ଏକ୍ସ ୱାଇଫ୍ଙ୍କ ସହ ବିବାଦ ସମାଧାନ କରିବାକୁ ଚାହାନ୍ତି ନୱାଜୁଦ୍ଦିନ , ଏହାସହ ରଖିଲେ ଏହି ସର୍ତ୍ତ

ମୁମ୍ୱାଇ – ନୱାଜୁଦ୍ଦିନ ସିଦ୍ଦିକୀ ଓ ତାଙ୍କର ଏକ୍ସ ୱାଇଫ୍ ଆଲିଆଙ୍କ ମଧ୍ୟରେ ବିବାଦ ଅନେକ ଦିନରୁ ଚାଲିଛି । ଆଲିଆ ଓ ନୱାଜୁଦ୍ଦିନ ପରସ୍ପର ଉପରେ ଅଭିଯୋଗ ଲଗେଇଛନ୍ତି । ଆଲିଆଙ୍କର କହିବା ହେଲା କି ତାଙ୍କୁ ନୱାଜୁଦ୍ଦିନଙ୍କ ଘରୁ ବାହାର କରିଦିଆ ଯାଇଛି ଏବଂ ଏବେ ସେ ଜୀବନ ବିତାଇବାକୁ ତାଙ୍କ ପାଖରେ କୌଣସି ଅର୍ଥ ନାହିଁ । ସେପଟେ ନୱାଜୁଦ୍ଦିନ କହିଥିଲେ କି ସେ ପିଲାଙ୍କ ଫିସ୍ ଠାରୁ ନେଇ ତାଙ୍କର ଦୈନିକ ଆବଶ୍ୟକତା ପାଇଁ ପ୍ରତି ମାସରେ ଟଙ୍କା ଦେଉଛନ୍ତି । ସେ ପିଲା ଓ ଆଲିଙ୍କ ପାଇଁ ମୁମ୍ୱାଇରେ ଏକ ଫ୍ଲାଟ୍ ମଧ୍ୟ କିଣିଛନ୍ତି । ଏହି ମଧ୍ୟରେ ଏବେ ନୱାଜୁଦ୍ଦିନ ଓ ଆଲିଆଙ୍କ ଝଗଡ଼ାକୁ ନେଇ ବଡ଼ ଅପଡେଟ୍ ସାମନାକୁ ଆସିଛି ।
ନୱାଜୁଦ୍ଦିନ ଚାହାନ୍ତି କି ତାଙ୍କୁ ତାଙ୍କର ଦୁଇ ପିଲା ଶୋରା ଓ ୟାନିଙ୍କ ସହ ଭେଟ କରିବାକୁ ଦିଆ ଯାଉ , ସେ ହେବିୟସ କର୍ପସ ଆବେଦନକୁ ଫେରେଇ ନେବେ । ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବିକ , ନୱାଜୁଦ୍ଦିନଙ୍କ ଓକିଲ ପ୍ରଦୀପ ଥୋରାଟ ବମ୍ୱେ ହାଇକୋର୍ଟରେ କହିଥିଲେ କି ଆକ୍ଟର ନିଜର ପିଲାଙ୍କର ସ୍କୁଲିଂକୁ ନେଇ ଚିନ୍ତିତ ଅଛନ୍ତି । ଆକ୍ଟରଙ୍କ ପକ୍ଷରି ଓକିଲ କହିଛନ୍ତି , ଏହି କାରଣରୁ ହେବିୟସ କର୍ପସ ଦାୟର କରାଯାଇ ଥିଲା । ମୋତେ ଏହି ପିଟିସନରେ ମିଳୁଥିବା ସୀମିତ ଆଶ୍ୱସ୍ତି ବିଷୟରେ ଜଣା ନାହିଁ । ଅଭିନେତା ନିଜ ପିଲାଙ୍କୁ ଫିଜିକାଲି ଦେଖି ନାହାନ୍ତି । ଏହା ତାଙ୍କର ବଡ଼ ଚିନ୍ତା । ଏହା ପରେ ମୁଁ ପିଟିସନ ଫେରେଇ ନେବି।
ଅନ୍ୟ ପଟେ ଆଲିଆଙ୍କର ଓକିଲ ଶିଖର ଖଣ୍ଡେଲୱାଲ କହିଛନ୍ତି , ମୋ କ୍ଲାଏଣ୍ଟ ମାମଲାକୁ ସମାଧାନ କରିବାକୁ ପ୍ରସ୍ତୁତ ଅଛନ୍ତି । ଯେବେ ସେ ପିଲାଙ୍କ ସହ ଅଭିନେତାଙ୍କ ମାଆଙ୍କ ଘରେ ରହୁଥିଲେ ତ ଏହା କେମିତି ସମ୍ଭ କି ତାଙ୍କୁ ଜଣାନାହିଁ ସେ କେଉଁଠି । ସେ ନିଜର ପିଲାଙ୍କୁ ଭେଟିବାକୁ କିଛି ସମସ୍ୟା ନାହିଁ । ସେ ନିଜେ ହିଁ ତାଙ୍କୁ ଭେଟୁ ନାହାନ୍ତି ।
ପ୍ରଦୀପ ଥୋରାଟ ଏହା ବି କହିଛନ୍ତି କି ଆଲିଆଙ୍କ ଉପରେ ଏଫଆଇଆର ଅଛି , ଯାହା ଅଭିନେତାଙ୍କ ପରିବାର ରୁଜୁ କରାଇ ଥିଲେ । ଏହାକୁ ଶେଷ କରିବାକୁ ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲେ ତାଙ୍କର ପିଟିସନଉପରେ ଶେଷ ଥର ୧୪ ମାର୍ଚ୍ଚରେ ଶୁଣାଇ ହୋଇଥିଲା ଏବଂ ଆଗାମୀ ଶୁଣାଣି ୨୭ ମାର୍ଚ୍ଚରେ ଅଛି। ଆମେ ଏହି ମାମଲାକୁ ଏହା ପରେ ରଖିପାରିବା ।