PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ସଂସଦୀୟ ସ୍ୱତନ୍ତ୍ର ଅଧିକାର କମିଟିରେ ଆଶ୍ରୟ ନେଲେ ନବନୀତ ରାଣା, ନିଜର ପକ୍ଷ ରଖିଲେ    

pic- internet

ମୁମ୍ୱାଇ,୦୫/୨୩: ମହାରାଷ୍ଟ୍ର ଅମରାବତିର ସ୍ୱାଧିନ ସାଂସଦ ନବନୀତ ରାଣା ସୋମବାର ଲୋକସଭା ସଂସଦୀୟ ସ୍ୱତନ୍ତ୍ର ଅଧିକାର କମିଟିର ଆଶ୍ରୟ ନେଇଛନ୍ତି। ସେଠାରେ ସେ ଖାର ପୁଲିସ ଥାନା, ମୁମ୍ୱାଇରେ ତାଙ୍କୁ କରାଯାଇଥିବା ବେଆଇନ ଗିରଫ ଓ ଅପମାନଜନକ ବ୍ୟବବହାରକୁ ନେଇ ନିଜର ପକ୍ଷ ରଖିଛନ୍ତି। ସୂଚନା ଥାଉକି ରାଣା ଦମ୍ପତ୍ତି ମୋତେଶ୍ରୀ ବାହାରେ ହନୁମାନ ଚାଳିଶା ପଢ଼ିବା ନେଇ ଘୋଷଣା କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

ସ୍ୱାଧିନ ସାଂସଦ ରାଣା ପ୍ରଥମେ କହିଥିଲେ ଯେ ସେ ଏହି ଘଟଣାକୁ ନେଇ ସଂସଦୀୟ ସ୍ୱତନ୍ତ୍ର ଅଧିକାର କମିଟିରେ ଅଭିଯୋଗ କରିବେ। ଏବଂ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ଆଲୋଚନା କରିବେ।

ନବନୀତ ରାଣା କହିଛନ୍ତି ଯେ ଲୋକସଭା ଅଧ୍ୟକ୍ଷ ସାଂସଦଙ୍କୁ ସୁରକ୍ଷା ଦେଇଥାନ୍ତି । ମୁଁ ତାଙ୍କୁ ଅନୁରୋଧ କରିଛି ଆମ ମାମଲାରେ ନ୍ୟାୟ ମିଳୁ ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେ ଆହୁରି କହିଛନ୍ତି ଯେ ମୁଁ ତାଙ୍କୁ ବେଆଇନ ଭାବେ ଗିରଫ କରାଯାଇଥିବା ନେଇ କହିଛି। ଲୋକସଭାରେ ସ୍ୱତନ୍ତ୍ର ଅଧିକାର କମିଟି ମେ ୨୩ରେ ବିଚାର କରିବେ ବୋଲି ରାଣା କହିଛନ୍ତି।        

ସମ୍ବନ୍ଧିତ ଖବର