ନୂଆଦିଲ୍ଲୀ : ପୁଣି ଥରେ କରୋନା ମାମଲାରେ ବୃଦ୍ଧି ଘଟିଛି। ଆମେରିକା ସମେତ ବିଶ୍ୱର ୨୦ରୁ ଅଧିକ ଦେଶରେ କରୋନା ମାମଲା କାୟା ମେଲିଛି। ଆମେରିକାରେ କୋଭିଡର ଭେରିଏଣ୍ଟ SARS-CoV-2 BA.3.2 ର ମାମଲା ସାମ୍ନାକୁ ଆସିଛି। ଗତ କିଛି ମାସରୁ ଏହି ଭେରିଏଣ୍ଟର ମାମଲା ନିରନ୍ତର ବଢିବାରେ ଲାଗିଛି। ଆମେରିକାର ସିଡିସିର କହିବାନୁସାରେ , ଏହି ଭେରିଏଣ୍ଟ ଇରେ ଧିରେ ପାଦ ପ୍ରସାରିତ କରୁଛି। ଏହି ସ୍ଥିତିରେ ପ୍ରଶ୍ନ ଉଠିଛି , ଅନ୍ୟ ଦେଶର କଣ କୋଭିଡ୍ ମାମଲା ବଢିବ, ପୁଣି ଥରେ କଣ ସେହି ମାସ୍କର ସମୟ ଫେରିବ ?
କୋଭିଡ୍ର SARS-CoV-2 BA.3.2 ଭେରିଏଣ୍ଟ ନୂଆ ନୁହେଁ। ୨୦୨୪ ମସିହାରେ ଦକ୍ଷିଣ ଆଫ୍ରିକାରେ ଏହି ଭେରିଏଣ୍ଟର ଅନେକ ମାମଲା ଆସିଥିଲା। କିନ୍ତୁ ଏବେ ଏହା ଆମେରିକାରେ ବ୍ୟାପୁଛି। BA.3.2 ଭାରିଆଣ୍ଟରେ ସ୍ପାଇକ୍ ପ୍ରୋଟିନରେ ପ୍ରାୟ ୭୫ଟି ମ୍ୟୁଟେସନ ମିଳିଛି। ଏହାର ଅର୍ଥ ଯେ, ଏହି ଭେରିଏଣ୍ଟ ଖୁବ୍ ଜୋରରେ ନିଜର ରୂପ ପରିର୍ତ୍ତନ କରୁଛି ଏବଂ ଏହି କାରଣରୁ ଏହା ପୁଣି ଥରେ ସକ୍ରିୟ ହୋଇ ଯାଇଛି। ନିରନ୍ତର ହେଉଥିବା ପରିବର୍ତ୍ତନର କାରଣ ଏହି ଭେରିଏଣ୍ଟ ଇମ୍ୟୁନି ସିଷ୍ଟମକୁ ଚକମା ଦେବାରେ ସକ୍ଷମ ହୋଇପାରେ।
ପ୍ରକୃତରେ କଣ ପୁଣି ସେହି ମାସ୍କର ସମୟ ଫେରିବ। ମହାମାରୀ ବିଶେଷଜ୍ଞ ଡକ୍ଚର ଯୁଗଳ କିଶୋର କୁହନ୍ତି , ବର୍ତ୍ତମାନ ଭାରତରେ ନୂଆ ଭେରିଏଣ୍ଟର କୌଣସି ମାମଲା ନାହିଁ। ଅଧିକାଂଶ ଲୋକଙ୍କୁ ଟିକା ମଧ୍ୟ ଦିଆ ସରିଛି। ଏହି ସ୍ଥିତିରେ କୋଭିଡ୍ର ଗୁରୁତର ଲକ୍ଷଣ ହେବାର କୌଣସି ଆଶଙ୍କା ନାହିଁ। ଏହି ଭେରିଏଣ୍ଟର ଲକ୍ଷଣ ମଧ୍ୟ ହାଲକା ଅଛି, ତ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ତଥାପି ଆମକୁ ସାବଧାନତା ଅବଲମ୍ୱନ କରିବାକୁ ପଡ଼ିବ।
ଯେପର୍ଯ୍ୟନ୍ତ ମାସ୍କର କଥା କହିବା ତ , ବର୍ତ୍ତମାନ ମାସ୍କକୁ ନେଇ କୌଣସି ବାଧ୍ୟତାମୂଳକ ଗାଇଡ୍ ଲାଇନ ନାହିଁ। କିନ୍ତୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମାସ୍କ ଲଗାଇବାରେ କୌଣସି ଖରାପ ମଧ୍ୟ ନୁହେଁ। ବିଶେଷକରି ହସ୍ପିଟାଲ , ପବ୍ଲିକ୍ ଟ୍ରାନ୍ସପୋର୍ଟ ଗହଳି ସ୍ଥାନ ଗୁଡ଼ିକରେ ମାସ୍କ ପିନ୍ଧିବା ଦ୍ୱାରା ଆପଣ ଅନ୍ୟ ରୋଗ ଜୀବାଣୁ ଠାରୁ ନିଜକୁ ସୁରକ୍ଷିତ ରଖି ପାରିବେ।
ଡକ୍ଟର ଯୁଗଳ କିଶୋର କୁହନ୍ତି , ଆମେରିକାରେ କୋଭିଡ୍ ମାମଲା ବଢୁଛି। ଏହି ସ୍ଥିତିରେ ଅନ୍ୟ ଦେଶ ଗୁଡ଼ିକରେ କେସ୍ ବଢିବାର ଆଶଙ୍କା ହୋଇ ପାରେ। କିନ୍ତୁ କୋଭିଡ୍ରେ କୌଣସି ପ୍ରକାରର କିଛି ଗୁରୁତର ବିପଦ ହେବ ନାହିଁ।
ଡକ୍ଟର ଯୁଗଳ କିଶୋରଙ୍କ ଅନୁସାରେ , ସାରା ବିଶ୍ୱରେ ଅନେକ ଦେଶରେ କୋଭିଡ୍ ଭାଇରାସ୍ ବିରୋଧରେ ଭାକ୍ସିନେସନ ହୋଇ ସାରିଛି। ଭାକ୍ସିନ ଲଗାଇବା ପରେ କୋଭିଡ୍ର ଗୁରୁତର ଲକ୍ଷଣ ନଥାଏ । ଯେହେତୁ ଏହି ଭେରିଏଣ୍ଟ ନୂଆ ନୁହେଁ , ଏହି ସ୍ଥିତିରେ ଏହା ଜରୁରି ନୁହେଁ , ପୁଣି ବୁଷ୍ଟର ଡୋଜ୍ର ଆବଶ୍ୟକ ପଡ଼ିବ। ଭାକ୍ସିନ ଲୋକଙ୍କୁ ଦିଆଯାଇ ସାରିଛି। ଯଦିଓ ଏହା ସଂକ୍ରମଣ ସଂପୂର୍ଣ୍ଣ ପ୍ରତିରୋଧ କରି ନପାରେ , କିନ୍ତୁ ରୋଗୀଙ୍କ ଠାରେ କୋଭିଡ୍ର ଗୁରୁତର ଲକ୍ଷଣ ଆସିବାକୁ ଦେବ ନାହିଁ।