ମିଳିତ ଜାତିସଂଘର ଅନୁମାନ: ୨୦୨୩ରେ ଭାରତର ଜିଡିପି ରହିବ ୫.୮ ପ୍ରତିଶତ, କୋଭିଡ ସହିତ ଋଷ-ୟୁକ୍ରେନ ଯୁଦ୍ଧ ଦାୟୀ

Image Courtesy: Harvard Business School
ନୂଆଦିଲ୍ଲୀ,୨୬/୦୧: ୨୦୨୩ ପାଇଁ ବଜେଟ ଉପସ୍ଥାପନ ହେବାକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି। ତେବେ ଏହା ପୁର୍ବରୁ ବୁଧବାର ମିଳିତ ଜାତିସଂଘ ପୂର୍ବାଅନୁମାନ କରିଛି ଯେ, ଚଳିତ ଆର୍ଥିକ ବର୍ଷରେ ଭାରତର ଜିଡିପି ୫.୮ ପ୍ରତିଶତ ରହିପାରେ। କାହିଁକି ନାଁ ଉଚ୍ଚ ସୁଧ ହାର ଏବଂ ବିଶ୍ବର ଆର୍ଥିକ ମାନ୍ଦାବସ୍ତା ଯୋଗୁ ନିବେଶ ଏବଂ ରପ୍ତାନି ଉପରେ ପ୍ରଭାବ ପଡ଼ିପାରେ।
ଏହା ସହିତ ମିଳିତ ଜାତିସଂଘ ଦେଶରେ ଆର୍ଥିକ ଅବିବୃଦ୍ଧି ମଜଭୁତ କରିବା ନେଇ ଅନୁମାନ କରିଥିବା ବେଳେ ଦକ୍ଷିଣ ଏସିଅ ଦେଶଗୁଡ଼ିକ ପାଇଁ ଏହା ଅଧିକ ଚ୍ୟାଲେଞ୍ଚପୂର୍ଣ୍ଣ ହେବ ବୋଲି କୁହାଯାଇଛି। ବୈଶ୍ବିକ ଆର୍ଥିକ ସ୍ଥିତି ଏବଂ ସମ୍ଭାବନା-୨୦୨୩ର ରିପୋର୍ଟରେ କୁହାଯାଇଛି ଯେ, ବୈଶ୍ବିକ ଉତ୍ପାଦନ ବୃଦ୍ଧି ୨୦୨୨ରୁ ଆନୁମାନିକ ୩ ପ୍ରତିଶତ ହ୍ରାସ ହୋଇ ୨୦୨୩ରେ ଏହା ୧.୯ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଯାହାକି ଗତ ଦଶବର୍ଷ ମଧ୍ୟରେ ସବୁଠାରୁ କମ୍ ବିକାଶ ଦର ଅଟେ।
ଏହି ଖବର ଉପରେ ନଜର ପକାନ୍ତୁ: ମୁଲାୟମ ସିଂହ ଯାଦବଙ୍କୁ ଭାରତ ରତ୍ନ ଦେବାକୁ ଉଠିଲା ଦାବି; ସପା କହିଲା,’ପଦ୍ମ ବିଭୁଷଣ ଦେବା ତାଙ୍କ ଅବଦାନର ଉପହାସ’
ଋଷ-ୟୁକ୍ରେନ ଯୁଦ୍ଧରୁ ଉପୁଜିଥିବା ପରିସ୍ଥିତି ଦାୟୀ:
ରିପୋର୍ଟରେ ଜିଡିପିର ଏପରି ସ୍ଥିତି ପାଇଁ କରୋନା ମହାମାରୀ ଏବଂ ଋଷ-ୟକ୍ରେନ ଯୁଦ୍ଧକୁ ଦାୟୀ କରାଯାଇଛି। ଏହାର ପ୍ରଭାବରେ ଖାଦ୍ୟ ଏବଂ ଶକ୍ତି ଶଙ୍କଟ ମୁଣ୍ଡ ଟେକିଥିବା ବେଳେ ମୁଦ୍ରାସ୍ଫୀତି ମଧ୍ୟ ବଢ଼ିଛି। ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ବିକାଶ ଦର ୫.୮ ପ୍ରତିଶତରେ ରହିବ ବୋଲି ଆଶା କରାଯାଉଛି, ଯାହାକି ୨୦୨୨ରୁ ଆନୁମାନିକ ୬.୪ ପ୍ରତିଶତରୁ କିଛି କମ୍ ଅଟେ। ଉଚ୍ଚ ସୁଦ୍ଧହାର ଓ ବୈଶ୍ବିକ ମାନ୍ଦାବସ୍ତା ଯୋଗୁ ନିବେଶ ଓ ରପ୍ତାନୀ ଉପରେ ପଡ଼ୁଥିବା ପ୍ରଭାବ ହିଁ ଏଥିପାଇଁ ଦାୟୀ ବୋଲି ରିପୋର୍ଟରେ କୁହାଯାଇଛି।

୨୦୨୪ରେ ଦ୍ରୁତଗତିରେ ବୃଦ୍ଧି ହେବ ଭାରତୀୟ ଅର୍ଥବ୍ୟବସ୍ଥା:
ମିଳିତ ଜାତିସଙ୍ଘର ରିପୋର୍ଟରେ କୁହାଯାଇଛି ଯେ, ଦକ୍ଷିଣ ଏସିଆ ଦେଶ ଗୁଡ଼ିକରେ ଅନ୍ୟ ଅର୍ଥବ୍ୟବସ୍ଥାରେ ସମ୍ଭାବନା ଅଧିକ ଆହ୍ବାନପୂର୍ଣ୍ଣ ହେବ। ବାଂଲାଦେଶ, ପାକିସ୍ତାନ ଏବଂ ଶ୍ରୀଲଙ୍କା ୨୦୨୨ରେ ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷରୁ ଆର୍ଥିକ ସହାୟତା ମାଗିଥିଲେ। ତେବେ ଭାରତର ଆର୍ଥିକ ବିକାଶ କ୍ୟାଲେଣ୍ଡର ୨୦୨୩ରେ ୫.୮ ପ୍ରତିଶତ ମଧ୍ୟମ ଧରଣର ରହିବ ବୋଲି ଅନୁମାନ କରାଯାଇଛି। ନିବେଶ ଓ ରପ୍ତାନୀ ଉପରେ ଉଚ୍ଚ ସୁଧହାର ଓ ବୈଶ୍ବିକ ମାନ୍ଦାବସ୍ଥା ଉପରେ ପ୍ରଭାବ ପକାଉଛି ବୋଲି କୁହାଯାଇଛି। ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ଯେ, ୨୦୨୪ରେ ବିକାଶ ହାର ୬.୭ ପ୍ରତିଶତ ବଢ଼ିପାରେ। ୨୦୨୩ରେ ଭାରତର ମୁଦ୍ରାସ୍ଫୀତି ହ୍ରାସ ହୋଇ ୫.୫ ପ୍ରତିଶତ ହେବାର ଆଶା କରାଯାଉଛି।