PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ପ୍ରଭୁଦେବାଙ୍କୁ ବିବାହ କରିବା ପାଇଁ ନିଜର ଧର୍ମ ବଦଳାଇ ଥିଲେ ଏହି ଅଭିନେତ୍ରୀ, ସ୍ବପ୍ନ ହେଲା ଅଧୁରା, ଏହା ପଛରେ ରହିଛି ବଡ଼ କାରଣ

ନୂଆଦିଲ୍ଲୀ ୩।୪: ଦେଶରେ ଏବଂ ଦେଶ ବାହାରେ ସାଉଥ୍‌ ସୁପରଷ୍ଟାର ତଥା କୋରିଓଗ୍ରାଫର ପ୍ରଭୁଦେବାଙ୍କର ପ୍ରଶଂସକ କେତେ ତାହା ସମସ୍ତଙ୍କୁ ଜଣା । ପ୍ରଭୁଦେବାଙ୍କୁ ଛୋଟବେଳୁ ହିଁ ନୃତ୍ୟ ପ୍ରତି ବହୁତ ଆଗ୍ରହ ରହିଥିଲା। ତାଙ୍କ ପିତା ମଧ୍ୟ ଜଣେ ଜଣାଶୁଣା କୋରିଓଗ୍ରାଫର ଥିଲେ।   

ପ୍ରଭୁଦେବାଙ୍କୁ ଲୋକେ ମାଇକେଲ ଜାକ୍‌ସନ୍‌ଙ୍କ ସହ ତୁଳନା କରୁଥିବା ବେଳେ କିଛି ଲୋକ ତାଙ୍କୁ ନୃତ୍ୟର ଭଗବାନ ବୋଲି କହିଥାନ୍ତି । ତେବେ ନିଜ ନୃତ୍ୟ ପାଇଁ ଏତେ ନାଁ କମାଇଥିବା ପ୍ରଭୁଦେବା ନିଜ ମନ ପସନ୍ଦର ଝିଅକୁ ବିବାହ କରିବାରେ ବିଫଳ ହୋଇଥିଲେ । ଏହା ପଛରେ ରହିଥିଲା ବହୁତ ବଡ଼ କାରଣ।

ସାଉଥ୍‌ ସୁପରଷ୍ଟାର ନୟନତାରା ତାଙ୍କୁ ବିବାହ କରିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରିଥିଲେ ମଧ୍ୟ ନିଜ ପତ୍ନୀଙ୍କ ପାଇଁ ସେ ନୟନତାରାଙ୍କ ହାତ ଧରି ପାରି ନଥିଲେ । ପ୍ରଭୁଦେବାଙ୍କ ବିବାହ ୧୯୯୫ ମସିହାରୁ ହୋଇସାରିଛି। ଏହାପରେ ବି ଦୁହେଁ ବିବାହ କରିବାକୁ ଚାହୁଁଥିଲେ। ବହୁ ଦିନ ଧରି ଦୁହେଁ ଡେଟିଂ ମଧ୍ୟ କରିଥିଲେ। ପ୍ରଭୁଦେବା ନୟନତାରାଙ୍କୁ ଏତେ ଭଲ ପାଇବା ପରେ ବି ତାଙ୍କର ଏହି ଇଚ୍ଛା ପୂରା ହୋଇପାରିଲା ନାହିଁ।

ସୂଚନା ମୁତାବକ, ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ପରେ ବିବାହ ପାଇଁ ଧର୍ମ ବାଟର କଣ୍ଟା ସାଜୁଥିବା ଜାଣିବାକୁ ପାଇଥିଲେ ନୟନତାରା । ଏହା ପରେ ସେ ନିଜର ଧର୍ମ ବଦଳାଇ ଦେଇଥିଲେ । କିନ୍ତୁ ଦୁହିଁଙ୍କ ପ୍ରେମ ସଂପର୍କ ବିଷୟରେ ପ୍ରଭୁଦେବାଙ୍କ ପତ୍ନୀଙ୍କୁ ଜଣା ପଡ଼ିବା ପରେ ସେ ଅଦାଲତକୁ ଯିବାର ଧମକ ଦେବା ସହ ଅନଶନ କରିବାର ଧମକ ଦେଇଥିଲେ । ଫଳରେ ନୟନତାରା ଏବଂ ପ୍ରଭୁଦେବା ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର