ନୂଆଦିଲ୍ଲୀ,୭।୬: ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଯୋଗପୀଠ ଓ ନେପାଳ ସରକାରଙ୍କ ମଧ୍ୟରେ ଜମି କିଣିବାକୁ ନେଇ ଚୁକ୍ତି ହୋଇଥିଲା। ଏହି ଚୁକ୍ତିରେ ଦୁର୍ନୀତି ହୋଇଥିବା ଖବର ଆସିଛି। ଯେଉଁ କାରଣରୁ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ନିଜର ସାଂସଦ ପଦ ହରାଇବାକୁ ପଡିଛି। ନେପାଳର ଭ୍ରଷ୍ଟାଚାର ବିରୋଧି ଏଜେନ୍ସି CIAA ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ସିପିଏନ୍ ୟୁନିଫାଏଡ ସ୍ପେଶାଲିଷ୍ଟ ପାର୍ଟିର ଅଧ୍ୟକ୍ଷ ମାଧବ କୁମାରଙ୍କ ବିରୋଧରେ ଜମି ଦୁର୍ନୀତି ମାମଲାରେ ଅଭିଯୋଗ ପତ୍ର ଦାଖଲ କରିଛି। ଏହି ମାମଲା ପତଞ୍ଜଳି ଯୋଗପୀଠଦ୍ବାରା ଜମି କିଣିବାରେ ହୋଇଥିବା ଅନିୟମିତତା ସହ ଜଡିତ।
ଏହି ମାମଲା କାଠମାଣ୍ଡୁଠାରୁ ପ୍ରାୟ ୪୦ କିଲୋମିଟର ଦୂର କାଭ୍ରେ ଜିଲ୍ଲାରେ ପତଞ୍ଜଳି ଯୋଗପୀଠ ଦ୍ବାରା କିଣାଯାଇଥିଲା ୩୨ ହେକ୍ଟର ଜମିକୁ ନେଇ ରହିଛି। ଏହି ଜମି ଯୋଗ କେନ୍ଦ୍ର ଓ ହର୍ବାଲ ଜମି ଉଦେଶ୍ୟରେ କିଣା ଯାଇଥିଲା। କିନ୍ତୁ CIAA ଅନୁସାରେ, ମାଧବଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ୍ ବୈଠକରେ ଭୂମି ଅଧିନିୟମରେ ଛାଡକୁ ନେଇ ଏହି ଅନୁମତି ଦିଆଯାଇଥିଲା। ଦୁଇ ମାସ ପରେ ଆଉ ଏକ ନିଷ୍ପତ୍ତିରେ ଜମିକୁ ବ୍ୟବସାୟିକ ଉପଯୋଗ ପାଇଁ ଖୋଲି ଦିଆଯାଇଥିଲା।
CIAA ଏହାକୁ ସରକାରୀ ନୀତିର ଦୂରୁପଯୋଗ ବୋଲି କହିଛି। ଦାବି କରିଛି ଯେ, ଏହାଦ୍ବାରା ସରକାରଙ୍କୁ ପ୍ରାୟ ୧୧.୬ କୋଟି ଟଙ୍କା କ୍ଷତି ହୋଇଛି। ଏହି କ୍ଷତିର ଭରଣା କରିବା ପାଇଁ ମାଧବ ନେପାଳରୁ ରାଶି ଆଦାୟ କରିବାର ସୁପାରିଶ କରିଥିଲେ। ଏହି କେସ୍ରେ ମୋଟ ୯୪ ଲୋକଙ୍କୁ ଅଭିଯୁକ୍ତ କରାଯାଇଥିଲା। ଯେଉଁଥିରେ ପୂର୍ବତନ ଆଇନମନ୍ତ୍ରୀ ପ୍ରେମ ବାହାଦୂର ସିଂହ, ପୂର୍ବତନ ଭୂମି ସୁଧାର ମନ୍ତ୍ରୀ ଦମ୍ବର ଶ୍ରେଷ୍ଠ, ମୁଖ୍ୟ ସଚିବ ମାଧବ ପ୍ରସାଦ ଘିମିରେ ଓ ପତଞ୍ଜଳି(ନେପାଳ)ର ନିର୍ଦେଶକ ସଲିଗ୍ରାମ ସିଂହଙ୍କ ନାଁ ରହିଛି। ତେବେ ପତଞ୍ଜଳିର ମୁଖ୍ୟ ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ନାଁ ଅଭିଯୋଗ ପତ୍ରରେ ନାହିଁ।
ନେପାଳ ଆଇନ ଅନୁସାରେ, କୌଣସି ପ୍ରକାର ସାର୍ବଜନୀକ ପଦରେ ଥିବା ବ୍ୟକ୍ତିଙ୍କ ଉପରେ ଭ୍ରଷ୍ଟାଚାର ଅଭିଯୋଗ ଲାଗିଲେ ତାଙ୍କୁ ତୁରନ୍ତ ନିଲମ୍ବିତ କରି ଦିଆଯାଏ। ଏହି କାରଣରୁ ମାଧବଙ୍କୁ ନେପାଳର ସାଂସଦ ପଦ ହରାଇବାକୁ ପଡିଛି। ମାଧବ ନେପାଳର ଅଭିଯୋଗକୁ ମନା କରି କହିଛନ୍ତି, ମୁଁ କିଛି ଭୁଲ କରିନି। ମୁଁ ଆଇନ ପକ୍ରିୟାର ସାମନା କରିବାକୁ ପ୍ରସ୍ତୁତ ଅଛି। ଏସବୁ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ରାଜନୈତିକ ଷଡଯନ୍ତ୍ର, ଯାହା ମୋତେ ସମ୍ପୂର୍ଣ୍ଣ ଭାବରେ ଶେଷ କରିବାକୁ ଚାହେଁ।’ ପତଞ୍ଜଳି ଯୋଗପୀଠର କହିବା ଅନୁସାରେ, ସେ ଜମିର କୌଣସି ବ୍ୟବସାୟିକ ଉପଯୋଗ କରିନାହାନ୍ତି ଓ ସବୁ କାର୍ଯ୍ୟ ଯୋଗ କେନ୍ଦ୍ର ଓ ଆର୍ୟୁବେଦନ ଅନୁସନ୍ଧାନ ପାଇଁ କରାଯାଇଛି।