PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଏବେ ନିଜ ଫେସବୁକ୍ ଫ୍ରେଣ୍ଡ୍ସଙ୍କ ସହ ଇନଷ୍ଟାଗ୍ରାମରେ କରନ୍ତୁ ଚାଟ୍, ଆସୁଛି ଏହି ନୂଆ ଫିଚର୍

https://zeenews.india.com/

ନୂଆଦିଲ୍ଲୀ ୧୭/୮: ମାର୍କ ଜୁକରବର୍ଗ ଗତ କିଛି ସମୟରୁ ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଓ ମେସେଞ୍ଜର ୩ଟି ଯାକ ପ୍ଲାଟଫର୍ମକୁ ଇଣ୍ଟିଗ୍ରେଟ୍ କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଏହାର ଆରମ୍ଭ ଆମେରିକାରୁ ହୋଇସାରିଛି । ଏହି ୩ ଫିଚର୍ସରେ ଫେସବୁକ୍ ମେସେଞ୍ଜର ଓ ଇନଷ୍ଟାଗ୍ରାମ ଚାଟ୍ସକୁ ଇଣ୍ଟିଗ୍ରେଟ୍ କରିବା ଆରମ୍ଭ କରିଦେଇଛି । Instagram ଓ Facebook Messenger ଚାଟ୍ସର ନୂଆ ମର୍ଜରକୁ ଅନେକ ୟୁଜର୍ସଙ୍କ ପାଇଁ ଜାରି କରାଯାଇଛି । ଏକ ରିପୋର୍ଟ ଅନୁସାରେ Instagram app ୟୁଜର୍ସଙ୍କୁ pop-ups ଦେବା ଆରମ୍ଭ କରିଦେଇଛି । ଏବେ ୟୁଜର୍ସ ଇନଷ୍ଟାଗ୍ରାମରୁ ହିଁ Facebook Messenger ୟୁଜ୍ କରିପାରିବେ । ଥରେ ଅପଡେଟ୍ ହେବା ପରେ ୟୁଜର୍ସ ନିଜ ଫିଚର୍ସରେ ପରିବର୍ତ୍ତନ ପାଇବେ ଏବଂ ଉଭୟ ଚାଟ୍ସକୁ ମର୍ଜ କରିପାରିବେ ।

ରିପୋର୍ଟ ଅନୁସାରେ ଫେସବୁକ୍ ତରଫରୁ iOS ଓ ଆଣ୍ଡ୍ରଏଡ୍ ଉଭୟ ଡିଭାଇସେଜ ପାଇଁ ଇନଷ୍ଟାଗ୍ରାମର ମୋବାଇଲ୍ ଆପରେ ଏକ ଅପଡେଟ୍ ପଠାଯାଇଛି । ଏଥିରେ ଏକ ମେସେଜ ଲେଖା ଅଛି, ‘ଏହା ଇନଷ୍ଟାଗ୍ରାମରେ ମେସେଜ ପଠାଇବାର ଏକ ନୂଆ ଉପାୟ ।’ ଏଥିରେ ଅନେକ ନୂଆ ଫିଚର୍ସ ମଧ୍ୟ ମିଳିବ ।

ରିପୋର୍ଟରେ କୁହାଯାଇଛି କି ବର୍ତ୍ତମାନ ଫେସବୁକ୍ ସହିତ ଫ୍ରେଣ୍ଡ୍ସ ଥିବା ଫିଚର ଉପଲବ୍ଧ କରାଯାଇନି । ତେବେ ଅପଡେଟ୍ ସହିତ ଅନ୍ୟ ଫିଚର୍ସ ନଜର ଆସୁଛି । ଡିଏମ ଆଇକନକୁ ମେସେଞ୍ଜର ଆଇକନ୍ ସହିତ ରିପ୍ଲେସ୍ କରିଦିଆଯାଇଛି । ଲାଟେଷ୍ଟ ଫିତର ଆଡ୍ ହେବା ପରେ ଏବେ ଇନଷ୍ଟାଗ୍ରାମ ଚାଟ୍ସ କଲରଫୁଲ୍ ଦେଖାଯାଉଛି । କୁହାଯାଉଛି କି ଫେସବୁକ୍ ବର୍ତ୍ତମାନ ଇନଷ୍ଟାଗ୍ରାମ-ମେସେଞ୍ଜର ଇଣ୍ଟିଗ୍ରେସନ(Instagram- Messenger Integration)ର ଟେଷ୍ଟିଂ କରୁଛି । କାରଣ ଏହାକୁ ନେଇ କୌଣିସ ଅଫିସିଆଲ୍ ଘୋଷଣା ହୋଇନି ।

ଫେସବୁକ୍ ଥରେ ଅପଡେଟ୍ ହେବା ପରେ ନୂଆ ପରିବର୍ତ୍ତନ ଆପଣଙ୍କୁ ନଜର ଆସିବ । ପ୍ରଥମେ ଆପଣଙ୍କୁ ନିଜ ଚାଟବକ୍ସ କଲରଫୁଲ୍ ନଜର ଆସିବ ଏବଂ ଦ୍ୱିତୀୟ ଆପଣ ଇମୋଜି ରିଆକ୍ସନ ମଧ୍ୟ ବଦଳିଥିବା ଦେଖିବାକୁ ମିଳିବ । ଚାଟବକ୍ସରେ ତୃତୀୟ ଚେଞ୍ଜ ହେବ ଯେ ମେସେଜେସ୍ ପାଇଁ ସ୍ୱାଇପ୍ ଟୁ ରିପ୍ଲାଇ ଓ ଚତୁର୍ଥ ଚାଟ୍ ୱିଥ୍ ଫେସବୁକ୍ ଫ୍ରେଣ୍ଡ୍ସ । ଏହି ସବୁ ଫିଚର୍ସ ଆପଣଙ୍କୁ ଅପଡେଟ୍ କରିବା ପରେ ହିଁ ନଜର ଆସିବ । ଏହି ଅପଡେଟେସନରେ ସବୁଠାରୁ ବଡ ପରିବର୍ତ୍ତନ ଯାହା କି ଆପଣଙ୍କୁ ନଜର ଆସିବ ଇନଷ୍ଟାଗ୍ରାମ ଜରିଆରେ ମେସେଞ୍ଜରରେ ଚାଟ୍ । ଏଥିରେ ଆପଣ ନିଜ ଫେସବୁକ୍ ଫ୍ରେଣ୍ଡ୍ସ ସହିତ ଇନଷ୍ଟାଗ୍ରାମ ଜରିଆରେ ଚାଟ୍ କରିପାରିବେ ।