ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସୋସିଆଲ ମିଡିଆରେ ଏକ ବିସ୍ଫୋରକ ପୋଷ୍ଟ କରିଛନ୍ତି। ଇମିଗ୍ରେସନ ଉପରେ ଦୃଢ ଆଭିମୁଖ୍ୟ ଆପଣାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି। ଟ୍ରମ୍ପଙ୍କ ଏହି ପୋଷ୍ଟ ଖୁବ୍ ହଇଚଇ ସୃଷ୍ଟି କରିଛି। ଟ୍ରମ୍ପ ଟ୍ରୁଥରେ ଲେଖିଛନ୍ତି ଯେ, ଯଦି ଆପଣ ୩ୟ ଦୁନିଆରୁ ଲୋକଙ୍କୁ ଆମଦାନୀ କରିବେ ତ , ଆପଣ ନିଜେ ତୃତୀୟ ବିଶ୍ୱ ହୋଇ ଯିବେ। ଦୁଃଖର କଥା ଯେ, ଯଦି ଆପଣ ବିକାଶଶୀଳ ଦେଶରୁ ଲୋକଙ୍କୁ ଆଣନ୍ତି ତ ଖୁବ ଶୀଘ୍ର ଆପଣଙ୍କ ଦେଶ ମଧ୍ୟ ୩ୟ ବିଶ୍ୱ ହୋଇଯିବ ଏବଂ ଆପଣ ଏଥିପାଇଁ କିଛି କରି ପାରିବେ ନାହିଁ। ଆମେରିକାକୁ ପୁଣି ଥରେ ମହାନ କର।

ଉକ୍ତ ପୋଷ୍ଟ ଏମିତି ସମୟରେ ଆସିଛି, ଯେବେ ଆମେରିକାରେ ଅବୈଧ ପ୍ରବାସୀଙ୍କୁ ନେଇ ଆଇନ ଓ ରାଜନୀତିକ ତର୍କବିତର୍କ ଶୀର୍ଷ ସ୍ତରରେ ରହିଛି। ଟ୍ରମ୍ପ ନିଜର ପୂରା ରାଜନୀତିକ କ୍ୟାରିୟରରେ ଦୃଢ ପ୍ରବାସୀ ନୀତି ବିଷୟରେ କହି ଛନ୍ତି , ଯେଉଁଥିରେ ଦକ୍ଷିଣୀ ସୀମାରେ ୱାଲ୍ ନିର୍ମାଣ , ଅବୈଧ ପ୍ରବାସୀଙ୍କ ଡିପୋର୍ଟେସନ ଓ ମେରିଟ୍ ସ୍ତରୀୟ ଇମିଗ୍ରେସନ ସିଷ୍ଟମ ଅନ୍ତର୍ଭୁକ୍ତ।

କହି ରଖୁଛୁ କି, ଆମେରିକୀୟ ସଂଘୀୟ ନ୍ୟାୟାଧୀଶ ଶୁକ୍ରବାର ଟ୍ରମ୍ପ ପ୍ରଶାସନର ପ୍ରବାସୀ ନୀତି ଗୁଡ଼ିକୁ ବେଆଇନ ଦର୍ଶାଇ ବାତିଲ କରି ଦେଇ ଥିଲେ। ରୋଡ୍ ଆଇଲ୍ୟାଣ୍ଡର ପ୍ରୋଭିଡେନ୍ସରେ ଜିଲ୍ଲା ନ୍ୟାୟାଧିଶ ଜନ୍ ମ୍ୟାକକୋନେଲ ନିଷ୍ପତ୍ତି ଶୁଣାଇଛନ୍ତି ଯେ, ପ୍ରଶାସନ ୩୯ ଟି ଦେଶରେ ନାଗରିକଙ୍କ ଶରଣ , ୱାର୍କ ପରମିଟ, ଗ୍ରୀନ କାର୍ଡ ଓ ନାଗରିକତା ଆବେଦନ ଉପରେ ଅନୁଚିତ ରୋକ୍ ଲଗାଇ ଥିଲେ। ବିଚାରପତି କହିଛନ୍ତି ଯେ, ଆମେରିକୀୟ ନାଗରିକତା ଓ ଇମିଗ୍ରେସନ ସର୍ଭିସ ( ୟୁଏସସିଆଇଏସ) ର ନୀତିଗୁଡ଼ିକ ଆଫ୍ରିକା, ଏସିଆ , ଲ୍ୟାଟିନ ଆମେରିକା ଓ ମଧ୍ୟ ପୂର୍ବର ଅନେକ ଦେଶର ଲୋକଙ୍କୁ ‘ସଂକଟପୂର୍ଣ୍ଣ ଆଇନଗତ ଅସ୍ଥିରତା’ରେ ପକାଇ ଦେଇଛି। ସେ କହିଛନ୍ତି , ପ୍ରବାସୀମାନେ ସବୁ ଆଇନଗତ ପ୍ରକ୍ରିୟାର ପାଳନ କରିଛନ୍ତି , କିନ୍ତୁ ୟୁଏସସିଆଇଏସ ମାସ ମାସ ଧରି ସେମାନଙ୍କର ଆବେଦନ ଗୁଡ଼ିକ ଉପରେ ନିଷ୍ପତ୍ତି ନେବାରେ ମନା କରି ଦେଇଛି।

ବିଚାରପତି ମ୍ୟାକକୋନେଲ ତାଙ୍କ ନିଷ୍ପତ୍ତିରେ ଲେଖୁଛନ୍ତି ଯେ USCIS ର ନୀତିଗୁଡ଼ିକ ଆଇନଗତ ଅଧିକାର ବିନା ଏବଂ "ପ୍ରବାସୀ ବିରୋଧୀ ଭାବନା" ଉପରେ ଆଧାରିତ। ସେ କହିଛନ୍ତି ଯେ ନିଷ୍ପତ୍ତିକୁ ସ୍ଥଗିତ ରଖିବାର କାରଣ ଏହି ବ୍ୟକ୍ତିମାନଙ୍କର କୌଣସି ଦୋଷ ନୁହେଁ, ବରଂ ସେମାନେ ଯେଉଁ ଦେଶରେ ଜନ୍ମଗ୍ରହଣ କରିଛନ୍ତି ସେହି ଦେଶ ପାଇଁ । ଏହି ନିଷ୍ପତ୍ତି ପ୍ରବାସୀ ସେବା ସଂଗଠନ ଏବଂ ଶ୍ରମିକ ସଂଗଠନଗୁଡ଼ିକର ଏକ ମେଣ୍ଟ ପାଇଁ ଏକ ବଡ଼ ବିଜୟ ବୋଲି ବିବେଚନା କରାଯାଉଛି। ଏହି ସଂଗଠନଗୁଡ଼ିକ ମାର୍ଚ୍ଚ ମାସରେ USCIS ର ନୀତିଗୁଡ଼ିକୁ ଚ୍ୟାଲେଞ୍ଜ କରି ଏକ ମାମଲା ଦାୟର କରିଥିଲେ । ଡେମୋକ୍ରାସି ଫରୱାର୍ଡର ସ୍କାଏ ପେରିମ୍ୟାନ୍ କହିଛନ୍ତି ଯେ ,ଏହି ନିଷ୍ପତ୍ତି ନିଶ୍ଚିତ କରେ ଯେ ସଂଘୀୟ ସରକାର ଆଇନଗତ ପ୍ରବାସୀ ପଥଗୁଡ଼ିକୁ ବନ୍ଦ କରି ପାରିବେ ନାହିଁ କିମ୍ବା ଲୋକଙ୍କ ମୂଳ ଦେଶ ଆଧାରରେ ଭେଦଭାବ କରିପାରିବେ ନାହିଁ।

କହି ରଖୁଛୁ କି , ନଭେମ୍ବର ମାସରେ ୱାଶିଂଟନ୍ ଡି.ସି.ରେ ଦୁଇ ଜଣ ନ୍ୟାସନାଲ୍ ଗାର୍ଡ ସଦସ୍ୟଙ୍କ ହତ୍ୟା ପରେ ଟ୍ରମ୍ପ ପ୍ରଶାସନ , ଏହି ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିଥିଲା। ପବ୍ଲିକ ପ୍ରସିକ୍ୟୁଟରଙ୍କ ଅନୁଯାୟୀ, ଏହି ଆକ୍ରମଣ ଜଣେ ଆଫଗାନ ପ୍ରବାସୀଙ୍କ ଦ୍ୱାରା କରାଯାଇଥିଲା। ଏହା ପରେ ଟ୍ରମ୍ପ ଆଫଗାନିସ୍ତାନ, ଇରାନ, ହାଇତି, ସୋମାଲିଆ, ଭେନେଜୁଏଲା ଏବଂ ସିରିଆ ସମେତ ୩୯ଟି ଦେଶ ଉପରେ ପୂର୍ଣ୍ଣ କିମ୍ବା ଆଂଶିକ ଯାତ୍ରା ପ୍ରତିବନ୍ଧକ ଲଗାଇଥିଲେ । ବିଚାରପତି ପତି କହିଛନ୍ତି କହି ଯେ ଏହି ନୀତିଗୁଡ଼ିକ ବହୁ ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି, ଯେଉଁମାନେ କେବଳ ନିଜ ଜନ୍ମିତ ଦେଶ ଯୋଗୁଁ ଭେଦଭାବର ସମ୍ମୁଖୀନ ହୋଇଥିଲେ। ସେ ସ୍ପଷ୍ଟ କରିଥିଲେ ଯେ USCIS କଂଗ୍ରେସ ଦ୍ୱାରା ପ୍ରଣୀତ ପ୍ରବାସନ ଆଇନକୁ ଉଲଂଘନ କରିଛି।

ଆହୁରି ମଧ୍ୟ ପଢନ୍ତୁ :  ଭାରତୀୟ ସେନାର ମହିଳା ଅଫିସରଙ୍କ ପାଇଁ ନୂଆ ଡ୍ରେସ କୋଡ୍ ; 'ସିଗାରେଟ୍ ପ୍ୟାଣ୍ଟ' ଉପରେ କଟକଣା