ଶରିଫଙ୍କ ଝିଅ ମରିୟମ କହିଲେ, ଇମ୍ରାନଙ୍କୁ ମୋଦି ସମ୍ମାନ କରନ୍ତି ନାହିଁ, ସେଥିପାଇଁ ତାଙ୍କ ଫୋନ୍ ମଧ୍ୟ ଉଠାନ୍ତି ନାହିଁ

ନୂଆଦିଲ୍ଲୀ,୨୯।୫: ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ମଙ୍ଗଳବାର ଇମ୍ରାନଙ୍କୁ ଟାର୍ଗେଟ କରି କହିଛନ୍ତି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟିକେ ବି ସମ୍ମାନ କରନ୍ତି ନାହିଁ। ଫେବୃଆରୀରେ ମୋଦିଙ୍କୁ ଇମ୍ରାନ ଫୋନ୍ କରିଥିଲେ, କିନ୍ତୁ ସେ ଫୋନ୍ ଉଠାଇଲେ ନାହିଁ।

ପାକିସ୍ତାନର ୧୯୯୮ ପରମାଣୁ ପରୀକ୍ଷଣ ସମ୍ପର୍କିତ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମରିୟମ ଯୋଗ ଦେଇ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ତାଙ୍କର ଫୋନ ଉଠାଇନଥିଲେ। ସେ ସମୟରେ ଦୁଇ ଦେଶ ଭିତରେ ବିବାଦ ଚରମ ସୀମାରେ ଥିଲା। ଶକ୍ତିଶାଳୀ ସେନା ସମ୍ପର୍କରେ କହିବାକୁ ଯାଇ ମରିୟମ କହିଥିଲେ’ ମୋଦି ଓ ବିଶ୍ବର ଅନ୍ୟ ରାଷ୍ଟ୍ରାଧ୍ୟକ୍ଷ ଇମ୍ରାନଙ୍କୁ ସମ୍ମାନ ଦିଅନ୍ତି ନାହିଁ, କାରର ସେମାନେ ଜାଣନ୍ତି ଆପଣ କାହାର ସାହାର୍ଯ୍ୟରେ ଲୋକଙ୍କ ଭୋଟ ଚୋରେଇକି କ୍ଷମତାକୁ ଆସିଛନ୍ତି।ଆପଣ କାହାର ଇଶାରାରେ ଚାଲନ୍ତି।

ମୋଦିଙ୍କୁ ନିଜର ବନ୍ଧୁ ବୋଲି ଇମ୍ରାନ କୁହନ୍ତି, କିନ୍ତୁ ଶରିଫଙ୍କୁ ନିଜର ବନ୍ଧୁ କହି ମୋଦି ନିଜେ ପାକିସ୍ତାନ ଆସିଥିଲେ। ସାରା ବିଶ୍ବ ତାଙ୍କୁ ସମ୍ମାନ ଦିଏ କିନ୍ତୁ ଆପଣଙ୍କ ଫୋନ ମୋଦି ଏବେ କାହିଁକି ଉଠାଉ ନାହାନ୍ତି। ଆମେ ଭାରତ ସହ ଶାନ୍ତି ଚାହୁଁଥିଲୁ। କିନ୍ତୁ ଏବେ ଦୁଇ ଦେଶ ଯେଉଁ ଭଳି ସମସ୍ୟା ଦେଇ ଗତି କରୁଛନ୍ତି ତାହା କେବଳ ଯୁଦ୍ଧ ଆଡକୁ ନେଇଯାଉଛି ବୋଲି ମରିୟମ ଅଭିଯୋଗ କରିଛନ୍ତି।