PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଡେଭିଡ ୱାର୍ଣ୍ଣରଙ୍କ ଠାରୁ ଡାରେନ୍ ସାମିଙ୍କ ପର୍ଯ୍ୟନ୍ତ, ସ୍ୱାଧୀନତା ଦିବସ ପାଳନ ଅବସରରେ ଶୁଭେଚ୍ଛା ଜଣାଇଲେ ବିଦେଶୀ କ୍ରିକେଟର

ନୂଆଦିଲ୍ଲୀ,୧୫।୮: ଭାରତର ନିଜ ସ୍ୱାଧୀନତା ର ୭୫ ବର୍ଷ ପୂରଣ କରି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ କିଲାର ପ୍ରାଚୀରରୁ ଦେଶକୁ ସମ୍ବୋଧିତ କରିଛନ୍ତି ଓ ଦେଶର କୋଣ ଅନୁକୋଣରେ ତ୍ରୀରଙ୍ଗାରେ ସଜ୍ଜିତ ହୋଇଛି। ସବୁଠାରୁ ବଡ କଥା ଏହା ଯେ, ଭାରତ ସହିତ ବିଦେଶୀ କ୍ରିକେଟରମାନେ ଏହି ପର୍ବରେ ମଧ୍ୟ ସାମିଲ ହୋଇଛନ୍ତି। ବିଦେଶୀ କ୍ରିକେଟରମାନେ ଭାରତକୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି।

ଅଷ୍ଟ୍ରେଲିଆର ଓପନର ଡେଭିଡ ୱାର୍ଣ୍ଣର ଇଷ୍ଟାଗ୍ରାମ୍‌ରେ ଭାରତୀୟ ପ୍ରଶଂସକଙ୍କୁ ସ୍ୱାଧୀନତା ଦିବସର ଶୁଭେଛା ଜଣାଇଛନ୍ତି। ଡେଭିଡ ୱାର୍ଣ୍ଣର ଲେଖିଛନ୍ତି, ଭାରତରେ ଥିବା ସବୁ ବନ୍ଧୁ ଓ ପରିବାରର ସଦସ୍ୟଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା। ଉଲ୍ଲେଖନୀୟ ଯେ,ଡେଭିଡ ଓ୍ବାର୍ଣ୍ଣ ଭାରତରେ ଖୁବ୍ ପ୍ରସିଦ୍ଧ। ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସନରାଇଜର୍ସ ହାଇଦ୍ରାବାଦ୍‌ ପାଇଁ ଖେଳିଛନ୍ତି। ଏବେ ସେ ଦିଲ୍ଲୀ କ୍ୟାପିଟାଲସ୍‌ ଟିମ୍‌ର ସଦସ୍ୟ। କେବଳ କ୍ରିକେଟ ନୁହେଁ ସୋସିଆଲ ମିଡିଆରେ ରିଲ୍ସ ଯୋଗେ ଡେଭିଡ୍‌ ଭାରତୀୟ ଫ୍ୟାନ୍ସଙ୍କୁ ନିଜର ଦିଓ୍ବାନା କରିଛନ୍ତି।

ଡେଭିଡ ୱାର୍ଣ୍ଣରଙ୍କ ଛଡା ଓ୍ବେଷ୍ଟଇଣ୍ଡିଜ୍‌ର ପୂର୍ବଚନ କ୍ୟାପଟେନ୍ ଡାରେନ୍ ସାମି ଭାରତକୁ ସ୍ବାଧୀନତା ଦିବସର ଅଭିନନ୍ଦନ ଜଣାଇଛନ୍ତି। ସାମି ଟି-୨୦ ଓ୍ବାର୍ଲ୍ଡକପ୍‌ ଟ୍ରଫି ସହିତ ଫଟୋ ଦେଇଛନ୍ତି ଓ ଲେଖିଛନ୍ତି ଭାରତର ସ୍ବାଧୀନତା ଦିବସ ପାଇଁ ହାର୍ଦ୍ଧିକ ଅଭିନନ୍ଦନ। ମୁଁ ଏଠାରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲାି।

ସମ୍ବନ୍ଧିତ ଖବର