PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ

ବାରଙ୍ଗ, ୨୫।୦୩ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ନୂଆ ଜୀବ ଆସିବା ସୂଚନା ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମିଜୋରାମ ଆଇଜଲ ଚିଡିଆଖାନାର ଏକ ଟିମ୍ ଆସି ପହଞ୍ଚିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମିଜୋରାମ ଚିଡିଆଖାନାରୁ ହୁଲୁକ ଗିବନ, ହିମାଳୟ ଧଳାଭାଲୁ ଓ ଭିକେଟଲ ମାଙ୍କଡ ଅଣାଯାଇ ଏହାର ପ୍ରତିବଦଳରେ ବାଘ, ମୟୂର ଓ ଚିତ୍ରାହରିଣ ପ୍ରଦାନ କରାଯିବ ।

ପ୍ରାଣୀ ଉଦ୍ୟାନରୁ ଦୁଇଟି ବାଘ ଯିବେ । ବଦଳରେ ମିଜୋରାମ ଚିଡିଆଖାନାରୁ ହଳେ(ଅଣ୍ଡିରା, ମାଈ) ହୁଲୁକ ଗିବନ ଅଣାଯିବ ବୋଲି ଜଣେ ଅଧିକାରୀଙ୍କଠାରୁ ସୂଚନା ମିଳିଛି । ପ୍ରାଣୀ ଉଦ୍ୟାନରେ ଥିବା ହୁଲୁକ ଗିବନର ୧୯୯୫ ମସିହାରେ ମୃତ୍ୟୁ ହୋଇଥିଲା । ସେବେଠାରୁ ପର୍ଯ୍ୟଟକ ନନ୍ଦନକାନନରେ ଆଉ ହୁଲୁକ ଗିବନକୁ ଦେଖି ପାରୁନଥିଲେ । ସେମାନଙ୍କର ବୋବେଇବା ଶୈଳୀ ଓ ଶବ୍ଦ ପର୍ଯ୍ୟଟକଙ୍କୁ ଖୁଆଡ଼ ନିକଟକୁ ଟାଣିଆଣିଥାଏ ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ କେନ୍ଦ୍ରୀୟ ଚିଡିଆଖାନାକୁ ଦେଇଥିବା ଅଦଳବଦଳ ପ୍ରକ୍ରିୟା ତାଲିକା ମଧ୍ୟରୁ କିଛିକୁ ଅନୁମୋଦନ ମିଳିସାରିଛି । କିଛି ଦିନ ମଧ୍ୟରେ ଦୁବାଇ ଚିଡିଆଖାନାକୁ ଦୁଇ ଜଳହସ୍ତୀ ଦିଆଯାଇ ସେଠାରୁ ହଳେ ଚିତା (ଅଣ୍ଡିରା,ମାଈ) ବାଘ ଆଣିବା ପାଇଁ ସୂଚନା ମିଳିଛି । ପ୍ରାଣୀ ଉଦ୍ୟାନରେ ଏବେ ଚିତା ରହିବା ପାଇଁ କର୍ତ୍ତୃପକ୍ଷ ଖୁଆଡ଼ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର