ନୂଆଦିଲ୍ଲୀ,୧୫।୬:  ଧୀରେ ଧୀରେ ଭାଙ୍ଗୁଛି ଟିଏମସି। ଏହି କଥା ପୂର୍ବରୁ ବି ସ୍ପଷ୍ଟ ହୋଇସାରିଥିଲା। କିନ୍ତୁ ଝଟକା ସେତେବେଳେ ଲାଗିଥିଲା ଯେତେବେଳେ ପଶ୍ଚିମବଙ୍ଗରେ ଦୁଇ ଦଶକ ପର୍ଯ୍ୟନ୍ତ ଶକ୍ତିଶାଳୀ ଥିବା ଟିଏମସିର ୨୦ ସାଂସଦ ଏଭଳି ପାର୍ଟିରେ ବିଲୟ ହୋଇଛନ୍ତି, ଯାହାର ନାଁ ଆଜି ଯାଏଁ କେହି ବି ଜାଣିନଥିଲେ। ଏହି ପାର୍ଟିର ପରିଚୟ ହେଲା ଏନସିପିଆଇ ବା ‘ନ୍ୟାସନାଲିଷ୍ଟ ସିଟିଜେନ୍ ପାର୍ଟି ଅଫ୍ ଇଣ୍ଡିଆ’। ପାର୍ଟିର ନାଁରେ ଆଜି ଯାଏଁ ନିର୍ବାଚନୀ ଚିହ୍ନ ବି ନାହିଁ, ଯାହାକି ବଙ୍ଗଳାରେ ଗଠନ ହୋଇ ମମତା ବାନାର୍ଜୀଙ୍କ ଟିଏମସିକୁ ଦୁଇ ଖଣ୍ଡ କରିଦେଇଛି।

‘ଅହଂଙ୍କାର ହିଁ ପତ୍ତନର କାରଣ’

ଟିଏମସିର ବିଦ୍ରୋହୀ ସାଂସଦଙ୍କର ବିଲୟ ତ ୧୪ ଜୁନରେ ହୋଇଥିଲା, କିନ୍ତୁ କୁହାଯାଉଛି ଯେ, ଏହି କାହାଣୀର ଆରମ୍ଭ ୧୦ ଜୁନରୁ ହୋଇଯାଇଥିଲା। ସେତେବେଳେ ଏନସିପିଆଇ ଉପାଧ୍ୟକ୍ଷ ଉତିୟା କୁଡ୍ଡୁ ମମତା ବାନାର୍ଜୀ ଓ ସାଂସଦ ଅଭିଷେକ ବାନାର୍ଜୀଙ୍କ ଏକ ପୋଷ୍ଟ ସେୟାର କରିଥିଲେ। ଏଥିରେ ଲେଖାଥିଲା ‘ଅହଂଙ୍କାର ହିଁ ପତ୍ତନର କାରଣ। ଯେତେବେଳେ ହାତରେ କ୍ଷମତା ଥାଏ, ବହୁବାର ଲୋକ ଭୁଲି ଯାଆନ୍ତି ଯେ ଶକ୍ତି ସ୍ଥାୟୀ ନୁହେଁ ଓ ଲୋକଙ୍କ ସମର୍ଥନ ହିଁ ଅସଲ ଶକ୍ତି।’

‘କଟ୍ ଟୁ ସଣ୍ଡେ’ ଅର୍ଥାତ ୧୪ ଜୁନ୍। ବିଦ୍ରୋହୀ ଗୋଷ୍ଠୀ ସାଂସଦ ଏକଜୁଟ ହୁଅନ୍ତି ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟନ୍ତି। ତାଙ୍କର ସାକ୍ଷାତ ଏଭଳି ହୋଇନଥିଲା, ବଂର ଏକ ଖାସ୍ ଦାବି ସହ ହୋଇଥିଲା। ସଂସଦରେ ତାଙ୍କୁ ଅଲଗା ଭାବରେ ବସିବାକୁ ଜାଗା ଦିଆଯିବାକୁ କୁହାଯାଇଥିଲା। ଏହା ସହ ଏହି ସାଂସଦଙ୍କ କହିବା ଅନୁସାରେ ସେମାନେ ଏନସିପିଆଇରେ ସାମିଲ ହେଉଛନ୍ତି ଓ ଆଗାକୁ ଯାଇ ଏନ୍‌ଡିଏକୁ ସମର୍ଥନ କରିବେ। ତେବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ଯେ, ଏହି ଗୋଷ୍ଠୀ କେବେ ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କୁ ଭେଟି ନିଜର ନିର୍ବାଚନୀ ଚିହ୍ନର ଦାବୀ ରଖିବେ। ଏହା ସ୍ପଷ୍ଟ ହୋଇପାରିନି ଯେ, କ’ଣ ଏହି ଗୋଷ୍ଠୀ ନୂଆ ପରିଚୟ ସହିତ ରାଜନୀତିରେ ପାଦ ରଖିବ କି ?

ବଙ୍ଗଳାରେ ତିଆରି NCPI

ଏହା ଏକ RUPP ଦଳ। ସହଜ ଶବ୍ଦରେ ଯଦି କହିବା ତେବେ ଏହାର ଫୁଲ୍ ଫର୍ମ ହେଉଛି ‘ରେଜିଷ୍ଟର୍ଡ ଅନ୍‌ରେକୋଗନାଇଜ୍ ପଲିଟିକାଲ ପାର୍ଟି’। ଏହା ଏଭଳି ଏକ ଦଳ ଯାହାକି ନୂଆ କିମ୍ବା ନିର୍ବାଚନରେ ଏତେ ଭୋଟ୍ କିମ୍ବା ସିଟ୍ ହାସଲ କରିନଥାଏ। ଯାହାକୁ ଆଞ୍ଚଳିକ କିମ୍ବା ଜାତୀୟ ପାହ୍ୟା ମିଳିନଥାଏ। ବହୁବାର ଏଭଳି ମଧ୍ୟ ହୁଏ ଯେ, ଦଳ କେବେ ବି ନିର୍ବାଚନ ଲଢିନଥାଏ, ତେଣୁ ଏହାକୁ RUPP କୁହାଯାଏ। ସବୁଠାରୁ ବଡ଼ କଥା ହେଲା ଏହାର ମୁଖ୍ୟାଳୟ ପଶ୍ଚିମବଙ୍ଗର ହ୍ବାଓ୍ବଡାରେ ରହିଛି। ଦଳର ମୁଖ୍ୟାଳୟ ପଶ୍ଚିମବଙ୍ଗରରେ ଥିଲେ ବି ତ୍ରିପୁରାରୁ ଏହାକୁ ସମର୍ଥନ ମିଳେ। ଏହାଛଡା ଦଳ ମଧ୍ୟ ଆସାମରେ ସକ୍ରିୟ ରହିଛି। ଏହି ତିନୋଟି ରାଜ୍ୟରେ ବିଜେପି ସରକାର ରହିଛି।

୭୫ ଟଙ୍କାର ବାଲାନ୍ସ ସିଟ୍‌

ପଶ୍ଚିମବଙ୍ଗର ଚିଫ୍ ଇଲୋକ୍ଟୋରାଲ ଅଫିସର ଓ୍ବେବସାଇଟ୍‌ରେ ନ୍ୟାସନାଲିଷ୍ଟ ସିଟିଜେନ୍ ପାର୍ଟିର କିଛି ସୂଚନା ମିଳିଛି। ପାର୍ଟି ଦୁଇ ବର୍ଷ ପୂର୍ବେ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଫର୍ମ 24A ଓ ଅଡିଟ ରିପୋର୍ଟ ଜମା କରିଥିଲା। ଫର୍ମ 24Aରେ ପାର୍ଟିକୁ ମିଳିଥିବା ଚାନ୍ଦାର ବିବରଣୀ ରହିଛି ଓ ଏହାକୁ ଇନକମ୍ ଟ୍ୟାକ୍ସ ଛାଡ ପାଇବାକୁ ଜମା କରିବାକୁ ପଡେ। ଏହି ଡିକ୍ଲାରେସନ୍‌ରେ ପାର୍ଟିର ଯେଉଁ ଡିଟେଲ୍ସ ଥିଲା, ତା ଅନୁସାରେ, ଏହା ୨୦ ଜାନୁଆରୀ ୨୦୨୩ ରେ ରେଜିଷ୍ଟ୍ରଡ ହୋଇଥିଲା। ଠିକଣା ରହିଛି ପଶ୍ଚିମବଙ୍ଗର ହାଓ୍ବଡା। ଆନୁଆଲ ଅଡିଟ୍ ରିପୋର୍ଟ ଅନୁସାରେ, ୩୧ ମାର୍ଚ୍ଚ ୨୦୨୩ ରେ ଶେଷ ଆର୍ଥିକ ବର୍ଷ ପରେ ପାର୍ଟି ନିକଟରେ ମାତ୍ର ୭୫ ଟଙ୍କା ଥିଲା।  

ଛୋଟ ଦଳ ଉପରେ ଆସିବନି ଆଇଗତ ବାଧା

NCPI ଦଳ ଯଦିଓ ଛୋଟ ଓ ମାନ୍ୟତା ପାଇନାହିଁ, କିନ୍ତୁ ଟିଏମସିର ବିଦ୍ରୋହୀ ସାଂସଦଙ୍କ ପକ୍ଷରେ ଯାଇପାରେ। ଏଥିରେ ବିଲୟ କରିବାରେ ବିଦ୍ରୋହୀ ଗୋଷ୍ଠୀଙ୍କୁ ଆଇନଗତ ସମସ୍ୟାର ସମ୍ଭାବନା ଖୁବ୍ କମ୍। ଏହି କାରଣରୁ ଦୁଇ ତୃତୀୟାଂଶ ସମର୍ଥନ ହାସଲ କରିଛି। ସେଭଳି ଅନ୍ୟପକ୍ଷେ ଏନସିପିଆଇ ନିର୍ବାଚନ କମିଶନଙ୍କ ନିକଟରେ ଏକ ପଞ୍ଜିକୃତ ଦଳ ଭାବମଧ୍ୟ ରହିଛି।