ନୂଆଦିଲ୍ଲୀ,୧୫।୬: ଆପଲ୍ ଓ ୟୁରୋପିଆନ୍ ୟୁନିୟନ୍ ଭିତରେ ବିବାଦର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ଏଥର ବିବାଦର କେନ୍ଦ୍ରରେ ରହିଛି ଆପଲ। ଯାହାକୁ ନିକଟରେWWDC 2026ଇଭେଣ୍ଟରେ ହାଜର କରାଯାଇଥିଲା। ଆପଲ ସ୍ପଷ୍ଟ କରିଛି ଏହା ତା’ର ନୂଆ ଓ ଏହା ପୂର୍ବ ତୁଳନାରେ ବହୁତ ଅଧିକ ସ୍ମାର୍ଟ ଭଏସ୍ ଆସିଷ୍ଟାଣ୍ଟ ବର୍ତ୍ତମାନ ଚୀନ୍ ଓ ୟୁରୋପ ଦେଶରେ ଲଞ୍ଚ ହେବନି। ଆସନ୍ତୁ ଜାଣିବା ଆପଲ ଏହି ଦେଶରେ ନିଜର ଆଡଭାନ୍ସ Siri AI କାହିଁକି ଲଞ୍ଚ କରିନି ?
ଚୀନ୍ ବିଷୟରେ ଯଦି କଥା ହେବା ତେବେ ଏହି ମାମଲା ସମ୍ପୂର୍ଣ୍ଣ ଭାବରେ ଆଇନଗତ ରହିବ। ଆପଲକୁ ଚୀନ୍ ନିଜର ଏଆଇ ସର୍ଭିସ ଦେବା ପାଇଁ ଏକ ସ୍ଥାନୀୟ ଏଆଇ ପାର୍ଟନର ସହ ମିଶିକି କାମ କରିବାକୁ ହେବ। କମ୍ପାନୀ ବର୍ତ୍ତମାନ ଏହା ଉପରେ କାମ କରୁଛି, ଯାହାଫଳରେ ଏହାକୁ ଚୀନ୍ର କଡା ନିୟମ ପରିସରରେ ରଖି ଲଞ୍ଚ କରିହେବ। ୟୁରୋପରେ ଏହି ମାମଲା ଅଧିକ ଜଟିଳ। ୟୁରୋପର ଲୋକ ଏବେ ବି ନିଜର ମ୍ୟାକ୍ କମ୍ପ୍ୟୁଟର କିମ୍ବା ଭିଜନ୍ ପ୍ରୋ ହାଣ୍ଡସେଟ୍ ଉପରେ ନୂଆ ଅପଡେଟ୍ Siri AIର ବ୍ୟବହାର କରିପାରିବ, କାରଣ ଏହି ଡିଭାଇସ୍ ଏହି ନିୟମର ପରିସରରେ ଅଲଗା ଭାବରେ ଆସିଥାଏ।
ଆପଲ ବନାମ ଇୟୁ
ପୁରା ବିବାଦର ମୂଳ ୟୁରୋପରDMAଆଇନ। ଏହି ଆଇନ ଅନୁସାରେ...
-ଇୟୁର ଦାବି: ୟୁରୋପର ଟେକ୍ ନିୟମ କହୁଛି ଯେ, ଆପଲକୁ Siri AI ର ଆକ୍ସେସ୍ ପ୍ରତିଦ୍ବନ୍ଦୀ କମ୍ପାନୀକୁ ଦେବାକୁ ହେବ।
ଆପଲର ଚିନ୍ତା: ଆପଲ ଏହାର ପୁରା ବିରୋଧରେ ରହିଛି। କମ୍ପାନୀ କହିଛି ଯଦି Siri AI ର ଆକ୍ସେସ୍ ଅନ୍ୟକୁ ଦେବ, ତେବେ ୟୁଜର୍ସଙ୍କ ପ୍ରାଇଭେସି ଓ ସୁରକ୍ଷା ବିପଦରେ ପଡିଯିବ। ଏଥିରେ ୟୁଜର୍ସଙ୍କ ମେସେଜ୍ ପଢିବା, ଅନଲାଇନ୍ ପେମେଣ୍ଟ କରିବା ଓ ପର୍ସନାଲ ଫାଇଲ ଆକ୍ସେସ କରିବା ଭଳି ଜିନିଷ ରହିଛି। ଆପଲ ସ୍ପଷ୍ଟ ଭାବରେ କହିଛି, ଯେଉଁ ପର୍ଯ୍ୟନ୍ତ ୟୁଜର୍ସଙ୍କ ସୁରକ୍ଷାର ପୁରା ଗ୍ୟାରେଣ୍ଟି ନମିଳିବ, ସେ ପର୍ଯ୍ୟନ୍ତ ୟୁଜର୍ସଙ୍କ ସୁରକ୍ଷାର ପୁରା ଗ୍ୟାରେଣ୍ଟି ମିଳିନଯାଏ, ସେ ପର୍ଯ୍ୟନ୍ତ ୟୁରୋପର ଆଇଫୋନ୍ ଓ ଆଇପ୍ୟାଡ୍ ୟୁଜର୍ସଙ୍କ ପାଇଁ Siri AI ର କୌଣସି ଟାଇମ ଲାଇନ୍ ନାହିଁ।