PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ନନ୍ଦନକାନନରେ ଜଳହସ୍ତୀ ଶାବକ ଜନ୍ମ, ଛୁଆକୁ ଗ୍ରହଣ କରୁନି ମା’

ବାରଙ୍ଗ,୧୯/୦୩: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୩ ନମ୍ବର ଖୁଆଡରେ ରହୁଥିବା ୧୨ ବର୍ଷିୟା ଜଳହସ୍ତୀ ଏକ ଅଣ୍ଡିରା ଶାବକ ଜନ୍ମ ଦେଇଛି । ଏହା ଜଳହସ୍ତୀର ୨ୟ ଗର୍ଭସ୍ଥ ଶାବକ । ଶନିବାର ସକାଳୁ ଜନ୍ତୁରକ୍ଷକ ଖୁଆଡର ଜଳାଶୟ ମଧ୍ୟରେ ଏକ ଜଳହସ୍ତୀ ଶାବକ ଦେଖିଥିଲେ । ଏନେଇ ସେ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ ।

ଜନ୍ମିତ ଶାବକଟି ଅଣ୍ଡିରା ହୋଇଥିବାରୁ ଅନ୍ୟ ଅଣ୍ଡିରା ଜଳହସ୍ତୀମାନେ ଶାବକକୁ ମାରି ଗୋଡାଉଥିଲେ । ଶାବକ ଜନ୍ମ ହେବା ପରଠାରୁ ସକାଳ ପର୍ଯ୍ୟନ୍ତ ମା’ ତା’ ଶାବକକୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିଥିଲା । ସକାଳେ କର୍ତ୍ତୃପକ୍ଷ ଏହା ଜାଣିବା ପରେ ଅନ୍ୟ ଜଳହସ୍ତୀଙ୍କ ଠାରୁ ମା’ ଓ ଶାବକଟିକୁ ଅଲଗା କରିଥିଲେ । ମା’ ଜଳହସ୍ତୀ ଏବେ ଭୟଭୀତ ଅବସ୍ଥାରେ ରହିଛି । ସନ୍ଧ୍ୟା ସୁଧା ମା’ ଜଳହସ୍ତୀ ଶାବକକୁ ଗ୍ରହଣ କରି ନ ଥିବାରୁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ଉପନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ମା’ ଓ ଶାବକ ଉପରେ କର୍ମଚାରୀମାନଙ୍କ ଦ୍ୱାରା ରାତିସାରା ନଜର ରଖାଯିବ । ରବିବାର ସକାଳ ସୁଦ୍ଧା ମା’ ଶାବକକୁ ଯଦି ଗ୍ରହଣ ନ କରେ ତେବେ ଶାବକକୁ ଜଳାଶୟରୁ ଉଦ୍ଧାର କରାଯାଇ ପ୍ରାଣୀ ଚିକିତ୍ସାଳୟର ଶିଶୁ ଯତ୍ନ ଗୃହକୁ ନିଆଯାଇ ଲାଳନପାନଳ କରାଯିବ ବୋଲି ଜଣାପଡିଛି । ଆଜିର ଜନ୍ମିତ ଅଣ୍ଡିରା ଶାବକକୁ ମିଶାଇ ପ୍ରାଣୀ ଉଦ୍ୟାନରେ ଜଳହସ୍ତୀ ସଂଖ୍ୟା ୧୨ରେ ପହଞ୍ଚିଛି । ସେଥିମଧ୍ୟରୁ ୬ଟି ଅଣ୍ଡିରା ଓ ୬ଟି ମାଈ ଅଛନ୍ତି ।