ଆର୍ଯ୍ୟନଙ୍କୁ ଆଶ୍ୱସ୍ତି : ଡ୍ରଗ୍ସ ମାମଲାରେ ନିର୍ଦ୍ଦୋଷ, ଚାର୍ଜ ସିଟ୍ରେ ନାଁ ନାହିଁ

ମୁମ୍ବାଇ ୨୭/୦୫: କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡ୍ ଷ୍ଟାର୍ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ କ୍ଲିନ୍ ଚିଟ୍ ମିଳିଛି। ଏନସିବି ଏହି ମାମଲାରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ଆର୍ଯ୍ୟନ୍ ଏବଂ ଅନ୍ୟ ପାଞ୍ଚଜଣଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଛି, ଏମାନଙ୍କ ନାମ ଚାର୍ଜସିଟରେ ନାହିଁ।

ସୂଚନାଯୋଗ୍ୟ, ଏନସିବି ଏହି ମାମଲାରେ ଆର୍ଯ୍ୟନ୍ ଖାନଙ୍କ ସମେତ ଅନ୍ୟ ୧୯ ଜଣଙ୍କୁ ଅଭିଯୁକ୍ତ କରିଥିଲା। ଅକ୍ଟୋବର ୩ ରେ ମୁମ୍ବାଇର ଉପକୂଳବର୍ତ୍ତୀ ଏକ କ୍ରୁଜ୍ ଜାହାଜରୁ ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିଥିଲା। ତେବେ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା।