ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

‘ଅପରେସନ ସିନ୍ଦୂର’ ନେଇ ଏନ୍‌ସିଇଆର୍‌ଟିର ସ୍ୱତନ୍ତ୍ର ମଡ୍ୟୁଲ, ତୃତୀୟରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବେ

Published By : Rasmita Pradhan | August 20, 2025 9:14 AM

ନୂଆଦିଲ୍ଲୀ, ୨୦/୦୮ : ଏନ୍‌ସିଇଆର୍‌ଟି ପକ୍ଷରୁ ‘ଅପରେସନ ସିନ୍ଦୂର’ ଉପରେ ସ୍ୱତନ୍ତ୍ର ମଡ୍ୟୁଲ୍‌ ଜାରି କରାଯାଇଛି । ଏହା ତୃତୀୟରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଉଦ୍ଦିଷ୍ଟ । ମଡ୍ୟୁଲ୍‌ରେ ଦର୍ଶାଯାଇଛି ଯେ ଅପରେସନ ସିନ୍ଦୂର କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନ ଥିଲା, ବରଂ ଶାନ୍ତି ଓ ସମ୍ମାନ ରକ୍ଷା ପାଇଁ ଏକ ପ୍ରତିଶ୍ରୁତି ବି ଥିଲା । ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ପାକିସ୍ତାନ ସମ୍ପୃକ୍ତ ନ ଥିବା ଦର୍ଶାଇଥିଲା । କିନ୍ତୁ ପାକ୍‌ ସେନା ଓ ଏହାର ରାଜନୈତିକ ନେତୃତ୍ୱଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶରେ ହିଁ ଏହି ଆକ୍ରମଣ ହୋଇଥିଲା । ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ମାନ ରକ୍ଷା ସକାଶେ ଅପରେସନ ସିନ୍ଦୂର ଅତ୍ୟନ୍ତ ଜରୁରି ଥିଲା । ଅପରେସନର ପ୍ରାୟ ୩ ମାସ ପରେ ଏହାକୁ ଏନ୍‌ସିଇଆର୍‌ଟି ନିଜ ପାଠ୍ୟକ୍ରମରେ ‘ସପ୍ଲିମେଣ୍ଟାରି ମ୍ୟାଟେରିଆଲ୍‌’ ସ୍ୱରୂପ ସାମିଲ କରିଛି । ଏହାର ୱେବସାଇଟରେ ଏହି ମଡ୍ୟୁଲ ଉପଲବ୍ଧ ରହିଛି । ଛାତ୍ରଛାତ୍ରୀମାନେ ଏହାକୁ ଡାଉନ୍‌ଲୋଡ୍‌ କରି ପଢ଼ିପାରିବେ । 

ଏହି ସ୍ୱତନ୍ତ୍ର ମଡ୍ୟୁଲ୍‌ରେ ଆହୁରି ଦର୍ଶାଯାଇଛି ଯେ, ଅପରେସନ ସିନ୍ଦୂରରେ ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତ ସାଙ୍ଘାତିକ ମିସାଇଲ୍‌ ମାଡ଼ କରିଥିଲା । ୭ଟି ଶିବିର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ପ୍ରଚଣ୍ଡ ଏୟାରଷ୍ଟ୍ରାଇକ୍‌ ବି ହୋଇଥିଲା । ଏହି ସମୟରେ ପାକିସ୍ତାନର ସାଧାରଣ ନାଗରିକଙ୍କ ପ୍ରତି କୌଣସି କ୍ଷତି ପହଞ୍ଚା ଯାଇ ନ ଥିଲା । କେବଳ ଆତଙ୍କବାଦୀଙ୍କୁ ହିଁ ଟାର୍ଗେଟ୍‌ କରାଯାଇଥିଲା । ଏହାବ୍ୟତୀତ ପହଲଗାମ୍‌ ହମଲା ପରେ ଭାରତକୁ କିଭଳି ବିଶ୍ୱର ସମର୍ଥନ ମିଳିଥିଲା, ତାହା ନେଇ ଏଥିରେ ଉଲ୍ଲେଖ କରାଯାଇଛି । ଦେଶର ସୁରକ୍ଷା ପାଇଁ ଭାରତୀୟ ସେନା ପାକିସ୍ତାନରେ ଦେଖାଇଥିବା ପରାକ୍ରମ ସଂକ୍ରାନ୍ତରେ ମଡ୍ୟୁଲ୍‌ରେ ବିସ୍ତୃତ ଭାବେ ଦର୍ଶାଯାଇଛି । 

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଏପ୍ରିଲ ୨୨ରେ ପାକିସ୍ତାନୀ ଆତଙ୍କବାଦୀମାନେ ପହଲଗାମ୍‌ରେ ଆକ୍ରମଣ କରିଥିଲେ । ଫଳରେ ୨୬ ପର୍ଯ୍ୟଟକ ପ୍ରାଣ ହରାଇଥିଲେ । ଆତଙ୍କୀମାନେ ଧର୍ମ ପଚାରି ଲୋକଙ୍କ ମୁଣ୍ଡକୁ ଗୁଳି କରି ସେମାନଙ୍କ ପରିବାର ସାମ୍ନାରେ ଅତ୍ୟନ୍ତ ନିଷ୍ଠୁର ଭାବେ ମାରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.