ନୂଆଦିଲ୍ଲୀ,୦୬/୦୬; ଆୟର୍ଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଏବଂ ଆଗାମୀ ଏସୀୟ କ୍ରୀଡ଼ା ପାଇଁ ଆଜି ଭାରତୀୟ ଟି-ଟ୍ୱେଣ୍ଟି ଦଳ ଘୋଷଣା ହେବ । ବିଶ୍ୱ ଚାମ୍ପିଅନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱ ବଜାୟ ରଖିବେ ନା ବିସିସିଆଇ ନୂଆ ନେତୃତ୍ୱ ଚୟନ କରିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଭାରତ ଆୟର୍ଲାଣ୍ଡ ବିପକ୍ଷରେ ୨ଟି ଏବଂ ଇଂଲଣ୍ଡ ବିପକ୍ଷରେ ୫ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ । ସେମିତି ଜାପାନରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଏସୀୟ କ୍ରୀଡ଼ା ।
ଆଜି ମୁମ୍ବାଇସ୍ଥିତ ବିସିସିଆଇର ମୁଖ୍ୟ କାର୍ଯ୍ୟାଳୟରେ ଦିନ ୧ଟା ସମୟରେ ଜାତୀୟ ଚୟନ କମିଟିର ବୈଠକ ବସିବ । ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ, ଜାତୀୟ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ଏବଂ ଅନ୍ୟ ଚୟନକମିଟିର ସଦସ୍ୟମାନେ ଉପସ୍ଥିତ ରହିବେ । ପୂର୍ବରୁ ଯାହା ଆଲୋଚନା ହେଉଛି, ସୂର୍ଯ୍ୟକୁମାରଙ୍କୁ ଅଧିନାୟକତ୍ୱରୁ ହଟାଇ ଦିଆଯାଇ ପାରେ । ତାଙ୍କ ସ୍ଥାନରେ ଶ୍ରେୟାସ ଆୟର କିମ୍ବା ସଞ୍ଜୁ ସାମସନଙ୍କୁ ଦଳର ନୂଆ ଅଧିନାୟକ ନିଯୁକ୍ତ କରାଯିବ । ସେମିତି ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟର୍ଲାଣ୍ଡ ଗସ୍ତରେ ଅନ୍ତର୍ଜାତୀୟ ପଦାର୍ପଣର ସୁଯୋଗ ମିଳିପାରେ । ଆଇପିଏଲରେ ଉନ୍ନତ ପ୍ରଦର୍ଶନ କରିଥିବା କିଛି ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିବାର ସମ୍ଭାବନା ରହିଛି ।
ଏହା ବି ପଢନ୍ତୁ...Vaibhav Sooryavanshi India Call-Up Prediction: ୧୮୦ ଦିନ ପୂର୍ବରୁ ବୈଭବଙ୍କୁ ନେଇ କରାଯାଇଥିବା ଭବିଷ୍ୟବାଣୀ ହେବାକୁ ଯାଉଛି ସତ
ହଟିବେ ସୂର୍ଯ୍ୟ, ଶ୍ରେୟାସଙ୍କୁ ମିଳିବ ଦାୟିତ୍ୱ- ଭାରତୀୟ କ୍ରିକେଟରେ ଟି-୨୦ ଦଳର ଅଧିନାୟକତ୍ୱକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନେତୃତ୍ୱ ହରାଇପାରନ୍ତି । ଶ୍ରେୟାସ ଆୟରଙ୍କୁ ଭାରତୀୟ ଟି-୨୦ ଅଧିନାୟକ ନିଯୁକ୍ତ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ଭାରତୀୟ କ୍ରିକେଟର ଏକ ବଡ଼ ପରିବର୍ତ୍ତନ ବୋଲି କୁହାଯାଉଛି । କିଛି ସମୟ ଧରି ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱ ଏବଂ ତାଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠୁଛି। ଟି-୨୦ ବିଶ୍ୱକପ୍ ଏବଂ ପରବର୍ତ୍ତୀ ମ୍ୟାଚଗୁଡ଼ିକରେ ତାଙ୍କର ପ୍ରଦର୍ଶନ ଆଶାନୁରୂପ ନଥିଲା । ଆଇପିଏଲରେ ଖାସ୍ ପ୍ରଦର୍ଶନ ନଥିଲା । ଏସବୁକୁ ବିଚାର କରି, ଦଳ ଚୟନକର୍ତ୍ତାମାନେ ଅର୍ଥାତ୍ ଦଳ ଜଣେ ନୂତନ ଅଧିନାୟକ ଖୋଜିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରେୟାସ ଆୟର ଦୀର୍ଘ ଦିନ ଧରି ଭାରତୀୟ କ୍ରିକେଟରେ ଜଣେ ନିର୍ଭରଯୋଗ୍ୟ ବ୍ୟାଟର ଭାବରେ ନିଜର ଦକ୍ଷତା ପ୍ରଦର୍ଶନ କରିଆସିଛନ୍ତି । ଜଣାଶୁଣା । ସେ ପୂର୍ବରୁ ଘରୋଇ କ୍ରିକେଟ ଏବଂ ଆଇପିଏଲରେ ଦଳର ଅଧିନାୟକତ୍ୱ କରିଛନ୍ତି । ଗ୍ରାଉଣ୍ଡରେ ଚାପରେ ସଠିକ୍ ନିଷ୍ପତ୍ତି ନେଇଛନ୍ତି । ଏହି ଗୁଣ ତାଙ୍କୁ ଦଳ ପରିଚାଳନା ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଉଛି । ଶ୍ରେୟାସ ଆୟର ଅଧିନାୟକ ଦାୟିତ୍ୱ ନେବା ପରେ, ଭାରତୀୟ ଟି-୨୦ ଦଳ ପାଇଁ ଏକ ନୂତନ ଯୁଗର ଆରମ୍ଭ ହେବା ବିଷୟରେ ବିଚାର କରାଯାଉଛି ।