ଘରର ସୌନ୍ଦର୍ଯ୍ୟ ବଢାଇବା ସହ ସକାରାତ୍ମକ ଉର୍ଜା ସଞ୍ଚାର କରେ ଗଛ। ଏଥିପାଇଁ ଏବେ ପ୍ରାୟ ଲୋକ ନିଜ ଘରେ ଭଳିକି ଭଳି ଗଛ ରଖୁଛନ୍ତି। କିଚେନ୍ ଠାରୁ ନେଇ ବେଡରୁମ୍ ଓ ବାଥରୁମ୍ ଯାଏଁ ବିଭିନ୍ନ ପ୍ରକାରର ଗଛରେ ଘର ସଜାଉଛନ୍ତି। ସବୁଠୁ ଅଧିକ ଟ୍ରେଣ୍ଡରେ ରହିଛି ମନି ପ୍ଲାଣ୍ଟ। ବାସ୍ତୁ ଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟ ଘରେ ରଖିଲେ ଦାରିଦ୍ର୍ୟତା ଦୂରେଇ ଯାଏ। ହେଲେ ଭୁଲ୍ ସ୍ଥାନରେ ରଖିଲେ ଏହାର ଓଲଟା ଫଳ ମିଳେ। ଏଥିପାଇଁ କେଉଁ ଜାଗାରେ ମନି ପ୍ଲାଣ୍ଟ ରଖିବା ଉଚିତ୍ ତାହା ଜାଣିବା ଉଚିତ୍...

ଏହି ଦିଗରେ ମନି ପ୍ଲାଣ୍ଟ ରଖିଲେ ଘୋଟିଯିବ ଦାରିଦ୍ର୍ୟ...

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଉତ୍ତର-ପୂର୍ବ ଦିଗର ପ୍ରତିନିଧି ହେଉଛନ୍ତି ବୃହସ୍ପତି। ଧନଧାନ୍ୟର କାରକ ହେଉଛନ୍ତି ଶୁକ୍ର ଗ୍ରହ। ଏମାନେ ଦୁହେଁ ପରସ୍ପରର ବିରୋଧୀ। ଏଥିପାଇଁ ଯଦି କୌଣସି ବ୍ୟକ୍ତି ଘରର ଉତ୍ତର-ୂର୍ବ ଦିଗରେ ମନି ପ୍ଲାଣ୍ଟ ରଖେ ତେବେ ଏହାର ନକାରାତ୍ମକ ପ୍ରଭାବ ପଡ଼ିବ। ଏତଦ୍ ବ୍ୟତୀତ ଘରର ପଶ୍ଚିମ ଏବଂ ପୂର୍ବ ଦିଗରେ ମନିପ୍ଲାଣ୍ଟ ଲଗାଇଲେ ଅଶୁଭ ବୋଲି ବିବେଚନା କରାଯାଏ। ଏହି ଦିଗରେ ଲଗାଇଲେ ଖର୍ଚ୍ଚ ଅଧିକ ବଢିଯାଏ। ଉକ୍ତ ଘରର ବ୍ୟକ୍ତି ଚାପଗ୍ରସ୍ତ ରୁହନ୍ତି। ଆୟ-ବ୍ୟୟର ତାଳମେଳ ରୁହେନାହିଁ।

କେଉଁଠି ରଖିବେ ମନିପ୍ଲାଣ୍ଟ ?

ମନିପ୍ଲାଣ୍ଟ ସର୍ବଦା ଘରର ଅଗ୍ନିକୋଣରେ ରହିବା ଉଚିତ୍। ଏହି ଦିଗର ପ୍ରତିନିଧି ହେଉଛନ୍ତି ଶୁକ୍ର। ଏହି ଦିଗର ଭଗବାନ ହେଉଛନ୍ତି ଗଣେଶ। ଏଥିପାଇଁ ଏଠାରେ ମନିପ୍ଲାଣ୍ଟ ଲଗାଇଲେ ଘରେ ସୁଖ ସମୃଦ୍ଧି ବଢିଯାଏ। ଆର୍ଥିକ ଲାଭ ମିଳେ। ଦେଖିଚାହିଁ ଖର୍ଚ୍ଚ କରନ୍ତି। ଅନାବଶ୍ୟକ ଖର୍ଚ୍ଚ ହୁଏ ନାହିଁ।

ମନିପ୍ଲାଣ୍ଟ ଲଗାଇବା ସମୟରେ ଏହି ଦିଗ ଉପରେ ଦିଅନ୍ତୁ ଧ୍ୟାନ

ମନିପ୍ଲାଣ୍ଟ ଲଗାଇବା ପୂର୍ବରୁ କିଛି ଦିଗ ଉପରେ ଧ୍ୟାନ ଦେବାକୁ ପଡେ। ଏହି ଘଛ ଯେମିତି ନଶୁଖେ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଯଦି ଏହାର ପତ୍ର ଶୁଖିବାକୁ ଲାଗିବ ତାହେଲେ ତୁରନ୍ତ ହଟାଇ ଦିଅନ୍ତୁ। ଗଛରେ ନିୟମିତ ପାଣି ଦିଅନ୍ତୁ। ଏହି ଗଛ ଖୁବଶୀଘ୍ର ବଢିଯାଏ। ତେଣୁ ଏହି ଗଛର ପତ୍ର ତଳ ଆଡ଼କୁ ନବଢାଇ ସର୍ବଦା ଉପରକୁ ଉଠାଇ ରଖିବା ଉଚିତ୍।

​​​​​​​