୁବାର ପାକିସ୍ତାନ ସମର୍ଥନରେ ଆସି ମନ୍ତବ୍ୟ ଦେଇଥିବାରୁ ବିବାଦର ସମ୍ମୁଖୀନ ହୋଇଛନ୍ତି।