PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ଶଳା, ଭିଣୋଇଙ୍କୁ ହତ୍ୟା କଲେ ନକ୍ସଲ; ଏସ୍‌ଓଜି-ଲାଲବାହିନୀ ଗୁଳି ବିନିମୟ,ଜଣେ ମାଓବାଦୀ ନିହତ

ରାଉରକେଲା,୨୪ା୭(ବ୍ୟୁରୋ): କିଛି ଦିନର ନିରବତା ପରେ ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ନକ୍ସଲ ଖେଳାଇଛନ୍ତି ତାଣ୍ଡବ । ଶଳା ଭିଣୋଇଙ୍କୁ ନକ୍ସଲମାନେ ଗୁଳି କରି ହତ୍ୟା କରିଥିବା ବେଳେ ଏହା ପଛରେ ମାଓ ନେତା ଜୀବନ କାଣ୍ଡୁଲାନା ଗ୍ରୁପ୍‌ର ହାତ ରହିଛି । ଘଟଣା ଘଟିବାର ୧୭ ଘଣ୍ଟା ପରେ ଆଜି ପୁଲିସ୍‌ ସେଠାରେ ପହଞ୍ଚି ଶବ ଜବତ କରିବା ସହ ନକ୍ସଲମାନଙ୍କ ବିରୋଧରେ ଅପରେସନ ଆରମ୍ଭ ହୋଇଛି ।

ଝାଡଖଣ୍ଡର ସୋନୁଆ ଥାନା ଅନ୍ତର୍ଗତ ମାଇଲପିଡ଼ ଗ୍ରାମକୁ ଗତକାଲି ରାତି ପ୍ରାୟ ୮ଟା ସମୟରେ ୧୦ରୁ ୧୫ ଜଣ ସଶସ୍ତ୍ର ନକ୍ସଲ ଆସିଥିଲେ । ସେମାନେ ମାଇଲପିଡ଼ ଗ୍ରାମର ମୁଖିଆ (ମୁଣ୍ଡା) ଡାଙ୍ଗେ ଡାଙ୍ଗିଲ (୩୫) ଓ ତାଙ୍କ ସମ୍ପର୍କୀୟ ଭିଣୋଇ ବାଗୁନ ବୋଦ୍ରା (୨୪)ଙ୍କୁ ଡାକିନେଇ ପାତାହାତୁ ଓ ଉଡ଼ନିୟା ଗ୍ରାମ ମଝିରେ ଥିବା ଘାଟିର ବୁରୁଘାଟ ସ୍ଥାନକୁ ନେଇ ଗୁଳି କରି ହତ୍ୟା କରିଥିଲେ । ଏହି କାଣ୍ଡ ଭିଆଇ ନକ୍ସଲମାନେ ସରଣ୍ଡା ଜଙ୍ଗଲକୁ ଚାଲି ଯାଇଥିଲେ । ରାତି ହୋଇଥିବାରୁ ଗ୍ରାମବାସୀ ସେହି ଘାଟିକୁ ଯିବା ଲାଗି ନିରାପଦ ମଣିନଥିଲେ । ଆଜି ସକାଳେ ସୋନୁଆ ପୁଲିସ୍‌ ଖବର ପାଇଥିଲା । ଅପରାହ୍ନ ୧ଟା ସମୟରେ ସିଆରପିଏଫ୍‌ ଓ ଜାଗୁଆର ଯବାନମାନଙ୍କ ସହ ସୋନୁଆ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ସେଠାରେ ପୁଲିସ୍‌ ଶବ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ଲାଗି ଆଣିଥିଲା । ଚାଇଁବସା ଏସ୍‌ପି ଇନ୍ଦ୍ରଜିତ ମାହାନ୍ତା ସୂଚନା ଦେଇଛନ୍ତି ଯେ, ଏହି ଘଟଣା ପଛରେ ମାଓ ନେତା ଜୀବନ କାଣ୍ଡୁଲାନା ଗ୍ରୁପ୍‌ର ହାତ ରହିଛି । ତେବେ ଏହି ଦୁଇ ଜଣଙ୍କୁ କଣ ପାଇଁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ନକ୍ସଲମାନଙ୍କୁ ଦମନ କରିବା ପାଇଁ ଅପରେସନକୁ ଜୋରଦାର କରାଯାଇଛି ।କଳାହାଣ୍ଡି ଜିଲ୍ଲାରେ ଲାଲବାହିନୀର ରକ୍ତର ହୋଲି ଖେଳର ଜବାବ ଦେଇଛି ସୁରକ୍ଷା ବାହିନୀ । ଜିଲ୍ଲାର ଝିମିରି ରାହୁଲ ସମ୍ପ୍ର୍ରସାରିତ ସଂରକ୍ଷିତ ଜଙ୍ଗଲରେ ଆଜି ପୁଲିସ ଜୋର୍‌ଦାର କମ୍ବିଂ ଅପରେସନ କରିଛି । ଏଥିରେ ଜଣେ ମାଓବାଦୀ ନିହତ ହୋଇଥିବାବେଳେ ବ୍ୟାପକ ମାଓ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ସୂଚନାମତେ, ସାଧାରଣ ନାଗରିକକୁ ହତ୍ୟା କରିଥିବା ମାଓବାଦୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ଗୋଇନ୍ଦା

