ପୁଣି ଭାରତକୁ ନାଲି ଆଖି ଦେଖାଇଲା ନେପାଳ , ପଥର ଫିଙ୍ଗିବା ପରେ ସୀମାରେ ଉତ୍ତେଜନା ; ଅନେକ ଆହତ

ନୂଆଦିଲ୍ଲୀ : ଭାରତ-ନେପାଳ ସୀମାରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି। ନେପାଳୀ ଯୁବକଙ୍କ ଦ୍ୱାରା ପଥର ଫିଙ୍ଗିବା ପରେ ଲାଠୀ ମାଡ଼ରେ ଅନେକ ଲୋକ ଆହତ ହୋଇଛନ୍ତି। ରବିବାର ବିଳମ୍ୱିତ ସନ୍ଧ୍ୟାରେ ଝୁଲା ପୋଲ ଖୋଲା ଯାଇଛି , କିନ୍ତୁ ବର୍ଡରରେ ଉତ୍ତେଜନା ଏବେ ବି ଜାରି ରହିଛି। ଉତ୍ତରାଖଣ୍ଡର କାଳୀ ନଦୀ କୂଳରେ ବନ୍ଧ ନିର୍ମାଣ କରୁଥିବା ଭାରତୀୟ ଶ୍ରମିକଙ୍କ ଉପରକୁ ରବିବାର ଦ୍ୱିପ୍ରହରରେ ନେପାଳ ପକ୍ଷରୁ ପଥର ଫିଙ୍ଗା ହେବା ଯୋଗୁଁ ସେଠାରେ ଅଶାନ୍ତ ସ୍ଥିତି ସୃଷ୍ଟି ହୋଇଥିଲା। ଭାରତ – ଆମେରିକା ମିଳିତ ସାମରିକ ଅଭ୍ୟାସ ବେଳେ ସୈନିକଙ୍କ ରକ୍ କନସର୍ଟ : ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ
ଏସଏସବି ଓ ନେପାଳୀ ଫୋର୍ସ ପହଞ୍ଚିବା ସତ୍ତ୍ୱେ ନେପାଳୀ ପ୍ରଦର୍ଶନକାରୀମାନେ ଭାରତ-ନେପାଳ ଅନ୍ତରାଷ୍ଟ୍ରୀୟ ଝୁଲା ପୋଲରେ ତାଲା ପକାଇ ଦେଇଥିଲେ। ଯେଉଁଥିରେ ଉଭୟ ଦେଶର ଶହ ଶହ ଲୋକ ପୋଲର ଉଭୟ ପଟରେ ଫସି ରହିଥିଲେ। ଉତ୍ତେଜନା ବଢ଼ିବା ଯୋଗୁଁ ନେପାଳ ପୁଲସକୁ ଲାଠୀଚାର୍ଜ କରିବାକୁ ପଡ଼ିଲା , ଯେଉଁଥିରେ ନେପାଳ ପଟରୁ ଫସି ଥିବା ଜଣେ ଭାରତୀୟ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ।
ସୂଚନା ଯେ, ରବିବାର ଧାରଚୂଲାରେ କାଳୀ ନଦୀ କୂଳରେ ଭାରତୀୟ କ୍ଷେତ୍ରରେ ଘଟଖୋଲା ଓ ଷ୍ଟାଡିୟମ ପାଖରେ କାର୍ଯ୍ୟକରୁ ଥିବା କମ୍ପାନୀର ଶ୍ରମିକଙ୍କ ଉପରେ ଦ୍ୱିପ୍ରହର ସମୟ ପାଖାପାଖି ୨ଟାରେ ନେପାଳ ପଟରୁ ହଠାତ୍ ଖୁବ୍ ପଥର ମାଡ଼ ଆରମ୍ଭ ହୋଇଥିଲା । ପଥର ମାଡ଼ରେ ଜଣେ ଶ୍ରମିକ ଜୟ ସିଂହଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଏହି ପଥରମାଡ଼ର ସୂଚନା ପାଇ ଘଟଣା ସ୍ଥଳରେ ନେପାଳୀ ପୁଲିସ ଓ ଏସଏସବିର ଅଧିକାରୀମାନେ କୌଣସି ପ୍ରକାରେ ମାମଲାକୁ ଶାନ୍ତ କରାଇଥିଲେ ।
ନେପାଳ ପ୍ରଶାସନ ସହ ଭାରତୀୟ ଅଧିକାରୀଙ୍କ କଥାବାର୍ତ୍ତା ପରେ ସନ୍ଧ୍ୟା ପାଖାପାଖି ୬ଟାରେ ଅନ୍ତରାଷ୍ଟ୍ରୀୟ ଝୁଲା ପୋଲ ଖୋଲି ଦିଆ ଯାଇଛି। ହେଲେ ବର୍ଡରରେ ଉତ୍ତେଜନା ଜାରି ରହିଛି। ନେପାଳ ପକ୍ଷରୁ ସିଡିଓ ଦୀର୍ଘରାଜ ଉପାଧ୍ୟାୟ କହିଛନ୍ତି ପ୍ରକରଣକୁ ଗୁରୁତର ସହ ନିଆଯିବ। କହିଲେ ମାମଲାର ନିଷ୍ପକ୍ଷ ଯାଞ୍ଚ କରାଯିବ।
ଉଲ୍ଲେଖନୀୟ ଯେ, ଭାରତୀୟ ଅଞ୍ଚଳରେ କାଳୀ ନଦୀ କୂଳରେ ସୁରକ୍ଷାକୁ ନେଇ ନିର୍ମାଣ କରାଯାଉ ଥିବା ତଟବନ୍ଧକୁ ନେପାଳ ଏପର୍ଯ୍ୟନ୍ତ ୭ଥର ବିରୋଧ କରିସାରିଛି। ଭାରତୀୟ ଅଧିକାରୀଙ୍କ ଅନୁରୋଧ ସତ୍ତ୍ୱେ ସେ ନିଜ ଜିଦ୍ରେ ଅଡ଼ି ରହିଛନ୍ତି। ନେପାଳ ନିଜ ପକ୍ଷରୁ ନଦୀରେ ଜମିଥିବା ଆବର୍ଜନାକୁ ହଟାଉ ନାହିଁ । ଯେଉଁଥି ପାଇଁ ଭାରତୀୟ କ୍ଷେତ୍ରରେ ଅନେକ ମିଟର ଯାଏ ନଦୀର ପ୍ରବାହ କାରଣରୁ ଫାଇଣ୍ଡେସନ ତିଆରି କରିବା ମସ୍କିଲ ହୋଇ ଯାଇଛି । ୫ ମାସ ଭିତରେ ଆଠ ଥର ହୋଇଥିବା ପଥର ଫିଙ୍ଗା ଘଟଣାରେ ଏବେ ସ୍ଥାନୀୟ ଲୋକେ ମଧ୍ୟ ଭୟଭୀତ ହୋଇଛନ୍ତି।