PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଚଳିତ ନବରାତ୍ରୀରେ ଏହି ଜିନିଷ ଆଣି ଘରେ ରଖନ୍ତୁ, ବଢିବ ଧନ-ସମ୍ପତ୍ତି ସହ ସୁଖ-ସମୃଦ୍ଧି

ଚଳିତ ବର୍ଷ ଶାରଦୀୟ ନବରାତ୍ରୀରେ ମା’ ଦୁର୍ଗା ହାତୀରେ ସବାର ହୋଇ ଆସୁଛନ୍ତି। ମା’ ଦୁର୍ଗା ଯେତେବେଳେ ହାତୀରେ ସବାର ହୋଇ ଆସିଥାନ୍ତି ତାହା ଖୁବ୍ ଶୁଭ ସଙ୍କେତ ଦେଇଥାଏ। ଏହି ସମୟରେ ଖୁବ୍ ବର୍ଷା ହୁଏ ଓ ଚାରିଆଡେ କେବଳ ସବୁଜିମା ଭରି ରହିଥାଏ। ଅନ୍ନ-ଧନରେ ଲୋକଙ୍କ ଘର ପରିପୂର୍ଣ୍ଣ ରୁହେ। ଜ୍ୟୋତିଷଶାସ୍ତ୍ରୀଙ୍କ କହିବା ଅନୁସାରେ, ଯଦି ଏଥର ଶାରଦୀୟ ନବରାତ୍ରୀରେ ଧାତୁର ଏକ ଛୋଟ ହାତୀ ଘରକୁ ଆଣନ୍ତି ତେବେ ଚକତ୍କାରୀ ଲାଭ ମିଳିପାରିବ।

ପିତ୍ତଳ ହାତୀ: ବାସ୍ତୁ ଅନୁସାରେ, ବୈଠକ ଗରେ ଯଦି ପିତ୍ତଳର ଏକ ଛୋଟ ହାତୀ ରଖନ୍ତି ତେବେ ଘରେ ସକାରତ୍କମ ଶକ୍ତି ପ୍ରବେଶ କରିଥାଏ। ପିତ୍ତଳ ହାତୀ ନା କେବଳ ନକାରତ୍ମକ ଶକ୍ତିକୁ ଦୂର କରିଥାଏ, ବଂର ସଫଳତାର ରାସ୍ତା ମଧ୍ୟ ଖୋଲିଥାଏ।

ହାତୀର ଫଟୋ: ଘରର ଲିଭିଂ ଏରିୟାରେ ଯଦି ହାତୀର ଫଟୋ କିମ୍ବା ପ୍ରତିମା ରୁମେ ତେବେ ଆୟ ବୃଦ୍ଧି ହୁଏ। ଧ୍ୟାନ ରଖନ୍ତୁ ଏହି ଫଟୋ କିମ୍ବା ମୂର୍ତ୍ତିର ଶୁଣ୍ଢ ଉପରକୁ ଉଠିଥିବା ଦରକାର। ଏହାଦ୍ବାରା ଘରେ ଶୁଖ-ଶାନ୍ତି ବଢିଥାଏ। ହାତୀର ଫଟୋ କିମ୍ବା ପ୍ରତିମାକୁ ଉତ୍ତର ଦିଗରେ ଲଗାଇବା ଖୁବ୍ ଶୁଭ ବୋଲି ମନେକରାଯାଏ।

ରୂପାର ହାତୀ: ଘରେ ଟ୍ରେଜେରୀ କିମ୍ବା ଟଙ୍କା ରଖୁଥିବା ସ୍ଥାନରେ ରୂପା ହାତୀ ରଖିବା ଖୁବ୍ ଶୁଭ। ଏହାଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି।

ବେଡରୁମ୍‌ରେ ହାତୀର ଯୋଡା: ବାସ୍ତୁ ଅନୁସାରେ, ବେଡ୍‌ ରୁମ୍‌ରେ ହାତୀର ଯୋଡା ରଖିବା ଫଳରେ ଦାମ୍ପତ୍ତ୍ୟ ଜୀବନରେ ଖୁସି ରହିଥାଏ। ସ୍ବାମୀ-ସ୍ତ୍ରୀ ମଧ୍ୟରେ ବିବାଦ ଶେଷ ହୋଇଯାଏ। ସମ୍ପର୍କ ଭଲ ରୁହେ।

କେଉଁଠି ରଖିବେନି ହାତୀ: ହାତୀର ଚିତ୍ର କିମ୍ବା ମୂର୍ତ୍ତି ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ ନାହିଁ। ଘର କିମ୍ବା ଦୋକାନରେ ହାତୀର ଏଭଳି ଚିତ୍ର ନଲଗାନ୍ତୁ, ଯେଉଁଥିରେ ତା’ର ଶୁଣ୍ଢ ତଳ ଆଡକୁ ନଇଁକି ଅଛି। ପ୍ଲାଷ୍ଟିକ୍‌ କିମ୍ବା ପ୍ଲାଷ୍ଟରରେ ତିଆରି ହାତୀ ଭୁଲରେ ମଧ୍ୟ ଘରେ ନରଖନ୍ତୁ। ଯଦି ଆପଣ ହାତୀର ଯୋଡା ଘରରେ ରଖନ୍ତି ତେବେ ତାଙ୍କର ଚେହେରା ପରସ୍ପର ସାମନାରେ ରଖନ୍ତୁ।