ମଣିଷ ଶରୀରରେ ବିକଶିତ ହେଉଛି ନୂଆ ଅଙ୍ଗ , ଏହାର କାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏଡିଲେଡ୍ – ମଣିଷଙ୍କ ଶରୀରରେ ନୂଆ ଅଙ୍ଗର ସନ୍ଧାନ ମିଳିଛି। ଆପଣ ଏହାର କାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ। କାହିଁକି ନା ଏହି ଅଙ୍ଗ ଶରୀରର ଏହି ଭାଗରେ ବିକଶିତ ହେଉଛି , ଯେଉଁଥିରେ ଆପଣ ଅନେକ କାମ କରନ୍ତି। ଆପଣଙ୍କ ରଙ୍ଗ , ଉଚ୍ଚତା , ମୋଟାପା ଯେମିତି ବି ହେଉ। ଆପଣ ଯେକୌଣସି ବି ଦେଶ , ଭାଷା ବା ସମ୍ପ୍ରଦାୟ ସହ ସଂପର୍କ ରହିଥାଆନ୍ତୁ ନା କାହିଁକି , ଏହା ମାନି ନିଅନ୍ତୁ ଯେ ଆପଣ ଲଗାତାର ବିକାଶ କରୁଛନ୍ତି। ଆପଣଙ୍କର ଶରୀରର ବି। ଆପଣଙ୍କ ଶରୀର ସମୟ , ଆବଶ୍ୟକତା , ପାଣିପାଗ ଓ ସ୍ଥାନ ହିସାବରେ ନିଜକୁ ପରିବର୍ତ୍ତନ କରୁଛି ଓ ସେହି ଢାଞ୍ଚାରେ ପକାଉଛି।
ବାସ୍ତବରେ …ମଣିଷଙ୍କ ଶରୀରରେ ଏକ ନୂଆ ଶିରା ବିକଶିତ ହେଉଛି। ଏହି ଶିରା ହାତର ଆଗାମୀ ଭାଗରେ ତିଆରି ହେଉଛି। ଅଷ୍ଟ୍ରେଲିଆ ସ୍ଥିତ ୟୁନିଭର୍ସିଟି ଅଫ୍ ଏଡିଲେଡ୍ ଓ ଫ୍ଲିଣ୍ଡର୍ସ ୟୁନିଭର୍ସିଟିର ବୈଜ୍ଞାନିକଙ୍କୁ ମଣିଷଙ୍କ ହାତରେ ଏହି ନୂଆ ଶିରାକୁ ଆବିଷ୍କାର କରିଛନ୍ତି। ଏହି ଶିରା ହାତର ଆଗାମୀ ଭାଗ ଅର୍ଥାତ୍ ଫୋରଆର୍ମର ମଧ୍ୟରେ ବିକଶିତ ହେଉଛି । ୧୮୮୦ରେ ଏହିପରି ନୂଆ ଶିରା ସହ ଦୁନିଆରେ ମାତ୍ର ୧୦ ପ୍ରତିଶତ ଲୋକ ଥିଲେ। ହେଲେ ୨୦ତମ ଶତାବ୍ଦୀ ଆସିବା କ୍ଷଣି ନୂଆ ଶିରା ସହ ଥିବା ମଣିଷଙ୍କର ସଂଖ୍ୟା ପାଖାପାଖି ୩୦ ପ୍ରତିଶତ ହୋଇ ଯାଇଛି।

ବୈଜ୍ଞାନିକମାନେ ଯେଉଁ ନୂଆ ଶିରାର ସନ୍ଧାନ କରିଛନ୍ତି , ଏହାର ନାମ ମିଡିୟନ ଆର୍ଟେରୀ । ଫଟୋରେ ଦେଖିପାରିବେ ରିଷ୍ଟ ଠାରୁ ଅପର ଆର୍ମ ମଧ୍ୟରେ ଯାଇ ଥିବା ଶିରା ହିଁ ସେହି ନୂଆ ଶିରା । ୧୦୦ ବର୍ଷ ପୂର୍ବେ ଏହି ନୂଆ ଶିରା ସୃଷ୍ଟି ହେବା ଏକ ଦୁର୍ଲଭ କଥା ଥିଲା । କିନ୍ତୁ ଏବେ ବହୁତ ଲୋକଙ୍କ ହାତରେ ଏହା ଦେଖାଯାଏ । ଏହି ଶିରା ଆପଣଙ୍କ ହାତରେ ସେତେବେଳେ ବିକଶିତ ହୁଏ , ଯେବେ ଆପଣ ମାଆ ଗର୍ଭରେ ଭ୍ରୃଣ ଅବସ୍ଥାରେ ଥାନ୍ତି । କିନ୍ତୁ ବଡ଼ ହେବା କ୍ଷଣି ଅନେକ ସମୟରେ ଏହା ଅଦୃଶ୍ୟ ବି ହୋଇ ଯାଇ ଥାଏ। ଏବେ ଏହା ଲୋକଙ୍କ ଶରୀରରେ ବିକଶିତ ହେଉଛି। ଏଥିରୁ ଏମିତି ଲାଗେ କି ମଣିଷର ଶରୀରକୁ ଅଧିକ ରକ୍ତ ସ୍ରାବର ଆବଶ୍ୟକ ଅନୁଭବ ହେଉଛି।
Humans Keep Growing an Extra Artery in Their Arms, And This Is Why https://t.co/FtvAj5trkt
— ScienceAlert (@ScienceAlert) December 5, 2022
ଏହା ବିଶ୍ୱାସ କରାଯାଉଛି କି ଯାହା ଶରୀରରେ ଏହି ଶିରା ଥାଏ , ତାଙ୍କ ରକ୍ତ ପ୍ରବାହ ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ କିଛି ମାତ୍ରାରେ ଖୁବ୍ ଦ୍ରୁତ ହୋଇଥାଏ। ଏହି ନୂଆ ଶିରା କେବଳ ସେହି ଲୋକଙ୍କ ଶରୀରରେ ବିକଶିତ ହୋଇଥାଏ , ଯାହାକୁ ଅଧିକ ଓ ଦ୍ରୁତ ରକ୍ତ ପ୍ରବାହର ଆବଶ୍ୟକ ହୁଏ । ଅର୍ଥାତ୍ ଏହି ମଣିଷ ଭବିଷ୍ୟତର କୌଣସି ସ୍ୱତନ୍ତ୍ର ଆବଶ୍ୟକତା ପାଇଁ ବିକଶିତ ହେଉଛି। ଏହା ବି ହୋଇପାରେ ଏହି ନୂଆ ଶିରା କେବଳ ସେହି ଲୋକଙ୍କ ଠାରେ ବିକଶିତ ହେଉଛି , ଯାହାଙ୍କର ମାଆଙ୍କୁ ପ୍ରେଗନେନ୍ସି ସମୟରେ କୌଣସି ପ୍ରକାରର ସମସ୍ୟା ରହିଥିବ। ମାଆ ଓ ଶିଶୁକୁ ଜୀବନ୍ତ ରଖିବା ପାଇଁ ଶିରା ବିକଶିତ ହୋଇଯାଏ। ଏହାପରେ ଏହା ଶରୀରରେ ରହିଯାଏ ।

ଫ୍ଲିଣ୍ଡର୍ସ ୟୁନିଭର୍ସିଟିର ବୈଜ୍ଞାନିକ ଟେଗନ ଲୁକାସଙ୍କ ଅନୁସାରେ ଯଦି ଏହି ମିଡ଼ିୟନ ଆର୍ଟେରୀର ବିକଶିତ ହେବାର ଉକ୍ତ ଟ୍ରେଣ୍ଡ ଜାରି ରହେ ତ ୨୧୦୦ ମସିହା ଯାଏ ପୃଥିବୀରେ ଥିବା ଲୋକଙ୍କ ମଧ୍ୟରୁ ଅଧିକଙ୍କ ହାତରେ ଏହି ଶିରା ମିଳିବ। ଏଥିରେ ଲୋକଙ୍କ ଆଙ୍ଗୁଠିରେ ଅଧିକ ଶକ୍ତି ଆସିବ , ଯେପରି ସିମ୍ପାଞ୍ଜି ଓ ଗରିଲାଙ୍କ ଆଙ୍ଗୁଠିରେ ଥାଏ। ଏହି ଷ୍ଟଡି ଜର୍ନାଲ ଅଫ୍ ଏନାଟୋମୀରେ ପ୍ରକାଶିତ ହୋଇଥିଲା।