PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ : ଆଠଗଡ ଅଂଶୁପା ହ୍ରଦ ନିକଟରୁ କାରରୁ ୧୩୫୫ ଗ୍ରାମର ବ୍ରାଉନସୁଗାର ଜବତ
  • ||
  • ତିଗିରିଆ : ଅଜଣା ଗାଡି ଧକ୍କାରେ ଯୁବକ ଗୁରୁତର, ରାତ୍ରି ପାଟ୍ରୋଲିଂ ବେଳେ ଉଦ୍ଧାର କଲା ପୋଲିସ
  • ||
  • ବଲାଙ୍ଗିର : ରେଲୱେ ଜଙ୍କସନରୁ ୨୫ ଦାଦନ ଶ୍ରମିକ ଉଦ୍ଧାର
  • ||
  • ବଲାଙ୍ଗିର : ପୁତୁରାର ଗୁଳିମାଡ଼ରେ ଖୁଡ଼ୀ ଗୁରୁତର, କାରଣ ଅସ୍ପଷ୍ଟ
  • ||
  • ନିଶ୍ଚିନ୍ତକୋଇଲି : ନଗସପୁର ବଜାରରେ ସିରିଜ୍ ଲୁଟ୍, ୧୬ଟି ଦୋକାନରୁ ଚୋରି କରିନେଲେ ଦୁର୍ବୃତ୍ତ
  • ||

ସଂଖ୍ୟାଗରିଷ୍ଠତାରୁ ବଞ୍ଚିତ ହେବ ଏନଡିଏ

ନୂଆଦିଲ୍ଲୀ,୩୦ ।୧(ଏଜେନ୍ସି): ଆସନ୍ତା ସାଧାରଣ ନିର୍ବାଚନରେ ଏକ ଝୁଲା ଲୋକସଭା ଗଠିତ ହେବ ବୋଲି ଟାଇମସ ନାଓଁ- ଭିଏମ୍‌ଆର ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟରେ କୁହାଯାଇଛି । ଏହି ସର୍ଭେ ରିପୋର୍ଟ ଅନୁଯାୟୀ, ବିଜେପି ନେତୃତ୍ୱାଧୀନ ଏନଡିଏକୁ ସମୁଦାୟ ୨୫୨ଟି ଆସନ ମିଳିବ । ଏହା ସଂଖ୍ୟାଗରିଷ୍ଠତା ଠାରୁ କିଛି ଆସନ କମ୍‌ । ତେଣୁ ଏନଡିଏ ମାତ୍ର ଅଳ୍ପ କିଛି ଆସନ ବ୍ୟବଧାନରେ ସଂଖ୍ୟାଗରିଷ୍ଠତାରୁ ବଞ୍ଚିତ ହେବ । ଅନ୍ୟପଟରେ ୟୁପିଏକୁ ୧୪୭ଟି ଏବଂ ଅନ୍ୟ ଦଳଙ୍କୁ ୧୪୪ଟି ଆସନ ମିଳିବ ।
କେବଳ ବିଜେପି ୨୧୫ଟି ଆସନରେ ବିଜୟୀ ହେବ । ୨୦୧୪ରେ ବିଜେପିକୁ ୨୮୨ଟି ଆସନ ମିଳିଥିଲା । ତେଣୁ ଦଳର ଆସନ ସଂଖ୍ୟା ୬୭ଟି କମିଯିବ । କିନ୍ତୁ କଂଗ୍ରେସ ଗତ ଥର ଅପେକ୍ଷା ଭଲ ପ୍ରଦର୍ଶନ କରିବ ଏବଂ ଏଥରକ ତା’ର ଆସନ ସଂଖ୍ୟା ୯୬କୁ( ଗତ ଥର ୪୪ ଥିଲା) ବୃଦ୍ଧି ପାଇବ । ୟୁପିରେ ବସପା ଓ ସପା ମେଣ୍ଟ ସବୁଠାରୁ ଅଧିକ ୫୧ଟି ଆସନ ପାଇବେ । ସେଠାରେ ବିଜେପିକୁ ୨୭ଟି ଏବଂ ୟୁପିଏକୁ ୨ଟି ଆସନ ମିଳିବ । ୟୁପିରେ ବିଜେପିର ବିପର୍ଯ୍ୟୟ ତା’କୁ ବଡ଼ ସମସ୍ୟାରେ ପକାଇବ । ଓଡ଼ିଶାରେ ଏନଡିଏକୁ ୧୩ଟି ଏବଂ ବିଜେଡ଼ିକୁ ୮ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି ।
ମହାରାଷ୍ଟ୍ରରେ ସମୁଦାୟ ୪୮ଟି ଆସନରୁ ଏନଡ଼ିଏକୁ ୪୩ଟି ଏବଂ ୟୁପିଏକୁ ୫ଟି ଆସନ ମିଳିବ । ପଶ୍ଚିମବଙ୍ଗରେ ୪୨ଟି ଆସନରୁ ତୃଣମୂଳକୁ ୩୨ଟି, ଏନଡିଏକୁ ୯ ଏବଂ ୟୁପିଏକୁ ମାତ୍ର ଗୋଟିଏ ଆସନ ମିଳିବ । ବିହାରରେ ୪୦ଟି ଆସନରୁ ଏନଡିଏକୁ ୨୫ଟି ଏବଂ ୟୁପିଏକୁ ୧୫ଟି ଆସନ ମିଳିବ । ତାମିଲନାଡ଼ୁରେ ଏଥରକ ରାଜନୈତିକ ଦୃଶ୍ୟପଟ୍ଟ ପୂରା ବଦଳିଯିବ । ଏଠାରେ ଏଆଇଏଡିଏମକେ ମାତ୍ର ୪ଟି ଆସନ ପାଇବ ଏବଂ ୟୁପିଏ ୩୫ଟି ଆସନ ହାତେଇନେବ । କର୍ଣ୍ଣାଟକରେ ଉଭୟ ଏନଡ଼ିଏ ଏବଂ ୟୁପିଏ ୧୪ଟି ଲେଖାଁଏ ଆସନ ପାଇବେ । ମଧ୍ୟପ୍ରଦେଶରେ ଏନଡ଼ିଏକୁ ୨୩ଟି ଏବଂ ୟୁପିଏକୁ ୬ଟି ଆସନ ମିଳିବ । ଗୁଜରାଟରେ ୨୬ଟି ଆସନରୁ ଏନଡିଏ ୨୪ଟି ଏବଂ ୟୁପିଏ ମାତ୍ର ୨ଟି ଆସନ ପାଇବ ।
ଆନ୍ଧ୍ର ରାଜନୀତିରେ ଏଥରକ ଝଡ଼ ସୃଷ୍ଟି କରିବ ୱାଇଏସଆର କଂଗ୍ରେସ । ଏହି ଦଳ ସମୁଦାୟ ୨୫ରୁ ୨୩ଟି ଆସନ ପାଇବ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡ଼ିପି ମାତ୍ର ଦୁଇଟି ଆସନ ପାଇବ । ରାଜସ୍ଥାନର ୨୫ ଆସନରୁ ଏନଡିଏକୁ ୧୭ ଏବଂ ୟୁପିଏକୁ ୮ଟି ଆସନ ମିଳିବ । ପଞ୍ଜାବରେ ୧୩ ଆସନରୁ ୟୁପିଏ ୧୨ଟି ଏବଂ ଆପ୍‌ ଗୋଟିଏ ଆସନ ପାଇବ ।

ସମ୍ବନ୍ଧିତ ଖବର