PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ସାଉଥ୍‌ରେ ଡେବ୍ୟୁ କରିବେ ନୱାଜୁଦ୍ଦିନ, ଆକ୍ସନ ଡ୍ରାମା ଫିଲ୍ମରେ କରିବେ ଅଭିନୟ

ମୁମ୍ବାଇ ୨୯/୦୧: ବଲିଉଡ୍‌ ଏବଂ ୱେବସିରିଜ୍‌ରେ ଅଭିନୟର ଯାଦୁ ଦେଖାଇଥିବା ଲୋକପ୍ରିୟ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଏବେ ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀ ଆଡ଼କୁ ପାଦ ବଢ଼ାଇଛନ୍ତି । ନୱାଜୁଦ୍ଦିନ ଭେଙ୍କଟେଶଙ୍କ ସହ ତେଲୁଗୁ ଫିଲ୍କ କରିବା ନେଇ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ସେ କେତେକ ଫଟୋ ମଧ୍ୟ ଶେୟାର କରିଛନ୍ତି । ଏଥିରେ ତାଙ୍କୁ ସାଉଥ୍‌ର କେତେ ଜଣ ଅଭିନେତାଙ୍କ ସହ ଦେଖିବାକୁ ମିଳିଛି । ଏକ ଫଟୋରେ ନୱାଜୁଦ୍ଦିନ ଭଗବାନ ହନୁମାନଙ୍କ ଆଗରେ ହାତ ଯୋଡ଼ିଥିବା ଦେଖାଯାଇଛି । ହେଲେ କେତେଜଣ ସୋସିଆଲ ମିଡିଆ ୟୁଜର୍ସ ଏଥିପାଇଁ ତାଙ୍କୁ ସମାଲୋଚନା କରିଛନ୍ତି ।

ନୱାଜୁଦ୍ଦିନ ‘ସାଇନଧାବ୍‌’ ଫିଲ୍ମ ଜରିଆରେ ତେଲୁଗୁ ଇଣ୍ଡଷ୍ଟ୍ରି ଏଣ୍ଟ୍ରି କରିବେ । ଶୈଳେଶ କୋଲାନୁ ଏହାର ନିର୍ଦ୍ଦେଶନା ଦେବେ । ଏଥିରେ ରାଣା ଦଗୁବାତି ଏବଂ ନାଗା ଚୈତନ୍ୟ ପ୍ରମୁଖ ଷ୍ଟାର ଅଭିନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ନୱାଜୁଦ୍ଦିନ ଶେୟାର କରିଥିବା ଫଟୋରେ ଭେଙ୍କଟେଶ, ରାଣା ଏବଂ ଚୈତନ୍ୟ ରହିଛନ୍ତି । ‘ସାଇନଧାବ୍‌’ ପ୍ୟାନ୍‌ ଇଣ୍ଡିଆର ଏକ ଆକ୍ସନ ଡ୍ରାମା ଫିଲ୍ମ । ଏଥିରେ ଭେଙ୍କଟେଶ ମୁଖ୍ୟ ଭୂମିକାରେ ଅଛନ୍ତି । ନିହାରିକା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର୍‌ରେ ଏହି ମୁଭି ନିର୍ମାଣ ହେଉଛି ।

ନୱାଜୁଦ୍ଦିନ ୨୦୨୨ରେ ଆକ୍ସନ ଫିଲ୍ମ ‘ହିରୋପନ୍ତୀ-୨’ରେ ନଜର ଆସିଥିଲେ । ଏଥିରେ ଟାଇଗର ଶ୍ରଫ୍‌ ଏବଂ ତାରା ସୁତାରିଆ ମୁଖ୍ୟ ଚରିତ୍ରରେ ଥିଲେ । ଏଥିସହ ନୱାଜୁଦ୍ଦିନଙ୍କ ହାତରେ ‘ହଡ୍ଡୀ’ ଫିଲ୍ମ ରହିଛି । ଏଥିରେ ସେ ଜଣେ ତୃତୀୟ ଲିଙ୍ଗୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ସେହିପରି ଟିକୁ ୱେଡ୍‌ସ ଶେରୁ, ବୋଲେ ଚୁଡିଆଁ, ଜୋଗରିରା ସା ରା ରା ରା, ଅଫବାହ ଆଦିରେ ମଧ୍ୟ ନୱାଜୁଦ୍ଦିନ ନଜର ଆସିବେ ।

ସମ୍ବନ୍ଧିତ ଖବର