PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ନବନିଯୁକ୍ତ ଇଞ୍ଜିନିୟରଙ୍କୁ ଶକ୍ତିମନ୍ତ୍ରୀଙ୍କ ଆହ୍ୱାନ: ନିରବଚ୍ଛିନ୍ନ ବିଜୁଳି ଯୋଗାଇବାକୁ ତତ୍ପର ରୁହ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ବିଜୁଳି ଏକ ଅତ୍ୟାବଶ୍ୟକ ସେବା । ତ୍ରୁଟିବିହୀନ ଭାବେ ଓ ଠିକ୍‌ ସମୟରେ ଏହି ସେବାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ସଦା ତତ୍ପର ରୁହ । ଓପିଟିସିଏଲ୍‌ ଦ୍ୱାରା ନବନିଯୁକ୍ତ ଇଞ୍ଜିନିୟରମାନଙ୍କୁ ଏଭଳି ଆହ୍ୱାନ ଦେଇଛନ୍ତି ଓଡ଼ିଶା ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂହ ।
ଚନ୍ଦକାସ୍ଥିତ ପାୱାର ଟ୍ରେନିଂ ସେଣ୍ଟରଠାରେ ଓପିଟିସିଏଲ୍‌ର ନବନିଯୁକ୍ତ ଇଞ୍ଜିନିୟରଙ୍କର ଏକ ମାସଧରି ଚାଲିଥିବା ପ୍ରଶିକ୍ଷଣ ଆଜି ଉଦ୍‌ଯାପିତ ହୋଇଯାଇଛି । ଏ ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ସିଂହ କହିଛନ୍ତି, ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଓପିଟିସିଏଲ୍‌ ଉପରେ ନ୍ୟସ୍ତ । ଏଣୁ ଯେଉଁମାନେ ଏହି ସଂସ୍ଥାରେ ନିଜର ଚାକିରି ଜୀବନ ଆରମ୍ଭ କରୁଛନ୍ତି, ସେମାନେ ନିଜକୁ ଗର୍ବ ଅନୁଭବ କରିବା ଉଚିତ ।
ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି, କର୍ମଚାରୀମାନେ ନିଜ କର୍ମମୟ ଜୀବନରେ ଶୃଙ୍ଖଳା, ଶିଷ୍ଟାଚାର ଓ ସଂସ୍ଥାର ମର୍ଯ୍ୟାଦା ରକ୍ଷା କଲେ ସଂସ୍ଥାର ପ୍ରଗତି ସୁନିଶ୍ଚିତ । ଯେକୌଣସି ଜିଲ୍ଲାରେ ପୋଷ୍ଟିଂ ହେଲେ ମଧ୍ୟ ସେମାନେ ମନପ୍ରାଣ ଦେଇ କାର୍ଯ୍ୟ କରିବା ଉଚିତ । ଏ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଓପିଟିସିଏଲ୍‌ ମାନବସମ୍ବଳ ନିର୍ଦ୍ଦେଶକ ରାଜେନ୍ଦ୍ର ସେନାପତି, ପାୱାର ଟ୍ରେନିଂ ସେଣ୍ଟରର ମହାପ୍ରବନ୍ଧକ ଚନ୍ଦ୍ର ଶେଖର ପ୍ରଧାନ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର