ନୂଆଦିଲ୍ଲୀ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ରବିବାର ସାରାବିଶ୍ୱର ନେତାଙ୍କୁ କରିଛନ୍ତି ଅପିଲ, କହିଛନ୍ତି – ସେମାନେ ଇରାନ ବିରୁଦ୍ଧରେ ଇସ୍ରାଏଲ ଓ ଆମେରିକାର ଯୁଦ୍ଧ ପ୍ରୟାସରେ ସାମିଲ ହୁଅନ୍ତୁ। ସେ ଇସ୍ରାଏଲର କ୍ଷେତ୍ରରେ ସଦ୍ୟ ହୋଇ ଥିବା ଆକ୍ରମଣକୁ ଉଲ୍ଲେଖ କରି କହିଛନ୍ତି , ଏହି ଆକ୍ରମଣ ଏକ ବିଶ୍ୱସ୍ତରୀୟ ବିପଦ ବୃଦ୍ଧି ହେବାର ପ୍ରମାଣ। ଇସ୍ରାଏଲର ଅରାଦରେ ଇରାନ ଦ୍ୱାରା କରାଯାଇ ଥିବା ଏକ ମିସାଇଲ ଆକ୍ରମଣ ସ୍ଥାନ ବିଷୟରେ ଦର୍ଶାଇ ନେତନ୍ୟାହୁ କହିଛନ୍ତି ଯେ, ଗତ ୪୮ ଘଣ୍ଟାର ଘଟଣାକ୍ରମ ଏହା ଦେଖାଉଛି ଯେ, ଇରାନ କେବଳ ଇସ୍ରାଏଲ ପାଇଁ ନୁହେଁ, ବରଂ ପୂରା ଅନ୍ତର୍ଜାତୀୟ ଗୋଷ୍ଠୀ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି।
ଇସ୍ରାଏଲର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଇରାନ ଜେରୁଶାଲମରେ ନାଗରିକ ଅଞ୍ଚଳ ଓ ପ୍ରମୁଖ ଧାର୍ମିକ ସ୍ଥଳୀ ଗୁଡ଼ିକୁ ଟାର୍ଗେଟ୍ କରିଛି, ଯେଉଁଥିରେ ୱେଷ୍ଟର୍ଣ୍ଣ ୱାଲ , ଚର୍ଚ୍ଚ ଅଫ୍ ଦ ହୋଲି ସେପଲ୍ଚର ଓ ଅଲ-ଅକ୍ସା ମସଜିଦ୍ ସାମିଲ ଅଛି। ନେତନ୍ୟାହୁ କହିଛନ୍ତି , ଯଦି ଆପଣଙ୍କୁ ଏହି କଥାର ପ୍ରମାଣ ଦରକାର ତ ଇରାନ ପୂରା ଦୁନିଆ ପାଇଁ ବିପଦ , ତ ଗତ ୪୮ ଘଣ୍ଟାରେ ସେ ପ୍ରମାଣ ଦେଇ ସାରିଛି। ଗତ ୪୮ ଘଣ୍ଟାରେ ଇରାନ ଏକ ସିଭିଲିଆନ ଅଞ୍ଚଳକୁ ଟାର୍ଗେଟ୍ କରିଛି। ସେ ଏମିତି ସାମୂହିକ ହତ୍ୟାର ଅସ୍ତ୍ର ଭାବେ କରୁଛି। ସୌଭାଗ୍ୟବଶତଃ କେହି ମୃତାହତ ହୋଇ ନାହାନ୍ତି। ତାର ଉଦ୍ଦେଶ୍ୟ ନାଗରିକଙ୍କୁ ହତ୍ୟା କରିବା।
ଆହୁରି ମଧ୍ୟ ପଢନ୍ତୁ : ହୋର୍ମୁଜ ପ୍ରଣାଳୀ ସସପେନ୍ସ ଶେଷ : କାହାକୁ ମିଳିବ ଏଣ୍ଟ୍ରି , କହିଲା ଇରାନ
ସେ ଆହୁରି କହିଛନ୍ତି , ଦ୍ୱିତୀୟ କଥା , ସେ ଜେରୁଶାଲମରେ ଆକ୍ରମଣ କରିଥିଲେ , ଯାହା ତିନୋଟି ଏକେଶ୍ୱରବାଦୀ ଧର୍ମର ପବିତ୍ର ସ୍ଥଳ -ୱେଷ୍ଟର୍ଣ୍ଣ ୱାଲ , ଚର୍ଚ୍ଚ ଅଫ୍ ଦ ହୋଲି ସେପଲଚର ଓ ଅଲ-ଅକ୍ସା ମସଜିଦର ଠିକ୍ ନିଟକରେ ଏବଂ ଏକ ଚମତ୍କାର ଯୋଗୁଁ , ସେଠାରେ କାହାକୁ ବି ଆଘାତ ଲାଗି ନାହିଁ। କିନ୍ତୁ ସେ ତିନୋଟି ପ୍ରମୁଖ ଏକେଶ୍ୱରବାଦୀ ଧର୍ମର ପବିତ୍ର ସ୍ଥଳକୁ ଟାର୍ଗେଟ୍ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି , ଇରାନ ଲମ୍ୱା ଦୂରଗାମୀ ଆକ୍ରମଣ କରୁଥିବା ନିଜର କ୍ଷମତାର ପ୍ରଦର୍ଶନ କରିଛି,ଯେଉଁଥିରେ ଖୁବ୍ ଦୂର ଯାଏ ମିସାଇଲ ମାଡ଼ କରିବା ଓ ସାମୁଦ୍ରିକ ଓ ଶକ୍ତି ପରିସର ସହ ରଣନୀତିକ ମାର୍ଗକୁ ଟାର୍ଗେଟ୍ କରିବା ସାମିଲ ଅଛି।