ନୂଆଦିଲ୍ଲୀ,୦୬/୦୬; ଶ୍ରୀଲଙ୍କାର ରୁମେଶ ଥରଙ୍ଗା ଜାଭେଲିନ ଥ୍ରୋରେ ଭାରତର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଅତିକ୍ରମ କରିଛନ୍ତି । ସେ ରୋମ ଡାଏମଣ୍ଡ ଲିଗରେ ୯୨.୬୨ ମିଟର ଥ୍ରୋ କରିଥିଲେ । ନୀରଜଙ୍କ ଶ୍ରେଷ୍ଠ ଥ୍ରୋ ୯୦.୨୩ ମିଟର ରହିଛି । ରୁମେଶ ଏସିଆରେ ଦୀର୍ଘ ଥ୍ରୋ କରିବା ତାଲିକାରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ପାକିସ୍ତାନର ଅଲିମ୍ପିକ୍ସ ଚାମ୍ପିଅନ ଅର୍ଶଦ ନଦୀମ ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି । ସେ ୨୦୨୪ ଅଲିମ୍ପିକ୍ସରେ ୯୨.୯୭ ମିଟର ଥ୍ରୋ କରିଥିଲେ । ରୋମ ଡାଏମଣ୍ଡ ଲିଗରେ ଭାରତର ସଚିନ ଯାଦବ ଭାଗ ନେଇଥିଲେ । ସେ ୭୯.୧୮ ମିଟର ଥ୍ରୋ କରିଥିଲେ । ଦଶ ଜଣଙ୍କ ମଧ୍ୟରୁ ସଚିନ ଅଷ୍ଟମ ସ୍ଥାନରେ ରହିଥିଲେ । ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ (୮୬.୨୭ ମିଟର) ଗତ ବର୍ଷ ବିଶ୍ୱ ଚାମ୍ପିଅନସିପ୍‌ରେ ଦେଇଥିଲେ । ରୁମେଶ ନିଜର ଦ୍ୱିତୀୟ ପ୍ରୟାସରେ ହିଁ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ । ୯୦ ମିଟର ମାର୍କ ଅତିକ୍ରମ କରିବା ସହ ଏସିଆରେ ଦୀର୍ଘ ଥ୍ରୋ କରିବା ତାଲିକାରେ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଗତ ମାର୍ଚ୍ଚ ମାସରେ ସେ ଶ୍ରୀଲଙ୍କାର ଘରୋଇ ଆଥଲେଟିକ୍ସ ମିଟ୍ରେ ୮୯.୩୭ ମିଟର ଥ୍ରୋ କରି ଚର୍ଚ୍ଚାକୁ ଆସିଥିଲେ ।

କ୍ରିକେଟ୍ ଫିଲ୍ଡରୁ ଟ୍ରାକ ଆଣ୍ଡ ଫିଲ୍ଡ ପର୍ଯ୍ୟନ୍ତ- ରୁମେଶଙ୍କ ଯାତ୍ରା କ୍ରିକେଟ୍ ପଡ଼ିଆରୁ ଆରମ୍ଭ ହୋଇଥିଲା । ସେ ୧୮ ବର୍ଷରୁ କମ୍ ଦଳରେ ଜଣେ ଦ୍ରୁତ ବୋଲର ଥିଲେ । ସେ ଇଶାନ ମାଲିଙ୍ଗାଙ୍କ ସହିତ ଖେଳିଥିଲେ । ମାଲିଙ୍କା ଏବେ ଶ୍ରୀଲଙ୍କା ଜାତୀୟ ଦଳର ପ୍ରମୁଖ ବୋଲରଙ୍କ ମଧ୍ୟରୁ ଜଣେ । ସେ ଆପିଏଲ୍ ୨୦୨୬ରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ସର୍ବାଧିକ ୱିକେଟ୍ ନେବାରେ ମଧ୍ୟ ସଫଳ ହୋଇଥିଲେ । ବର୍ତ୍ତମାନ ରୁମେଶଙ୍କ ଭାଗ୍ୟ ବଦଳି ଯାଇଛି । ତାଙ୍କ ସାଥୀ ଖେଳାଳିମ ମାଲିଙ୍ଗା କ୍ରିକେଟ୍ ପଡିଆରେ ପ୍ରାଧ୍ୟାନ୍ୟ ବିସ୍ତାର କରୁଥିବାବେଳେ, ଆଥଲେଟିକ୍ସରେ ରୁମେଶଙ୍କ ପ୍ରତିଭା ପ୍ରଷ୍ପୁଟିତ ହୋଇଛି ।

ଏହା ବି ପଢନ୍ତୁ...India T20 Captaincy: ଆୟର୍ଲାଣ୍ଡ-ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଆଜି ଭାରତୀୟ ଦଳ ଘୋଷଣା, ସୂର୍ଯ୍ୟକୁମାର ହରାଇ ପାରନ୍ତି ନେତୃତ୍ୱ    

ଅର୍ଶଦ, ନୀରଜ ଏବଂ ରୁମେଶଙ୍କ ମଧ୍ୟଲେ ଲଢେଇ- ରୁମେଶ ତାଙ୍କର ପ୍ରାରମ୍ଭିକ କ୍ରିକେଟ କ୍ୟାରିୟରରେ ୧୩୦ରୁ୧୩୪ କିଲୋମିଟର ବେଗରେ ବୋଲିଂ କରୁଥିଲେ । ଏବେ ଜାଭେଲିନ୍ ଫିଙ୍ଗି ରେକର୍ଡ ଦୂରତା ପାଇଁ ଶ୍ରୀଲଙ୍କାକୁ ଅନ୍ତର୍ଜାତୀୟ ସ୍ତରରେ ଗୌରବ ଆଣି ଦେଇଛନ୍ତି । ସେ ଏବେ ଏସିଆର ବର୍ତ୍ତମାନର ଦୁଇ ପ୍ରମୁଖ ଥ୍ରୋୟର ନଦୀନ ଅର୍ଶଦ (ପାକିସ୍ତାନ) ଏବଂ ନୀତଜ ଚୋପ୍ରା (ଭାରତ) ପାଇଁ ଏକ ଗୁରୁତ୍ୱପୂର୍ଅର୍ଣ୍ଣ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି । ଆଗକୁ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡାରେ ଏହି ୩ ଜଣଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିବ ।