ପ୍ରମୂଖ ଖବର
  • ଦିଗପହଣ୍ଡି ଓସ୍ତାପଲ୍ଲୀରେ ବ୍ୟାପୁଛି ଝାଡାବାନ୍ତି, ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଲା
  • ||
  • ପ୍ରସିଦ୍ଧ ୟୁଟ୍ୟୁବର ମନୀଷ କଶ୍ୟପ ‘ଜନ ସୁରାଜ’ ପାର୍ଟିରେ ସାମିଲ
  • ||
  • ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ ମେଧା ତାଲିକା, କାଲିଠୁ ଆରମ୍ଭ ହେବ ନାମଲେଖା: ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା
  • ||
  • ସୁରକ୍ଷା ବାହିନୀକୁ ବଡ଼ ସଫଳତା, ଏନକାଉଣ୍ଟରରେ PLGA ବାଟାଲିୟନ ଡେପୁଟି କମାଣ୍ଡର ନିହତ
  • ||
  • ରାଜଧାନୀରୁ ୨୬୫ ଗ୍ରାମ ବ୍ରାଉନ ସୁଗର ଜବତ, ଅଭିଯୁକ୍ତ ଗିରଫ
  • ||
  • ଢେଙ୍କାନାଳ : ଫାର୍ମହାଉସ୍‌ରୁ ଶ୍ରମିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • IT ଅଫିସରେ ହାଜର ହେଲେ ବିଶାଳ ଦାସ, କିଛି ଦିନ ପୂର୍ବରୁ ହୋଇଥିଲା ଚଢାଉ
  • ||
  • ଭଦ୍ରକ : ବିପଦ ସଂକେତ ତଳେ ବୈତରଣୀରେ ବନ୍ୟା ଜଳ, ୧୮.୦୭ ମିଟରରେ ପ୍ରବାହିତ
  • ||
  • ଅଧରପଣା ପାଇ ତୃପ୍ତ ହେବେ ଦେବାଦେବୀଙ୍କ ସମେତ ଯୋଗିନୀଗଣ, ପଣା ସଂଗ୍ରହ ଉପରେ ଲାଗିଲା କଟକଣା
  • ||
  • ଢେଙ୍କାନାଳ : ୪୦ ଟିକିଆ ହାତୀପଲ ନଦୀ ପାର ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ହାତୀ, ଦୀର୍ଘ ସମୟର ପରେ ଉଦ୍ଧାର
  • ||
  • ରଥାରୂଢ଼ ଠାକୁରଙ୍କୁ ଅଧର ପଣା ଭୋଗ ଅର୍ପଣ ନୀତି, ଆଜି ପାର୍ଶ୍ୱଦେବାଦେବୀ ଓ ଅଶରୀରଙ୍କୁ ହେବ ସମର୍ପଣ
  • ||
  • ବାଲେଶ୍ୱର : ବାଗୁଡ଼ି ଯୋଡ଼ାମ୍ବ ଛକ SBI ଏଟିଏମ୍‌ରୁ ଲୁଟ୍, ଗ୍ୟାସ୍‌ କଟରରେ ଏଟିଏମ୍‌ କାଟି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ବଙ୍ଗୋପସାଗରେ ଲଘୁଚାପ ସକ୍ରିୟ; ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ; ପରାକ୍ରମ ଦିବସ ପାଳୁଛି ଦେଶ, ଗୋରା ସରକାର ବିରୋଧରେ ଦେଇଥିଲେ ରଣହୁଙ୍କାର

Published By : Ankita S | January 23, 2025 9:56 AM

ନୂଆଦିଲ୍ଲୀ,୨୩/୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଣେ ପ୍ରେରଣାର ଆଲୋକବର୍ତ୍ତିକା । ତାଙ୍କ ନାମ ଉଚ୍ଚାରଣ କଲେ ମନରେ ଆତ୍ମବିଶ୍ବାସ ଆପେ ଆପେ ଆସିଯାଏ । ଶିହରି ଉଠେ ଶରୀର ସୃଷ୍ଟି ହୁଏ ଅଦ୍ୟମ ଉତ୍ସାହ । ଆଗକୁ ବଢିବାକୁ ମିଳେ ସାହସ । ଇଂରେଜ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଆଜି ୧୨୮ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ସାରା ଦେଶ ପାଳନ କରୁଛି ପରାକ୍ରମ ଦିବସ । ପରାକ୍ରମୀ ଯୁଗ ପୁରୁଷ ନେତାଜୀଙ୍କୁ ମନେ ପକାଉଛି ଭାରତ ।

ସୁଭାଷ ବୋଷଙ୍କ ବିଷୟରେ- ୧୮୯୭ ଜାନୁଆରୀ ୨୩ରେ କଟକରେ ଜନ୍ମଗ୍ରହଣ କରିଥିଲେ ନେତାଜୀ ସୁଭାଷ ବୋଷ । ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଓ ମା 'ଙ୍କ ନାମ ପ୍ରଭାବତୀ ଦତ୍ତ । ବାପରିଷ୍ଟ ପ୍ରୋଟେଷ୍ଟାଣ୍ଟ ୟୁରୋପିଆନ୍ ସ୍କୁଲରୁ ପ୍ରାଥମିକ ଶିକ୍ଷା ହାସଲ କରିଥିଲେ । ରେଭେନ୍ସା କଲିଜିଏଟରୁ ସ୍କୁଲ ଶିକ୍ଷା ପରେ କୋଲକାତାର ପ୍ରେସିଡେନସି କଲେଜରୁ ଉଚ୍ଚଶିକ୍ଷା ହାସଲ କରିଥିଲେ । ଉଚ୍ଚଶିକ୍ଷା ପରେ ସେ ୧୯୧୯ରେ ଭାରତୀୟ ସିଭିଲ ସର୍ଭିକ ପରୀକ୍ଷାରେ କୃତିତ୍ବ ହାସଲ କରିଥିଲେ । କିନ୍ତୁ ଦେଶପ୍ରେମ ତାଙ୍କୁ ଉଦବୁଧ କରିଥିଲା । ଦେଶମାତୃକାର ସେବା କରିବାକୁ ସଂକଳ୍ପ ନେଇଥିଲେ । ତେଣୁ ସେ ଆଇ.ସି.ଏସରୁ ଇସ୍ତଫା ଦେଇଥିଲେ । ୧୯୨୧ରେ 'ସ୍ବରାଜ' ନାମକ ଏକ ସମ୍ବାଦପତ୍ର ପ୍ରକାଶନ ଆରମ୍ଭ କରିଥିଲେ । ଯାହାର ଉଦ୍ଦେଶ୍ୟ ଥିଲା ଲୋକଙ୍କ ମନରେ ଦେଶପ୍ରେମ ଆଣିବା । ଓଡିଶା ମାଟିରେ ଜନ୍ମ ଶିକ୍ଷାଲାଭ କରି ଜର୍ମାନ, ଜାପାନ ଭଳି ଦେଶକୁ ଯାଇ ଗୋରା ସରକାର ବିରୋଧରେ ରଣହୁଙ୍ଗାର ଦେଇଥିଲେ ନେତାଜୀ । ଆଜି ତାଙ୍କର ୧୨୮ତମ ଜନ୍ମ ଜୟନ୍ତୀ । ଏହି ଅବସରରେ ଦେଶ ପାଳନ କରୁଛି ପରାକ୍ରମ ଦିବସ ।

ଏହା ବି ପଢନ୍ତୁ...ଓଡ଼ିଶା ସ୍ୱାଧୀନତା ସଂଗ୍ରାମର ସାହସୀ ଯୋଦ୍ଧା ବୀର ସୁରେନ୍ଦ୍ର ସାଏ, ଜୀବନର ଅଧା ସମୟ ବିତାଇଥିଲେ କାରାଗାରରେ...


ନେତାଜୀଙ୍କ ବିଚାର: 'ମୋତେ ରକ୍ତ ଦିଏ, ମୁଁ ତୁମକୁ ସ୍ବାଧୀନତା ଦେବି' ଏ ପକ୍ତିଟି ଯେବେ ମନକୁ ଆସେ ମନେ ପଡିଯାଆନ୍ତି ପରାକ୍ରମୀ ପୁରୁଷ ସୁଭାଷ ବୋଷ । ନେତାଜୀଙ୍କର ଏହି ଆହ୍ବାନ ସର୍ବତ୍ର ବେଶ୍ ପରିଚିତ । ସେ ବିଶ୍ବାସ କରୁଥିଲେ ବାସ୍ତବ ସ୍ବାଧୀନତା କେବଳ କଥା ନୁହେଁ ଏ ନେଇ କାର୍ଯ୍ୟପନ୍ଥା ଗ୍ରହଣ କରିବା ଆବଶ୍ୟକ । ମହାନ ଭାରତୀୟ କ୍ରାନ୍ତିକାରୀ କହୁଥିଲେ ସ୍ବାଧୀନତା ଦିଆଯାଏ ନାହିଁ ନିଆଯାଏ । ଆଜାଦ୍ ହିନ୍ଦ ଫୌଜ ଗଠନ କରିଥିଲେ ସୁଭାଷ ବୋଷ । ଯାହା ପ୍ରଥମେ ବ୍ରିଟିଶ ଶାସନାଧୀନ ଭାରତ ଭୂଇଁରେ ତ୍ରିରଙ୍ଗା ଉଡାଇଥିଲେ । ସୁଭାଷ ଚନ୍ଦ୍ର ବୋଷଙ୍କ ନାମ ଶ୍ରବଣ ହିଁ ଦେଶପ୍ରେମର ଭାବନା ଜାଗ୍ରତ କରେ । ଦେଶମାତୃକା ପାଇଁ ସାହସ ଓ ଆତ୍ମବଳିଦାନ ନିମନ୍ତେ ପ୍ରେରଣା ଦିଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.