ନୂଆଦିଲ୍ଲୀ,୨୪/୦୧: ହ୍ୱାଟ୍‌ସଆପ୍‌ ଏବଂ ଏହାର  ମୂଳ କମ୍ପାନି ମେଟା ପ୍ଲାଟ୍‌ଫର୍ମ ମଧ୍ୟରେ ୫ ବର୍ଷିଆ ଡାଟା ସେୟାରିଂ ବ୍ୟାନ୍‌ ହଟିଯାଇଛି । ଜାତୀୟ କମ୍ପାନି ଆଇନ  ଆପିଲେଟ୍‌ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଏଟି) ଗୁରୁବାର ଅସ୍ଥାୟୀ ଭାବେ ଏହି ବ୍ୟାନ୍‌କୁ ହଟାଇ ଦେଇଥିବା ଜଣାପଡ଼ିଛି । 

ସୂଚନାଯୋଗ୍ୟ, ୨୦୨୩ ନଭେମ୍ବରରେ ଭାରତୀୟ ପ୍ରତିସ୍ଫର୍ଦ୍ଧା  ଆୟୋଗ(ସିସିଆଇ) ପକ୍ଷରୁ  ଏହି କଟକଣା ଲଗାଯାଇଥିଲା ।  ମେଟା ସହ ହ୍ୱାଟ୍‌ସଆପ୍‌ର ଡାଟା  ସେୟାରିଂ କାର୍ଯ୍ୟକଳାପକୁ  ନେଇ ଏକାଧିକ ଅଭିଯୋଗ  ଆସିବା ପରେ ଏହି ବ୍ୟାନ୍‌  ଲଗାଯାଇଥିଲା । ଫେସ୍‌ବୁକ୍‌ ଏବଂ ହ୍ୱାଟ୍‌ସଆପ୍‌ର ମୂଳ କମ୍ପାନି  ମେଟା ବ୍ୟାନ୍‌କୁ ଚ୍ୟାଲେଞ୍ଜ୍‌ କରିଥିଲା ଏବଂ ଏହା କେତେକ ବୈଶିଷ୍ଟ୍ୟକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଧମକ ଦେଇଥିଲା ।  ପ୍ରଯୁକ୍ତିଗତ ଅଭିଜ୍ଞତା ନ ଥିବା ଦର୍ଶାଇ ଏହା ସିସିଆଇର  ସମାଲୋଚନା କରିଥିଲା । ଗୁରୁବାର ଏନ୍‌ସିଏଲ୍‌ଏଟି ଏହି ବ୍ୟାନ୍‌କୁ ଅସ୍ଥାୟୀ ଭାବେ ହଟାଇଦେଇଥିବା ଜଣାପଡ଼ିଛି ।