ପୁଣି କମାଲ ଦେଖାଇଲେ ନୀରଜ ଚୋପ୍ରା: ଡାଇମଣ୍ଡ ଲିଗ୍ରେ ଜିତିଲେ ରୌପ୍ୟ ପଦକ, ଭାଙ୍ଗିଲେ ନ୍ୟାସନାଲ ରେକର୍ଡ

ନୂଆଦିଲ୍ଲୀ,୧।୭: ଟୋକିଓ ଅଲିମ୍ପିକ୍ସରେ ଜାଭଲିନ୍ ଥ୍ରୋରେ ଦମ୍ଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ପୁଣିଥରେ ଦେଖାଇଛନ୍ତି କମାଲ। ସେ ଡାଇମଣ୍ଡ ଲିଗ୍ରେ ଖୁବ୍ ସୁନ୍ଦର ଖେଳ ପ୍ରଦର୍ଶନ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଏହା ସହିତ ସେ ଗତ ୧୫ ଦିନରେ ଦ୍ବିତୀୟ ଥର ହିଁ ନିଜର ନ୍ୟାସନାଲ ରେକର୍ଡ ଭାଙ୍ଗିଛନ୍ତି। ସେଭଳି ଗ୍ରେନେଡିୟନ୍ ଆଣ୍ଡରସନ୍ ପିଟର୍ସ ୯୦.୩୧ ମିଟର ଦୂରକୁ ଜାଭେଲିନ୍ ଥ୍ରୋ କରି ସ୍ବର୍ଣ୍ଣ ପଦକ ପାଇଛନ୍ତି।
A glimpse of the record-breaking 8⃣9⃣.9⃣4⃣ metres #JavelinThrow by @Neeraj_chopra1.
— Dept of Sports MYAS (@IndiaSports) July 1, 2022
Outstanding performance!!😍 pic.twitter.com/5PzS4iIIeF
ଷ୍ଟକହୋମ୍ରେ ଖେଳା ଯାଇଥିବା ଡାଇମଣ୍ଡ ଲିଗ୍ରେ ନୀରଜ ପ୍ରଥମ ଚେଷ୍ଟାରେ ୮୯.୯୪ ମିଟର ଦୂରକୁ ଜାଭେଲିନ୍ ଥ୍ରୋ କରି ଥିଲେ। ଏଭଳି ଭାବରେ ସେ ନିଜର ହିଁ ନ୍ୟାସନାଲ ରେକର୍ଡ ଭାଙ୍ଗିଛନ୍ତି, ଯାହାକୁ ୧୪ ଜୁନ୍ରେ ସେ କରିଥିଲେ। ଏହା ପୂର୍ବରୁ ନୀରଜ ଫିନ୍ଲାଣ୍ଡର ତୁର୍କୁରେ ଆୟୋଜିତ ପାବୋ ନୁରମୀ ଖେଳରେ ୮୯.୩୦ ମିଟରର ଜାଭେଲିନ୍ ଥ୍ରୋ କରି ରୌପ୍ୟ ପଦକ ଜିତିଥିଲେ।