PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ହୋଟେଲରେ ରହୁଛନ୍ତି ନୱାଜୁଦ୍ଦିନ, ମା’ ଓ ପତ୍ନୀଙ୍କ ବିବାଦ ମଧ୍ୟରେ ଘର ଛାଡିଲେ ଅଭିନେତା

hindustantimes

ମୁମ୍ବାଇ ୦୬/୦୨: ନୱାଜୁଦ୍ଦିନ ସିଦ୍ଦିକି ତାଙ୍କ ପର୍ସନାଲ୍ ଲାଇଫକୁ ନେଇ ଏବେ ଚର୍ଚ୍ଚାରେ। ନିକଟରେ ଅଭିନେତାଙ୍କ ମା’ ତାଙ୍କ ପତ୍ନୀ ଆଲିଆଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ସମ୍ପତ୍ତିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଅନ୍ୟପକ୍ଷରେ ଆଲିଆ ମଧ୍ୟ ନୱାଜୁଦ୍ଦିନ ଏବଂ ତାଙ୍କ ପରିବାର ବରୋଧରେ ଘରୋଇ ହିଂସା ଅଭିଯୋଗ କରିଥିଲେ। ଏହା ପରେ କୋର୍ଟ ଅଭିନେତାଙ୍କୁ ନୋଟିସ ଜାରି କରିଥିଲେ। ତେବେ ପତ୍ନୀ ଏବଂ ମାଙ୍କ ମଧ୍ୟରେ ବିବାଦ ହେତୁ ନୱାଜୁ ଘରୁ ବାହାରି ହୋଟେଲରେ ରହିଥିବା କୁହାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ନୱାଜୁଦ୍ଦିନଙ୍କ ବନ୍ଧୁ କହିଛନ୍ତି, ଅଭିନେତା ବର୍ତ୍ତମାନ ହୋଟେଲରେ ଅଛନ୍ତି। ତାଙ୍କ ଓକିଲ ଆଇନଗତ ସମସ୍ୟାର ସମାଧାନ ନକରିବା ପର୍ଯ୍ୟନ୍ତ ସେ ସେଠାରେ ରହିବେ।

ନୱାଜୁଦ୍ଦିନଙ୍କ ମା’ ମେହେରୁନିସା ସିଦ୍ଦିକି ଆଲିଆଙ୍କ ବିରୋଧରେ ପୋଲିସ ଅଭିଯୋଗ କରିଥିଲେ। ତାଙ୍କ ମା ଦାବି କରିଥିଲେ, ଆଲିଆ ନୱାଜୁଦ୍ଦିନଙ୍କ ପତ୍ନୀ ନୁହଁନ୍ତି। ଏଥିସହିତ ଆଲିଆଙ୍କ ଓକିଲ କହିଛନ୍ତି ଯେ ସେ ତାଙ୍କ ପତ୍ନୀ ବୋଲି ନୱାଜୁଦ୍ଦିନ ଡକ୍ୟୁମେଣ୍ଟରେ ସ୍ୱୀକାର କରିଛନ୍ତି। ଆଲିଆ ଏକ ଭିଡିଓ ସେୟାର କରି କହିଥିଲେ ଯେ ତାଙ୍କୁ ରୁମ୍‌ରୁ ବାହାର କରି ଦିଆଯାଇଥିଲା ଏବଂ ତାଙ୍କୁ ଲିଭିଙ୍ଗ୍ ରୁମ୍ ସୋଫାରେ ଶୋଇବାକୁ ପଡିଥିଲା। ସେ ସେୟାର କରିଥିବା ଭିଡିଓରେ ତାଙ୍କର ଉଭୟ ପିଲା ସୋଫାରେ ଶୋଇଥିବା ଦେଖାଯାଇଥିଲା। ଗତ ୭ ଦିନ ଧରି ସେ ହଲରେ ରହୁଥିବା କହିଥିଲେ।

ସୂଚନା ଅନୁଯାୟୀ, ନୱାଜୁଦ୍ଦିନ ଏବଂ ଆଲିଆ ୨୦୧୦ ମସିହାରେ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। ମେ ୬, ୨୦୨୦ ରେ ଆଲିଆ ଛାଡପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ ପରେ ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ସେ ୨୦୨୧ ମସିହାରେ ଛାଡପତ୍ର ଆବେଦନ ପ୍ରତ୍ୟାହାର କରି ନେଇଥିଲେ।

ସମ୍ବନ୍ଧିତ ଖବର