ସୂଚନା ଆଧାରରେସମ୍ପୂର୍ଣ୍ଣ ଅଳକୁ ଚାରିପଟୁ ଘେରିଥିଲା । ପରେ ବିଜେପୁର ଥାନା ବଣ୍ଡାଖଲି ଗାଁରେ ଏକ ଏସଓଜି ଟିମ୍‌ ସହ ମାଓବାଦୀମାନେ ମୁହାଁମୁହିଁ ହୋଇଥିଲେ । ସକାଳ ୭ଟାରୁ୮ଟା ଯାଏ ଗୁଳି ବିନିମୟ ଜାରି ରହିଥିଲା । ମାଓବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳି ଚଳାଇବା ପରେ ଯବାନମାନେ ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ମାତ୍ର ଏହାକୁ ବେଖାତିର କରି ସେମାନେ ଗୁଳିବର୍ଷା ଜାରି ରଖିଥିଲେ । ମାଓବାଦୀଙ୍କ ଆଖିବୁଜା ଗୁଳି ଚାଳନାର ଯବାନମାନେ ମଧ୍ୟ ଜବାବ ଦେଇଥିଲେ । ଏହି ଗୁଳି ବିନିମୟରେ ଜଣେ ମାଓବାଦୀର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ ବୋଲି ଆଜି ସ୍ଥାନୀୟ ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଳ ଡିଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି । ଗୁଳି ବିନିମୟ ବନ୍ଦ ହେବା ପରେ ଏସଓଜି ଯବାନମାନେ ଘଟଣା ସ୍ଥଳରେ ତଲାସି କରି ସେଠାରୁ ଜଣେ ମାଓବାଦୀର ଶବ ଓ ଗୋଟିଏ ୩୦୩ ରାଇଲ ସମେତ ମାଓ ସାମଗ୍ରୀ ଜବତ କରିଥିଲେ । ଉକ୍ତ ଗୋଷ୍ଠୀରେ ୬-୭ଜଣ ମାଓବାଦୀ ଥିଲେ ବୋଲି ଡିଆଇଜି କହିଛନ୍ତି । ମାଓବାଦୀମାନେ ହତ୍ୟା କରିଥିବା ଭୀମ ଦୋରା ପୁଲିସର ଇନ୍‌ର୍ମର ନଥିଲେ ଏବଂ ଜଣେ ସାଧାରଣ ନାଗରିକ ଥିଲେ ବୋଲି ଡିଆଇଜି ସ୍ପଷ୍ଟ କରିଛନ୍ତି ।

ଲାଞ୍ଜିଗଡ଼ ଅଳରେ ମାଓବାଦୀଙ୍କ ନରସଂହାର ପରେ ଗତ ଦୁଇଦିନ ହେଲା ଡିଆଇଜି ଶ୍ରୀ ଲାଲ ଓ କଳାହାଣ୍ଡି ଏସ୍‌ପି ବାତୁଲା ଗଙ୍ଗାଧର ସମ୍ବେଦନଶୀଳ ଅଳରେ କମ୍ବିଂ ଅପରେସନ୍‌ର ନେତୃତ୍ୱ ନେଉଥିଲେ । ବର୍ତ୍ତମାନ ମଧ୍ୟ ପୁଲିସ ପକ୍ଷରୁ ଅପରେସନ ଜାରି ରହିଛି । ପୁଲିସ କାହାକୁ ଭୟ କରୁନାହିଁ ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ସଙ୍କଳ୍ପବଦ୍ଧ ବୋଲି କହିବା ସହ ଡିଆଇଜି ସାଧାରଣ ଜନତାଙ୍କୁ ଭୟଭୀତ ନହବା ପାଇଁ ଆହ୍ୱାନ ଦେଇଛନ୍ତି । ୧୨ଘଣ୍ଟା ମଧ୍ୟରେ ଦୁଇଜଣ ସାଧାରଣ ନାଗରିକଙ୍କୁ ମାଓବାଦୀମାନେ ହତ୍ୟା କରିବା ପରେ ପୁଲିସ ଅପରେସନକୁ ଜୋରଦାର କରିଛି ଏବଂ ହତ୍ୟାକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଆଇଜି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସ୍‌ପି ମଧ୍ୟ ଉପସ୍ଥିତ ଥିଲେ । ପ୍ରକାଶ ଯେ, ଗତ ୨୦ ତାରିଖରେ ପାହାଡ଼ପଦର ସପ୍ତାହିକ ବଜାରରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ମାଓବାଦୀ ଗୁଳିକରି ହତ୍ୟା କରିବା ପରେ ସେହି ରାତିରେ ବିଶ୍ୱନାଥପୁର ଥାନା ବାବୁପଦର ଗାଁର ଭୀମ ଦୋରା (୪୬)କୁ ମଧ୍ୟ ଗୁଳିକରି ହତ୍ୟା କରିଥିଲେ ।