PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

ନୂପୁର ଶର୍ମାଙ୍କ ବିରୁଦ୍ଧରେ ବିବାଦୀୟ ବୟାନ ଦେଇ ଫସିଲେ ଅଖିଳେଶ ଯାଦବ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମହିଳା କମିଶନଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ ୦୪/ ୦୭: ନୂପୁର ଶର୍ମାଙ୍କୁ ନେଇ ବିବାଦୀୟ ଟ୍ବିଟ୍‌ କରିବା ଘଟଣାରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଅଡୁଆ ବଢିବାରେ ଲାଗିଛି । ମାମଲାକୁ ନେଇ ଅଖିଳେଶ ଯାଦବଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ଜାତୀୟ ମହିଳା କମିଶନ (NCW) । ତୁରନ୍ତ ସମାଜବାଦୀ ପାର୍ଟି ନେତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଉତ୍ତର ପ୍ରଦେଶ ପୋଲିସ ଡିଜିପିଙ୍କୁ ଚିଠି ଲେଖିଛନ୍ତି ମହିଳା କମିଶନ । ଅଖିଳେଶଙ୍କ ବିବାଦୀୟ ଟ୍ବିଟକୁ ଗୁରୁତର ସହ ନେଇ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ରିପୋର୍ଟ ଦାଖଲ କରିବା ପାଇଁ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ନିର୍ଦ୍ଦେଶ ଦେଇଛନ୍ତି ।

ଟ୍ବିଟ୍‌ କରି ନୂପୁର ଶର୍ମାଙ୍କ ବିରୁଦ୍ଧରେ ଅଖିଳେଶ କହିଥିଲେ ଯେ, ‘କେବଳ (ନୂପୁର ଶର୍ମାଙ୍କ) ମୁହଁ ନୁହେଁ ତାଙ୍କ ଶରୀର ମଧ୍ୟ କ୍ଷମା ମାଗିବା ଉଚିତ’। ସପା ନେତାଙ୍କ ଏଭଳି ବୟାନ ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଜାତୀୟ ମହିଳା କମିଶନ । ଜଣେ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏଭଳି ଭାଷା ଶୁଣିବା ସମୀଚୀନ ନୁହେଁ ।

ସପା ନେତା ଅଖିଳେଶ ଯାଦବ ଏଭଳି ସମୟରେ ନିଜ ବୟାନ ଦେଇଥିଲେ ଯେତେବେଳେ କି, ସୁପ୍ରିମକୋର୍ଟର ଦୁଇ ଜଣିଆ ବିଚାରପତି ସୂର୍ଯ୍ୟ କାନ୍ତ ଏବଂ ଜେବି ପାର୍ଡିଓ୍ବାଲା ନୂପୁର ଶର୍ମାଙ୍କ ଉପରେ ପ୍ରବଳ ବର୍ଷିଥିଲେ । ବିବାଦୀୟ ବୟାନ ଯୋଗୁଁ ଦେଶର ଆଜି ଯାହା କିଛି ବି ଅଶାନ୍ତି ହେଉଛି ସେଥିପାଇଁ କେବଳ ହିଁ କେବଳ ନୂପୁର ଶର୍ମା ଦାୟୀ ବୋଲି ସର୍ବୋଚ୍ଚ ନ୍ୟାୟାଳୟର ୨ ଜଣିଆ ବେଞ୍ଚ କହିଥିଲେ ।

କେବଳ ସେତିକି ନୁହେଁ, ସୁରକ୍ଷା ଦୃଷ୍ଟିରୁ ଦେଶର ଯେକୌଣସି ସ୍ଥାନରେ ତାଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବା ପାଇଁ ନୂପୁର ଶର୍ମା ଆବେଦନ କରିଥିଲେ । ଯାହାକୁ ନେଇ ହାଇକୋର୍ଟଙ୍କ ଆଶ୍ରୟ ନେବାକୁ କହିଥିଲେ କୋର୍ଟ । ଏହା ସହିତ କୋର୍ଟ ନୂପୁର ଶର୍ମାଙ୍କ ହିଁ ଦାୟୀ କରିବା ପରେ ସପା ନେତା ଅଖିଳେଶ ଯାଦବ ବିବାଦୀୟ ବୟାନ ଦେଇଥିଲେ । ଯାହାକୁ ନେଇ ୟୁପି ପୋଲିସ ଡିଜିଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା ।