ପ୍ରମୂଖ ଖବର
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୀମାରେ ଅବହେଳିତ ଓଡ଼ିଆ ବିଦ୍ୟାଳୟ, ସରକାରଙ୍କୁ ଦୃଷ୍ଟି ଦେବାକୁ ଦାବି

Published By : Krishna Priya | April 1, 2025 9:07 AM

ଭୋଗରାଇ, ୦୧/୦୪: ଓଡ଼ିଶାର ସର୍ବବୃହତ ତଥା ସୀମାନ୍ତବର୍ତ୍ତୀ ବ୍ଲକ ଭୋଗରାଇ ଧାନ, ପାନ ଓ ମୀନର ଗନ୍ତାଘର ଭାବରେ ଯେତିକି ବିକଶିତ, ଜ୍ଞାନର ଭଣ୍ଡାର ଭାବରେ ତା'ଠାରୁ ଅଧିକ ସମୃଦ୍ଧ । ହେଲେ ଆଜି ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଓଡ଼ିଆ ସ୍କୁଲଗୁଡ଼ିକ ଦିଗହରା । ବିଶେଷତଃ ସୀମାନ୍ତବର୍ତ୍ତୀ ଗାଁଗୁଡ଼ିକରେ ଥିବା ସ୍କୁଲଡିକର ଦୟନୀୟ ସ୍ଥିତିକୁ ଦେଖିଲେ ସରକାରଙ୍କ ଓଡିଆ ଭାଷା ପ୍ରତି ଥିବା ଦରଦ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ସରକାର ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି, ତେବେ ସମସ୍ୟାରେ ଜର୍ଜରିତ ସୀମାନ୍ତ ସ୍କୁଲଗୁଡିକ ବନ୍ଦ ହେବା ସହିତ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଡୋରି ବନ୍ଧା ହେବା ସୁନିଶ୍ଚିତ । 

ଭୋଗରାଇ ବ୍ଲକରେ ମୋଟ ୧୯୪ଟି ପ୍ରାଥମିକ, ୧୦୬ଟି ଉଚ୍ଚ ପ୍ରାଥମିକ, ୫୩ଟି ହାଇସ୍କୁଲ, ୯ଟି ପ୍ରାଥମିକ, କୁଳିଦା, ଦୁବସାହି ଉଚ୍ଚ ପ୍ରାଥମିକ ଏବଂ ନୀଳକଣ୍ଠ ହାଇସ୍କୁଲ ବେଲଦା, ଗୟାପ୍ରସାଦ ଉଚ୍ଚ ବିଦ୍ୟାଳୟ ଦୁବସାହି, ଶ୍ରୀକାନ୍ତ ଉଚ୍ଚ ବିଦ୍ୟାଳୟ ସିଆଁରୋଇ, ଶୀତଳା ସୀମାନ୍ତ ଉଚ୍ଚ ବିଦ୍ୟାଳୟ ଅନ୍ତୁରାଇ, ସାରଦା ପ୍ରସାଦ ବାଳିକା ଉଚ୍ଚ ବିଦ୍ୟାଳୟ କରିହଣ୍ଡା, ଦାହୁଣଦା ହାଇସ୍କୁଲ, ପ୍ରକାଶ ଚନ୍ଦ୍ର ବିଦ୍ୟାପୀଠ କୁଳିଦା, ସୀମାନ୍ତ ହାଇସ୍କୁଲ ମାନକୁଣ୍ଡଓ ସୀମାନ୍ତ ବିଦ୍ୟା ନିକେତନ ବାଜିତପୁର ମଧ୍ୟରେ ସବୁଠୁ ବେଶି ଅବହେଳିତ ଅବସ୍ଥାରେ ଗତି କରୁଛି ସୀମାନ୍ତବର୍ତ୍ତୀ କୁଳିଦା ପଞ୍ଚାୟତର ଏକମାତ୍ର ହାଇସ୍କୁଲ ପ୍ରକାଶ ଚନ୍ଦ୍ର ବିଦ୍ୟାପୀଠ । ୧୯୯୨ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟଟି ସରକାରଙ୍କ ସମସ୍ତ ସର୍ତ୍ତାବଳୀ ପୂରଣ କରି ସୁଦ୍ଧା ଅଦ୍ୟାବଧି ଉକ୍ତ ବିଦ୍ୟାଳୟକୁ ହାଇସ୍କୁଲର ମାନ୍ୟତା ମିଳିନାହିଁ । ଏପରିକି ଛାତ୍ରଛାତ୍ରୀମାନେ ସାଇକେଲ, ବହି, ପୋଷାକ ଇତ୍ୟାଦି ପାଇବାରୁ ବଞ୍ଚିତ ହେବା ସହିତ ମଧ୍ୟାହ୍ନଭୋଜନ ସେମାନଙ୍କ ପାଇଁ ସ୍ୱପ୍ନ ପାଲଟିଛି । 

ସେହିପରି ସିଆଁରୋଇ, ମାନକୁଣ୍ଡା ଓ ବାଜିତପୁରହାଇସ୍କୁଲର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି । ଏହି ସ୍କୁଲଗୁଡ଼ିକ ବ୍ଲକ ଗ୍ରାଣ୍ଟ ସ୍କୁଲ ହୋଇଥିବାରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷା କର୍ମଚାରୀମାନଙ୍କ ଅବସର ଗ୍ରହଣ ପରେ ଏବେ ସ୍କୁଲରେ ଶିକ୍ଷକ ମରୁଡି ଦେଖାଦେଇଛି । ଏହି ସବୁ ସ୍କୁଲକୁ ତୁରନ୍ତ ପୂର୍ଣ୍ଣ ଅନୁଦାନ ସହିତ ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଣଶିକ୍ଷା କର୍ମଚାରୀ ଯୋଗାଇ ନ ଦେଲେ ଭବିଷ୍ୟତରେ ସ୍କୁଲଗୁଡିକ ବନ୍ଦ ହେବା ସହିତ ଛାତ୍ରଛାତ୍ରୀଙ୍କ   ଆଗରୁ ସରକାର ସୀମାନ୍ତରେ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ସ୍କୁଲଗୁଡ଼ିକୁ ସ୍ୱତନ୍ତ୍ର ଦୃଷ୍ଟି ଦେଉଥିଲେ । ତେବେ କିଛି ବର୍ଷ ହେଲା ସରକାରଙ୍କ ଭାଷା ପ୍ରତି ଆନ୍ତରିକତା କମିଯିବାରୁ ସୀମାନ୍ତରେ ପାଠପଢ଼ାରେ ଏଭଳି ଦୟନୀୟ ସ୍ଥିତି ଉପୁଜିଛି । ଏଣୁ ଅନୁଦାନରୁ ବଞ୍ଚିତ ସୀମାନ୍ତବିଦ୍ୟାଳୟଗୁଡ଼ିକୁ ପୂର୍ଣ୍ଣ ଅନୁଦାନ ସହିତ ଆବଶ୍ୟକ ଶିକ୍ଷକ ଯୋଗାଇ ଦେଲେ ସୀମାନ୍ତରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିପାରିବ ବୋଲି କହିଛନ୍ତି ଓଡ଼ିଆ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଦକ୍ଷିଣ ଭୋଗରାଇର ସମ୍ପାଦକ ନଟରଞ୍ଜନ ଘରାଇ । 

ସେହିପରି ବିଧାୟକ ଗୌତମବୁଦ୍ଧଙ୍କ କହିବା କଥା ହେଉଛି ଭୋଗରାଇ ଯେହେତୁ ସୀମାନ୍ତବର୍ତ୍ତୀ ବ୍ଲକ, ଏଠାରେ ଓଡ଼ିଆ ଭାଷାର ସମୃଦ୍ଧି ପାଇଁ ସୀମାନ୍ତବର୍ତ୍ତୀ ସ୍କୁଲଗୁଡ଼ିକୁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ । ତେବେ ଅନୁଦାନ ପାଇନଥିବା ଏବଂ ବନ୍ଦ ହେବାକୁ ଯାଉଥିବା ସ୍କୁଲଗୁଡ଼ିକୁ ପୂର୍ଣ୍ଣ ଅନୁଦାନ ଦେବା ପାଇଁ ମୁଁ ସରକାରଙ୍କ ଠାରେ ଦାବି କରିବି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.