କାଠମାଣ୍ଡୁ ୧୮/୦୪: ନେପାଳରେ ଦୁର୍ନୀତି ବିରୋଧରେ ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସରକାର ୫ ସଦସ୍ୟବିଶିଷ୍ଟ ଏକ ନ୍ୟାୟିକ ପ୍ୟାନେଲ ଗଠନ କରିଛନ୍ତି। ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାପତି ଜଷ୍ଟିସ ଜ୍ଞାନେନ୍ଦ୍ର କୁମାର ଭଣ୍ଡାରୀ ତାର ଅଧକ୍ଷତା କରିବେ। ସେହି ପ୍ୟାନେଲ ୨୦୨୬ରୁ ନେଇ ୨୦୨୫-୨୬ ଯାଏ ସାର୍ବଜନୀନ ପଦରେ ରହିଥିବା ଲୋକଙ୍କ ସମ୍ପତ୍ତିର ଯାଞ୍ଚ କରିବ। ତଦନ୍ତ ପରିସରରେ ୨୦୦୫-୦୬ ପରର ସମସ୍ତ ୭ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟ ସୁଶୀଲ କୋଇରାଲା, ପୁଷ୍ପ କମଲ ଦହଲ, ମାଧବ କୁମାର ନେପାଳ, ଝାଳାନାଥ ଖନାଲ , ବାବୁରାମ ଭଟ୍ଟରାଇ, କେପି ଶର୍ମା ଓଲି ଏବଂ ଶେର ବାହାଦୂର ଦେଉବା ସାମିଲ।ଏଥିସହ ୨ ଅନ୍ତରୀଣ ସରକାରଙ୍କ ପ୍ରମୁଖ ଖିଲରାଜ ରେଗମୀ ଏବଂ ସୁଶୀଲା କାର୍କି ମଧ୍ୟ ତଦନ୍ତ ପରିସରରେ ଆସିବେ।
ସେହିପରି ପୂର୍ବତନ ରାଜ ଜ୍ଞାନେନ୍ଦ୍ର ଶାହ, ୩ ରାଷ୍ଟ୍ରପତି, ରାମ ବରନ ଯାଦବ, ବିଦ୍ୟା ଦେବୀ ଭଣ୍ଡାରୀ ଏବଂ ବର୍ତ୍ତମାନର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲଙ୍କ ସମ୍ପତ୍ତି ମଧ୍ୟ ଯାଞ୍ଚର ପରିସର ଭୁକ୍ତ ହେବ। ଏହାଛଡ଼ା ମନ୍ତ୍ରୀ, ସାମ୍ବିଧାନିକ ପଦରେ ଆସୀନ ଥିବା ୧୦୦ରୁ ଅଧିକ ଲୋକ ଏବଂ ବରିଷ୍ଠ ଅଧିକାରୀ ମଧ୍ୟ ତଦନ୍ତ ପରିସର ମଧ୍ୟରେ ଆସିବେ। କେବଳ ସେତିକି ନୁହେଁ, ମୃତ ନେତାଙ୍କ ସମ୍ପତ୍ତି ମଧ୍ୟ ଯାଞ୍ଚ ହେବ। ଗିରିଜା ପ୍ରସାଦ କୋଇରାଲା ଏବଂ ସୁଶୀଲ କୋଇରାଲାଙ୍କ ଭଳି ନେତାଙ୍କ ପରିବାର ସଦସୃ ଏଥିରେ ସାମିଲ ହୋଇପାରନ୍ତି।
ଅଧିକ ପଢ଼ନ୍ତୁ :- UP Minimum Wage Hike 2026: ୟୁପି ଶ୍ରମିକଙ୍କ ପାଇଁ ବଡ଼ ଉପହାର: ସର୍ବନିମ୍ନ ମଜୁରୀ ବଢ଼ାଇଲେ ଯୋଗୀ ସରକାର; ଜାଣନ୍ତୁ ଏବେ କେତେ ମିଳିବ ଦରମା
ସୂଚନା ଥାଉକିଳ ନିକଟରେ ନେପାଳରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବାଲେନ ଶାହଙ୍କ ଦଳ ବିପୁଳ ଭୋଟ ବ୍ୟବଧାନରେ ଜିତାପଟ ହାସଲ କରିଥିଲା । ଏହାପରେ ବାଲେନ ଶାହ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ।